ଦୁର୍ଘଟଣାରେ ଦୁଇ ମୃତ

ଅନୁଗୋଳ – ଦଣ୍ଡନାଚ ଦେଖି ଫେରୁଥିବା ବେଳେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ ।

ସୂଚନା ଅନୁଯାୟୀ ଅନୁଗୋଳ ଜରପଡା ଥାନା ଅନ୍ତର୍ଗତ ବଡହିଂସର ଗ୍ରାମର ପୂର୍ଣ୍ଣଚନ୍ଦ୍ର ସାହୁ ଓ ଧିରେନ ସାହୁ ଏକ ବାଇକ୍ ରେ ପୁରୁଣାକୋଟ ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗାଁକୁ ଦଣ୍ଡନାଚ ଦେଖିବାକୁ ଯାଇ ଘରକୁ ଫେରୁଥିବା ବେଳେ ହିଂସିରିଡା ଗ୍ରାମ ନିକଟରେ ବିଳମ୍ବିତ ରାତିରେ କୌଣସି ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା । ଯାହା ଫଳରେ ଉଭୟ ରାସ୍ତା ଉପରେ ଛିଟିକି ପଡ଼ିଥିଲେ । ସେହି ରାସ୍ତାରେ ଯାଉଥିବା ପଥଚାରୀ ମାନେ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ୧୦୮ ଆମ୍ବୁଲାନ୍ସ ସହାୟତାରେ ଉଭୟଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଏଠାରେ ପହଞ୍ଚିବା ପରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page