ରୋଷେଇ ବେଳେ ଗ୍ୟାସ ପାଇପ୍ ଫାଟି ଅଗ୍ନିକାଣ୍ଡ – ମା,ପୁଅ ଗୁରୁତର


ଅନୁଗୁଳ – ଗ୍ୟାସରେ ରୋଷେଇ କରୁଥିବା ବେଳେ ପାଇପ୍ ଫାଟି ଯିବାରୁ ମା, ପୁଅ ପୋଡ଼ି ହୋଇ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ପରେ ଅବସ୍ଥା ସଂକଟାପର୍ଣ୍ଣ ହେବାରୁ ଉଭୟଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି । 

ସୂଚନା ଅନୁସାରେ ନିଶା ଥାନା ଅନ୍ତର୍ଗତ ଭୁବନପୁର ଗ୍ରାମର ଶିଶିର ନାଥଙ୍କ ସ୍ତ୍ରୀ ସନ୍ଧ୍ୟାରାଣୀ ନାଥ ଓ ତାଙ୍କ ପୁଅ ସୂର୍ଯ୍ୟକାନ୍ତ ନାଥ(୧୪) ରୋଷେଇ ଘରେ ରୋଷେଇ କରିବାକୁ ଯାଇ ଗ୍ୟାସ ଚୁଲାରେ ନିଆଁ ଲଗାଉଥିବା ବେଳେ ହଠାତ୍ ଗ୍ୟାସ ପାଇପ୍ ଫାଟି ଯାଇ ଅଗ୍ନିକାଣ୍ଡ ହୋଇଥିଲା । ଯାହାଫଳରେ ନିଆଁରେ ମା, ପୁଅ ପୋଡ଼ି ହୋଇଯାଇଥିଲେ। ମା, ପୁଅଙ୍କର ଚିତ୍କାର ଶୁଣି ପାଖରେ ଥିବା ମା ମଙ୍ଗଳା ଯୁବକ ସଂଘ ର ସଦସ୍ୟ ମାନେ ପହଞ୍ଚି ମା, ପୁଅ ଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କ୍ଲବ୍ ଗାଡ଼ିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଏଠାରେ ଉଭୟଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ଡାକ୍ତର ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page