ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଶାଳଗାଡ଼ିଆ ଛକ ନିକଟରେ ଜଣେ ଫାଇନାନ୍ସ କର୍ମଚାରୀ ପପୁନ ପୋଇଙ୍କ ଠାରୁ ଗତ ୧୧ ତାରିଖରେ ଦୁଇ ଜଣ ଦୁର୍ବୁତ୍ତ ମୋଟରସାଇକେଲରେ ଆସି ମାଡ ମାରିବା ସହ ୧୫ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଥିଲେ । ଏ ଘଟଣା ନେଇ ପପୁନ ବଅଁରପାଳ ଥାନାରେ ଲିଖିତ ଅଭିଯୋଗ ପରେ ଥାନା ଅଧିକାରୀ ଦୁଷ୍ମନ୍ତ ସିଂ ଙ୍କ ନେତୃତ୍ଵରେ ଦୁଇଟି ଟିମ୍ ଗଠନ କରି ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ବ କରିଥିଲେ ।

ଏହି ଲୁଟ ଘଟଣାରେ ବଅଁରପାଳ ପୁଲିସ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଭାଗବତପୁର ଗ୍ରାମର ରାଜୁ ପରିଡା , ଡାକ ପରିଡା , କୁସୁଣା ଗ୍ରାମର ସୁଜିତ୍ ନାଏକ , ରୁଦ୍ର ନାରାୟଣ ନାଏକ , ତଳମୂଳ ଶାସନ ଗ୍ରାମର ସଚିନ ସେଠି । ସେମାନଙ୍କ ନିକଟରୁ ୧୪ ଲକ୍ଷ ୮୫ ହଜାର ,ଟଙ୍କା ପାଞ୍ଚ ଗୋଟି ମୋବାଇଲ ଫୋନ, ଦୁଇ ଗୋଟି ବାଇକ୍, ଏକ ଭୁଜାଲି, ଏଟିଏମ କାର୍ଡ ଏବଂ ଆଇ କାର୍ଡ ଜବତ କରିଛି ପୁଲିସ । ଅଭିଯୁକ୍ତ ମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ନେଇ ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

