ବିଶ୍ୱରଜନ ପାଣିଗ୍ରାହୀ ଜିଲ୍ଲା ଯୁବ କଂଗ୍ରେସ କମିଟିର ସଭାପତି ମନୋନୀତ

ଅନୁଗୁଳ – ଓଡିଶା ପ୍ରଦେଶ ଯୁବ କଂଗ୍ରେସ କମିଟି ପକ୍ଷରୁ ରାଜ୍ୟର ବିଭିନ୍ନ ୧୨ଟି ଜିଲ୍ଲା ପାଇଁ ଜିଲ୍ଲା ଯୁବ କଂଗ୍ରେସ ସଭାପତିମାନଙ୍କ ନାମ ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷିତରେ ଅନୁଗୁଳ ଜିଲ୍ଲା ଯୁବ କଂଗ୍ରେସ କମିଟିର ସଭାପତି ଭାବେ ପୁନର୍ବାର ବିଶ୍ୱରଜନ ପାଣିଗ୍ରାହୀ (ଲୁଲୁ) ଙ୍କୁ ନିଯୁକ୍ତ କରାଯାଇଛି।

ବିଶ୍ୱରଜନ ପାଣିଗ୍ରାହୀ ପୂର୍ବରୁ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଭାବେ ସଫଳତାର ସହ କାର୍ଯ୍ୟନିର୍ବାହ କରିଥିବା ସହିତ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ। ତାଙ୍କର କାର୍ଯ୍ୟଦକ୍ଷତା ଓ ସଂଗଠନାତ୍ମକ କୌଶଳକୁ ମନେରଖି ପୁନର୍ବାର ତାଙ୍କ ଉପରେ ଦଳ ଆସ୍ଥା ବ୍ୟକ୍ତ କରିଛି।

ଏହି ନିଯୁକ୍ତି ପରେ ବିଶ୍ୱରଜନ ପାଣିଗ୍ରାହୀ, ଅଖିଳ ଭାରତୀୟ କଂଗ୍ରେସ କମିଟି ର ସଭାପତି ମାଲିକାର୍ଜୁନ ଖାର୍ଗେ ଜୀ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଜୀ, ଅଖିଳ ଭାରତୀୟ ଯୁବ କଂଗ୍ରେସ ପ୍ରଭାରୀ ମନୀଷ ଶର୍ମା, ଭାରତୀୟ ଯୁବ କଂଗ୍ରେସ ସଭାପତି ଉଦୟଭାନୁ ଚୀବ, ଓଡିଶା ପ୍ରଦେଶ ଯୁବ କଂଗ୍ରେସ ପ୍ରଭାରୀ ମେହେଶ ଦେଶମୁଖ, ଭାରତୀୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ସ୍ମୃତିରଂଜନ ଲେଙ୍କା, ପ୍ରଦେଶ ଯୁବ କଂଗ୍ରେସ ସଭାପତି ରଣଜିତ ପାତ୍ର ଏବଂ କାର୍ଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ମହାନ୍ତି ଓ ଗଣେଶ କୁମାର ସାହୁଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।

ବିଶ୍ୱରଜନ ପାଣିଗ୍ରାହୀ କହିଛନ୍ତି ଯେ, ଆଗାମୀ ଦିନରେ ଯୁବ କଂଗ୍ରେସର ସଂଗଠନକୁ ଆହୁରି ମଜବୁତ କରି ଜିଲ୍ଲାର ଯୁବମାନଙ୍କ ସ୍ୱାର୍ଥ ସୁରକ୍ଷା ପାଇଁ ସକ୍ରିୟ ଭାବେ କାମ କରାଯିବ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page