ମୋବାଇଲ ଚୋରି କରିନେବା ପରେ ଆକାଉଣ୍ଟରୁ ନେଉଗଲେ ଟଙ୍କା

ଅନୁଗୁଳ – ଅନୁଗୁଳ ସହରରେ ମୋବାଇଲ ଚୋରଙ୍କ ପ୍ରାଦୁର୍ଭାବ କମିବାରେ ନାଁ ନେଉ ନାହିଁ । ପ୍ରତ୍ୟେକ ଦିନ ବଜାର ଭିତରୁ କାହାର ନା କାହାର ମୋବାଇଲ ଚୋରି ହେଉଛି । ମୁଖ୍ୟତଃ ହାଟ ଓ ଦୈନିକ ପରିବା ମାର୍କେଟ ହିଁ ଚୋରଙ୍କ ଟାର୍ଗେଟ ଅଞ୍ଚଳ ରହୁଛି । ତେବେ ଆଜି ଅନୁଗୁଳ ସାଇବର ଥାନାରେ ଏକ ଭିନ୍ନ ଧରଣର ମାମଲା ରୁଜୁ ହୋଇଛି ।ମୋବାଇଲ ଚୋର ମୋବାଇଲ ଚୋରି କରି ନେଵା ପରେ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ନେଇ ଯାଇଛନ୍ତି।

ସୂଚନା ଅନୁସାରେ , ଅନୁଗୁଳ ମଦନମୋହନପଡା ଅଞ୍ଚଳର ଜଣେ ବ୍ୟକ୍ତି ଦୈନିକ ବଜାର ଯାଇଥିଲେ । ସେଠାରେ ତାଙ୍କର ମୋବାଇଲ ହଜି ଯାଇଥିଲା । ଖୋଜାଖୋଜି କରିବା ସତ୍ୱେ ମୋବାଇଲ ଆଉ ମିଳି ନଥିଲା । ଏଣୁ ସେ ନୁଆଁ ମୋବାଇଲ ନେବା ସହ ନୁଆଁ ସିମ ନେଉଥିଲେ । ତେବେ ନୁଆଁ ସିମ ନେବା ପରେ ତାଙ୍କ ଆକାଉଣ୍ଟରୁ ଟଙ୍କା ଗାୟବ ହୋଇଥିବା ଜାଣିବାକୁ ପାଇଥିଲେ । ଦୁଇଟି କିସ୍ତିରେ
୫୦ ହଜାର ଟଙ୍କା ଲେଖାଏଁ ତାଙ୍କ ଆକାଉଣ୍ଟରୁ ଏକ ଲକ୍ଷ ଟଙ୍କା ଟ୍ରାଜାଙ୍କସନ ହୋଇଥିବା ଜାଣିବା ପରେ ସେ ଅନୁଗୁଳ ସାଇବର ପୁଲିସର ଦ୍ୱାରସ୍ଥ ହୋଇଛନ୍ତି । ପୁଲିସ ଘଟଣାର ତଦନ୍ତ କରୁଛି।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page