୧ କୋଟି ୬୮ ହଜାର ପାଞ୍ଚ ଶହ ୯୨ ଟଙ୍କା ଠକେଇ ସହ ସମ୍ପୃକ୍ତ ୩ ଗିରଫ

ଅନୁଗୁଳ – ୧ କୋଟି ୬୮ ହଜାର ପାଞ୍ଚ ଶହ ୯୨ ଟଙ୍କା ଠକେଇ ସହ ସମ୍ପୃକ୍ତ ଥିବା ଅଭିଯୋଗରେ ୩ ଗିରଫ । ସେମାନଙ୍କ ନିକଟରୁ ୫ ମୋବାଇଲ ସହ atm କାର୍ଡ , ବ୍ୟାଙ୍କ ଚେକ ବୁକ୍ ଜବତ କରିଛି ପୁଲିସ ।


ସୂଚନା ଅନୁସାରେ , ସାଇବର ଅପରାଧ ବିରୋଧରେ ବଡ଼ ସଫଳତା ଲାଭ କରି ଅନୁଗୁଳ ପୁଲିସ ୧.୬୮ କୋଟି ଟଙ୍କାର ଠକେଇ ସହିତ ଏଥିରେ ସଂପୃକ୍ତ ବ୍ୟାଙ୍କ ଖାତା ଚାଳନା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ସଂକେୟ ଅଗ୍ରୱାଲ , ସବ୍ୟସାଚୀ ପ୍ରଧାନ ଓ ସମ୍ବିତ ସେଠ । ସିଆଇଡି, କ୍ରାଇମ ବ୍ରାଞ୍ଚ ଓଡ଼ିଶାର ଗୁପ୍ତ ସୂଚନା ଆଧାରରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ତଦନ୍ତ ବେଳେ ଅନୁଗୁଳ IDFC ଫାର୍ଷ୍ଟ ବ୍ୟାଙ୍କ ଓ ICICI ବ୍ୟାଙ୍କରେ ଖୋଲା ଯାଇଥିବା ୩ଟି ସନ୍ଦେହଜନକ ଖାତା ଚିହ୍ନଟ କରା ଯାଇଥିଲା । ଯାହା ମାଧ୍ୟମରେ ଦେଶବ୍ୟାପୀ ଅନଲାଇନ୍ ଠକେଇର ଟଙ୍କା ଲେନଦେନ ହେଉଥିବା ପୁଲିସ କହିଛି । ଅଭିଯୁକ୍ତମାନଙ୍କ ପାଖରୁ ମୋବାଇଲ୍ ଫୋନ୍, ବ୍ୟାଙ୍କ ପାସବୁକ ସହ ଏଟିଏମ କାର୍ଡ ଜବତ କରାଯାଇଛି।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page