ନାତୁଣୀକୁ ବଞ୍ଚାଇବାକୁ ଯାଇ ବିଦ୍ୟୁତ ଆଘାତରେ ଅଜା ମୃତ

ଅନୁଗୁଳ – ବିଦ୍ୟୁତ ଆଘାତରେ ଅଜା ମୃତ , ନାତୁଣୀ ଗୁରୁତର । ତାରରେ ଲୁଗା ଶୁଖାଇବା ବେଳେ ନାତୁଣୀକୁ ଲାଗିଥିଲା ବିଦ୍ୟୁତ ଆଘାତ । ନାତୁଣୀକୁ ବଞ୍ଚାଇବାକୁ ଯାଇ ଅଜାଙ୍କର ହେଲା ମୃତ୍ୟୁ । ଏଭଳି ଘଟଣା ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ପାଇକସାହିର ଜଗଦଲପୁରରେ ଘଟିଛି ।

ସୂଚନା ଅନୁସାରେ ଜଗଦଲପୁରର ତୁଳସୀ ସାହୁ ନାମକ ଜଣେ ଯୁବତୀ ସକାଳେ ଗାଧେଇ ତାରରେ ଲୁଗା ଶୁଖାଇବାକୁ ଯାଇଥିଲେ । ତେବେ ବିଳମ୍ବିତ ରାତିରେ ହୋଇଥିବା ପବନ ଯୋଗୁଁ ଘରର ସର୍ଭିସ ତାର ଛିଣ୍ଡି ଲୁଗା ଶୁଖା ତାରରେ କରେଣ୍ଟ ଥିଲା । ସେଥିରେ ଲୁଗା ଶୁଖାଇବା ବେଳେ ତୁଳସୀଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା । ସେ ଚିତ୍କାର କରିବାରୁ ପାଖରେ ଥିବା ତାଙ୍କ ୭୦ ବର୍ଷୀୟ ଅଜା ରତ୍ନାକର ସାହୁ ଦୌଡ଼ି ଆସି ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । ତେବେ ରତ୍ନାକରଙ୍କୁ ମଧ୍ୟ ବିଦ୍ୟୁତ ଆଘାତ ଲାଗିଥିଲା । ପରିବାର ଲୋକ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ରତ୍ନାକରଙ୍କୁ ମୃତ ଘୋଷଣା କରିଥିଲେ ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page