ହତ୍ୟାକାରୀ ବାପ ଓ ଦୁଇ ପୁଅଙ୍କୁ ଆଜୀବନ କାରାଦଣ୍ଡ

ଅନୁଗୁଳ – ଶନିବାର ଦିନ ମାନ୍ୟବର ଅତିରିକ୍ତ ଜିଲ୍ଲା ଓ ସେସନ ଜଜ ଏଜ ହତ୍ୟା ଘଟଣାରେ ହତ୍ୟାକାରୀ ବାପ ଓ ଦୁଇ ପୁଅଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।

ସୂଚନା ଅନୁସାରେ, ଗତ ୨୩. ୫. ୨୦୨୨ଦିନ ଅନୁଗୁଳ ସଦର ଥାନା ଅନ୍ତର୍ଗତ ଆଂକୁଲା ନୁଆସାହି ଗ୍ରାମର ଲଳିତ ସାହୁ ସେହି ଗ୍ରାମର ଦୁଷ୍ମନ୍ତ ସାହୁର ଦୋକାନକୁ ସିଗାରେଟ ଆଣିବାକୁ ଯାଇଥିଲା । ଦୁଷ୍ମନ୍ତ ସିଗାରେଟ ଦେବାକୁ ମନା କରିବାରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେବା ସହ ମାଡିପିଟ ମଧ୍ୟ ହୋଇଥିଲା । ସେଠାରୁ ଲଳିତ ନିଜ ଘରକୁ ଫେରି ଆସିବା ପରେ ଏହାକୁ କେନ୍ଦ୍ର କରି ଦୁଷ୍ମନ୍ତ ସାହୁ ତାର ଭାଇ ପିଣ୍ଟୁ ସାହୁ ଏବଂ ବାପା ବିଜୟ ସାହୁଙ୍କ ମିଶି ଠେଙ୍ଗା ବାଡି ଓ ମରଣାସ୍ତ୍ର ଧରି ଲଳିତ ଘରେ ପହଂଚିଥିଲେ । ଲଳିତ ଘରେ ଏକୁଟିଆ ଥିବା ଦେଖି ସେମାନେ ଲଳିତକୁ ମାଡପିଟ କରିଥିଲେ । ସମସ୍ତେ ମିଶି ଲଳିତକୁ ଜାବୁଡି ଧରିବା ପରେ ପିଣ୍ଟୁ ସାହୁ ଏକ ଧାରୁଆ ଅସ୍ତ୍ରରେ ଲଳିତର ବେକକୁ କାଟିଦେଇଥିଲା । ଫଳରେ ଲଳିତ ସେଠାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡିଯିବାପରେ ଦୁଷ୍ମନ୍ତ ଏବଂ ବିଜୟ ମିଶି ଲଳିତର ମୁଣ୍ଡକୁ ପଥରରେ ଛେଚି ଦେଇଥିଲେ । ଲଳିତ ଅଚେତ ହୋଇ ପଡ଼ିଯିବା ପରେ ମରିଗଲା ଭାବି ସମସ୍ତେ ସେଠାରୁ ପଳାଇଯାଇଥିଲେ । ଏହି ଘଟଣା ପରେ ପରିବାର ଲୋକେ ଘରକୁ ଆସି ଲଳିତକୁ ସଂଗେ ସଂଗେ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନେଇଥିଲେ । କିନ୍ତୁ ଡାକ୍ତର ଲଳିତକୁ ସେଠାରେ ମୃତ ଘୋଷଣା କରିଥିଲେ ବୋଲି ଲଳିତର ଭାଇ ସଞ୍ଜୟ ସାହୁ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଉକ୍ତ ଅଭିଯୋଗକୁ ଭିତିକରି ପୁଲିସ ଦଫା 302/34ଆଇ ପି ସି ରେ କେସ୍ କରି ଅଭିଯୁକ୍ତ ବାପ ପୁଅଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । କିନ୍ତୁ ଆଜି ଶନିବାର ମାନ୍ୟବର ଅତିରିକ୍ତ ଜିଲ୍ଲା ଓ ସେସନ ଜଜ ହୃଷିକେଶ ଆଚାର୍ଯ୍ୟ ଏହି କେଶର ଶୁଣାଣି କରି ୧୮ଜଣ ସାକ୍ଷୀ ପ୍ରମାଣକୁ ଆଧାର କରି ଅଭିଯୁକ୍ତ ବାପ ବିଜୟ ସାହୁ ଏବଂ ଦୁଇ ପୁଅ ପିଣ୍ଟୁ ସାହୁ ଓ ଦୁଷ୍ମନ୍ତ ସାହୁ ଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବାସହ ୧୦ ହଜାର ଟଙ୍କା ଜୋରିମାନା ଆଦେଶ କରିଛନ୍ତି । ଜୋରିମାନା ଅନାଦେୟ ଅଧିକ ୬ ମାସ ଜେଲ ଦଣ୍ଡ ଶୁଣାଣି କରିଛନ୍ତି ।  ସରକାରଙ୍କ ପକ୍ଷରୁ ଏହି ମାମଲାକୁ ଅତିରିକ୍ତ ପିପି ତାପସ ରଂଜନ ମିଶ୍ର ପରିଚାଳନା କରୁଥିଲେ ।

Advertisement

Leave a Reply

Your email address will not be published. Required fields are marked *