ଥର୍ମାଲ ଏନଟିପିସିର ଭାରୀଯାନ ଯୋଗୁଁ ୧୪୯ ଜାତୀୟ ରାଜପଥରେ ହୀନସ୍ତା ଭୋଗୁଛନ୍ତି ଲୋକେ

ତାଳଚେର – ଏନଟିପିସି ତାଳଚେର ଥର୍ମାଲର ଭାରୀଯାନ ଚଳାଚଳ ଯୋଗୁ ଥର୍ମାଲ ଆନନ୍ଦ ବଜାର ରାସ୍ତା ବିପଦ ପୂର୍ଣ୍ଣ ସହ ଘଣ୍ଟା ଘଣ୍ଟା ଧରି ୧୪୯ ଜାତୀୟ ରାଜପଥ ଅବରୋଧ ଯୋଗୁଁ ଜନସାଧାରଣ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ।

ସୂଚନା ଅନୁସାରେ , ତାଳଚେର ଥର୍ମାଲ ଏନଟିପିସିର ନିର୍ମାଣ କାର୍ଯ୍ୟ ଚାଲିଥିଲାବେଳେ ପ୍ଲାଣ୍ଟ ଭିତରକୁ ବହୁ ବଡ଼ବଡ଼ ଯାନ ବିଭିନ୍ନ ସାମଗ୍ରୀ ନେଇ ଯାଉଥିବା ବେଳେ ୧୪୯ ଜାତୀୟ ରାଜପଥ ଥର୍ମାଲ ଆନନ୍ଦ ବଜାର ଛକ ଠାରେ ବଡ ବଡ ଖାଲ ହୋଇଛି । ଏହି ଛକରୁ ସିଧାସଳଖ ପ୍ଲାଣ୍ଟ ଭିତରକୁ ରାସ୍ତା ସଂଯୋଗ ହୋଇଛି । ଗତକାଲି ଥର୍ମାଲକୁ ଯାଉଥିବା ଦୁଇଗୋଟି ଭାରିଯାନ ଖାଲରେ ପଡ଼ିବା ପରେ ଗାଡିର ଯନ୍ତ୍ରାଂଶ ଭାଙ୍ଗି ଯିବା ଫଳରେ ଗାଡି ଅଟକି ରହିଥିଲା । ଜାତୀୟ ରାଜପଥରେ ଘଣ୍ଟା ଘଣ୍ଟା ଧରି ଜାମ ହୋଇଯାଇଥିଲା । ବହୁ ସମୟ ଧରି ଗାଡ଼ି ଜାମ ଯୋଗୁଁ ଜନସାଧାରଣ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଛାତ୍ର ଛାତ୍ରୀ ମାନେ ସ୍କୁଲକୁ ଯାଇ ପାରି ନଥିଲେ । ଏପରିକି ଆମ୍ବୁଲାନ୍ସ ରୋଗୀ ଧରି ଫସିରହିଥିଲା । ଦିର୍ଘ ସମୟ ପରେ ଥର୍ମାଲ ପକ୍ଷରୁ ଗାଡ଼ିକୁ ବାହାର କରିବା ପରେ ବହୁ ସମୟ ପରେ ଗାଡ଼ି ଚଳାଚଳ ସ୍ବାଭାବିକ ସୋଇଥିଲା । ଅପରପକ୍ଷରେ ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ଯେହେତୁ ଏହି ଛକରୁ ସିଧାସଳଖ ପ୍ଲାଣ୍ଟ ଭିତରକୁ ବହୁ ଭାରୀଯାନ ଯାଉଥିବା ବେଳେ ରାସ୍ତା ମରାମତି କରା ଯାଉ ନାହିଁ । ଏନଟିପିସି କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଏହି ରାସ୍ତାର ମରାମତି ସହ ଟ୍ରାଫିକ ବ୍ୟବସ୍ଥା କରିବାକୁ ଜଣାଇଥିଲେ ମଧ୍ୟ କର୍ତ୍ତୃପକ୍ଷ ଶୁଣୁନାହାନ୍ତି । ପୂର୍ବରୁ ଏହି ଛକରେ ବହୁ ଦୁର୍ଘଟଣା ଘଟି ମୃତାହତ ହୋଇଥିବା ବେଳେ ଏପର୍ଯ୍ୟନ୍ତ ଏନଟିପିସି କର୍ତ୍ତୃପକ୍ଷ ଶୁଣୁନାହାନ୍ତି । ଆଗାମୀ ଦିନରେ ଏହାର ପ୍ରତିକାର କରାନଗଲେ ଭବିଷ୍ୟତରେ ରାସ୍ତାରୋକ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଏଥିପ୍ରତି ପ୍ରଶାସନ ପକ୍ଷରୁ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page