ତିନି ଶ୍ରମିକ ମୃତ୍ୟୁ ଘଟଣା – ଶ୍ରୀ ମେଟାଲିକ ବିରୁଦ୍ଧରେ ହେବ କ୍ରିମିନାଲ ଆକ୍ସନ

ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକରେ ଥିବା ଶ୍ରୀ ମେଟାଳିକ କାରଖାନାରେ ବିଳମ୍ବିତ ରାତିରେ ଦୁର୍ଘଟଣାରେ ତିନି ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା । ମୃତ ଶ୍ରମିକ ମାନେ ହେଲେ ସୁନ୍ଦରଗଡ଼ ଜିଲ୍ଲାର ଶ୍ରଧର ବାଘେଲ , ମଙ୍ଗଳ ମାଝୀ ଏବଂ ପିଣ୍ଟୁ କୁମାର । ତେବେ ତିନି ଶ୍ରମିକଙ୍କ ମୃତ୍ୟୁ ପରେ ଜିଲ୍ଲା ପ୍ରଶାସନ ଘଟଣାର ତଦନ୍ତ ଆରମ୍ଭ କରିଛି ।

ନିଶା ଥାନା ପୁଲିସ ସମେତ ଅନୁଗୁଳ ଶ୍ରମ ବିଭାଗ ଓ ଫ୍ୟାକ୍ଟେରି ଏବଂ ବଏଲରର ଅଧିକାରୀ ମାନେ ଶ୍ରୀ ମେଟାଳିକ କାରଖାନା ଯାଇ ପୁଙ୍ଖାନୁପୁଙ୍ଖ ତଦନ୍ତ କରିଛନ୍ତି । କେଉଁ ପରିସ୍ଥିତିରେ ଏଭଳି ଦୁର୍ଘଟଣା ହେଲା ସେ ନେଇ ଜାଞ୍ଚ କରାଯାଉଥିବା ବେଳେ ଏହି ତିନି ଶ୍ରମିକ ଚାରି ଦିନ ତଳେ ହିଁ ଏଠାକୁ କାମ କରିବାକୁ ଆସିଥିବା ଜଣା ପଡ଼ିଛି । ଆଉ ଏଠାରେ ସେମାନେ DRI ର କ୍ଲିନରେ କଟିଂ , ଆକ୍ରିଏସନ ଏବଂ ସଫେଇ କାମରେ ନିୟୋଜିତ ଥିଲେ । ଆଉ ଗତ କାଲି ‘ବି’ ସିଫ୍ଟରେ ଡ୍ୟୁଟି କଲା ବେଳେ ଅଣନିଶ୍ୱାସୀ ହୋଇ ଗୁରୁତର ହୋଇଥିବା ବେଳେ ମେଡିକାଲ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି । ଏହା ଜଣା ପଡିବା ପରେ ଶ୍ରମ ବିଭାଗ ପକ୍ଷରୁ କମ୍ପାନୀ ବିରୁଦ୍ଧରେ କ୍ରିମିନାଲ ମାମଲା ରୁଜୁ କରାଯିବ । ଏଗ ସହ ଜିଲ୍ଲା ପ୍ରଶାସନ ସହ ଆଲୋଚନା ପରେ କମ୍ପାନୀ କର୍ତ୍ତୃପକ୍ଷ ମୃତକଙ୍କ ପରିବାରକୁ ଅନ୍ତିମ ସଂସ୍କାର ପାଇଁ ଦେଢ଼ ଲକ୍ଷ ଲେଖାଏଁ ଟଙ୍କା ଏବଂ କ୍ଷତିପୂରଣ ବାବଦକୁ ୭ ଲକ୍ଷ ଲେଖାଏଁ ଟଙ୍କା ପ୍ରଦାନ କରିବାକୁ ସହମତି ପ୍ରକାଶ କରିଛନ୍ତି । ଆଉ ବର୍ତ୍ତମାନ ପାଇଁ ଦୁର୍ଘଟଣା ଘଟିଥିବା DRI କ୍ଲିନ ସାଇଟ ବନ୍ଦ ରଖିବାକୁ ନିର୍ଦେଶ ଦିଆ ଯାଇଛି । ଅନ୍ୟପଟେ କମ୍ପାନୀ କର୍ତ୍ତୃପକ୍ଷ ଘଟଣା କୁ ଚାପି ଦେବାକୁ ନିକଟସ୍ଥ ଡାକ୍ତରଖାନାକୁ ନ ନେଇ କାହିଁକି ହିନ୍ଦୋଳ ଡାକ୍ତରଖାନାକୁ ଆହତ ମାନଙ୍କୁ ନିଆଗଲା ସେ ନେଇ ମଧ୍ୟ ତଦନ୍ତ କରାଯିବ ବୋଲି ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page