ଅନୁଗୁକ – ଅନୁଗୁଳ ଜିଲ୍ଲାରେ ଆଜି ଗୋଟିଏ ଦିନରେ ପାଣିରେ ବୁଡି ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ବାଗଡ଼ିଆ ଥାନା ପିପଳବାହାଳ ଗାଁରେ ଜଣେ ବୃଦ୍ଧ ଗାଧେଇବାକୁ ଯାଇ ପାଣିରେ ବୁଡି ଯାଇଥିବା ବେଳେ ଅନୁଗୁଳ ସଦର ଥାନା ଲିଙ୍ଗରା ନାଳରେ ବୁଡି ଆଉ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି ।

ସୂଚନା ଅନୁସାରେ ବାଗଡ଼ିଆ ଥାନା ପିପଳବାହାଳ ଗାଁର ସୁମନ୍ତ ନାୟକ ଭୋର ୫ ଟାରୁ ଆମ୍ବତୋଟାକୁ ଆମ୍ବ ଗୋଟାଇବାକୁ ଯାଇଥିଲେ । ତେବେ ମଧ୍ୟାହ୍ନରେ ତାଙ୍କ ମୃତଦେହ ଗାଁର ଏକ ବନ୍ଧରେ ଭାସୁଥିବା ଗାଁ ଲୋକ ଦେଖି ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା । ତେବେ ଆମ୍ବ ଗୋଟାଇ ସାରି ସୁମନ୍ତ ଗାଧେଇବାକୁ ପୋଖରୀକୁ ଯାଇତଗିବା ବେଳେ ଗୋଡ଼ ଖସି ଗଭୀର ପାଣିକୁ ଚାଲିଯିବା ପରେ ତାଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।
ଲିଙ୍ଗରା ନାଳ ରେ ବୁଡି ଜଣେ ମୃତ
ଅନୁଗୋଳ ସଦର ଥାନା ଅନ୍ତର୍ଗତ ଅଙ୍ଗାରବନ୍ଧ ଗ୍ରାମ ନିକଟରେ ଥିବା ଲିଙ୍ଗରା ନାଳରେ ବୁଡି ଜଣେ ମୃତ।ମୃତକ ଜଣ ଙ୍କ ହେଲେ ଅଙ୍ଗାରବନ୍ଧ ଗ୍ରାମର ବୈରାଗୀ ସାହୁ ଙ୍କ ପୁଅ ସୁର ସାହୁ (୭୦) ।ସୂଚନା ଯେ, ସୁର ପ୍ରତ୍ୟକ ଦିନ ପରି ଆଜି ବି ମଧ୍ୟ ଘର ନିକଟ ତଥା ଘର ଠାରୁ ୫୦୦ ମିଟର ରେ ଥିବା ଲିଙ୍ଗରା ନାଳ କୁ ଦିନ ୧୧ ଘଟିକା ବେଳେ ଗାଧୋଇବାକୁ ଯାଇଥିଲେ। ଦିନ ଦୁଇ ଟା ପର୍ଯ୍ୟନ୍ତ ଘର କୁ ନ ଫେରିବା ରୁ ଘର ଲୋକ ଲିଙ୍ଗରା ନାଳ ନିକଟ କୁ ଯାଇ ଖୋଜି ଥିଲେ। ନାଳ ନିକଟରେ ଗାମୁଛା ରଖା ଯାଇଥିବା ଦେଖି ସଙ୍ଗେ ସଙ୍ଗେ ଅଗ୍ନିସମ ବିଭାଗ ଖବର ଦେଇଥିଲେ। ଘଟଣା ସ୍ଥଳରେ ଅଗ୍ନିସମ ବିଭାଗ ପହଁଚି ନାଳ ଭିତରୁ ସୁର ଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରିଥିଲେ। କିନ୍ତୁ ଡାକ୍ତର ସୁର ଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୋଲିସ ଚିକିତ୍ସାଳୟ ରେ ପହଁଚି ମୃତ ଶରୀର କୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି ପୋଲିସ।

