ମହିଳା କଂଗ୍ରେସ ପକ୍ଷରୁ ରୋଗୀଙ୍କୁ ଫଳ ବଣ୍ଟନ

ଆଜି ଅଖିଳ ଭାରତ ମହିଳା କଂଗ୍ରେସର ୪୨ତମ ପ୍ରତିଷ୍ଠା ଦିବସ ଅବସରରେ ଅନୁଗୋଳ ଜିଲ୍ଲା ମହିଳା କଂଗ୍ରେସ କମିଟି ର ସଭାନେତ୍ରୀ ସବିତା ଧୀରଙ୍କ ନେତୃତ୍ୱରେ ଅନୁଗୋଳ ହସ୍ପିଟାଲରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା।

ଏହି ଅବସରରେ ହସ୍ପିଟାଲର ଗାଇନୋକୋଲୋଜିଷ୍ଟ ଡା. ସୁଜାତା ଦାଶଙ୍କୁ ମହିଳା କଂଗ୍ରେସ ପକ୍ଷରୁ ଉତ୍ତରୀୟ ପିନ୍ଧାଇବା ସହ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ମହିଳାଙ୍କ ସେବା, ସମ୍ମାନ ଓ ସଶକ୍ତିକରଣ ପାଇଁ ମହିଳା କଂଗ୍ରେସର ଏହି ପ୍ରୟାସ ଆଗାମୀ ଦିନରେ ମଧ୍ୟ ଜାରି ରହିବ। ଏଥିରେ ପ୍ରଦେଶ କଂଗ୍ରେସ ଉପସଭାପତି ଇଂ ସସ୍ମିତା ବେହେରା, ଜିଲ୍ଲା ମହିଳା କଂଗ୍ରେସ ଉପସଭାନେତ୍ରୀ କୁନ୍ତଳା ବେହେରା, ନିଲକମଲ ସେଠି ,ସାଧାରଣ ସମ୍ପାଦିକା ଅମ୍ବିକା ବିଶ୍ୱାଳ, ଗୌରୀ ନାଏକ,ସମ୍ପାଦିକା ଜ୍ୟୋତିର୍ମୟୀ ପଣ୍ଡା, ଭାରତୀ ମିଶ୍ର, ନଗର ସଭାନେତ୍ରୀ ମହିଳା କାଶୀଦା ଖାନ, ଅନଗୁଳ ବ୍ଲକ କାର୍ଯ୍ୟକାରୀ ମହିଳା ସଭାନେତ୍ରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ, ଖୁଶବୁ ଆଜାଦ, ଜରିନା ପରବିନ, ରେଶମା ବେଗମ, ରାଣୀ ଖଟୁନ, ରାଜ୍ୟ ସମ୍ପାଦକ ସୂଦୀପ ମିଶ୍ର, ରାଜ୍ୟ ଆଦିବାସୀ ସାଧାରଣ ସମ୍ପାଦିକା ତପନ ପ୍ରଧାନ,ଟିକନ ବେହେରା,ବଲବିର ସିଂ, ବନରପାଳ ସଭାପତି ବିନୋଦ ମାଝୀ, ଅନଗୁଳ ବ୍ଲକ ସଭାପତି ରାକେଶ ମିଶ୍ର,ନଗର ସଭାପତି ରଶ୍ମି ରଞ୍ଜନ ସାହୁ,ଟିକନ ବେହେରା,ସଂଗ୍ରାମ ବେହେରା, ସଞ୍ଜୟ ସାହୁ,ମନୋଜ ସାହୁ ପ୍ରମୁଖ ଉପସ୍ଥିତ ଥିଲେ.

Advertisement

Leave a Reply

Your email address will not be published. Required fields are marked *

You cannot copy content of this page