ଓକିଲ ସଂଘ ନିର୍ବାଚନ ପ୍ରକ୍ରିୟାରେ ହାଇକୋର୍ଟଙ୍କ ହସ୍ତକ୍ଷେପ – ତାଲିକାରୁ କଟିଥିବା ୩ ଓକିଲ ଦେଇ ପାରିବେ ଭୋଟ

ଅନୁଗୁଳ – ଆସନ୍ତା ୨୮ ତାରିଖରେ ଅନୁଗୁଳ ଓକିଲ ସଂଘ କର୍ମକର୍ତ୍ତା ନିର୍ବାଚନ ହେବ। ଏଥିପାଇଁ ପ୍ରସ୍ତୁତ ଭୋଟର ତାଲିକାରୁ କଟିଥିବା ୩ ଜଣ ଆଇନ୍‌ଜୀବୀଙ୍କୁ ଭୋଟଦାନ କରିବାକୁ ଅନୁମତି ଦେଇଛନ୍ତି ହାଇକୋର୍ଟ। ‌ତେବେ ଏହି ଭୋଟକୁ ଗଣତି ନ କରାଯାଇ ବନ୍ଦ ଲଫାଫାରେ ରଖାଯିବ ବୋଲି କୋର୍ଟ କହିଛନ୍ତି।


ସୂଚନା ଅନୁସାରେ, ଓକିଲ ସଂଘ ନିର୍ବାଚନ ପାଇଁ ପ୍ରସ୍ତୁତ କରାଯାଇଥିବା ଭୋଟର ତାଲିକାରେ ୧୪୩ ଜଣ ଭୋଟରଙ୍କ ନାମ ଉଦ୍ୟେଶମୂଳକ ଭାବେ କାଟି ଦିଆ ଯାଇଥିବା ଅଭିଯୋଗ ହୋଇଥିଲା । ଏହି ନାଁ କଟିବା ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା। ଏଥିରୁ ଦେବାଶିଷ ମହାନ୍ତି, ସୁଧୀର ମିଶ୍ର, ସୁଦୀପ୍ତ ମିଶ୍ର ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେଇଥିଲେ। ଗୁରୁବାର ଉଚ୍ଚ ନ୍ୟାୟାଳୟ ରିଟ ପିଟିସନ ନମ୍ବର WP(c) ୭0୧୭/ ୨୬ ର ଶୁଣାଣି କରି ଉକ୍ତ ୩ ଜଣ ଆଇନଜୀବୀଙ୍କୁ ଆସନ୍ତା ମାର୍ଚ୍ଚ ୨୮ ତାରିଖରେ ଭୋଟ ଦେବାକୁ ଉଚ୍ଚ ନ୍ୟାୟାଳୟ ଅନୁମତି ଦେଇଛନ୍ତି। ଭୋଟର ତାଲିକାରୁ କଟିଥିବା ଓକିଲଙ୍କ ପକ୍ଷରୁ ।ବରିଷ୍ଠ ଆଇନଜୀବୀ ମିଲନ କାନୁନ୍‌ଗୋ ମାମଲା ପରିଚାଳନା କରୁଥିଲେ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page