ଅନୁଗୋଳ – ବାଜାଜ୍ ଅଟୋ ପକ୍ଷରୁ ଭାରତୀୟ ବଜାର ପରେ ଅନୁଗୋଳ ବଜାରରେ ଲଞ୍ଚ ହୋଇଛି ପଲସର୍ର ୨୦୨୬ ମଡେଲ୍। ନୂଆ ମଡେଲ୍ ଗୁଡ଼ିକରେ କେବଳ ଡିଜାଇନ୍ରେ ପରିବର୍ତ୍ତନ ନୁହେଁ, ବରଂ ଇଞ୍ଜିନ୍, ଚାସିସ୍, ସସ୍ପେନସନ୍ ଓ ଫିଚର୍ରେ ମଧ୍ୟ ଅପଡେଟ୍ ଦିଆଯାଇଛି। କମ୍ପାନୀ ପକ୍ଷରୁ ନୂଆ ପଲସର୍ ୧୨୫, ପଲସର୍ ୧୫୦ ଓ ପଲସର୍ N160କୁ ବଜାରକୁ ଅଣାଯାଇଛି।ପଲସର୍ ୧୨୫ ଓ ପଲସର୍ ୧୫୦ରେ ନୂଆ ୧୨୫cc ଓ ୧୫୦cc ଇଞ୍ଜିନ୍, ସିଙ୍ଗଲ୍-କ୍ରାଡଲ୍ ଫ୍ରେମ୍ ଏବଂ ମୋନୋଶକ୍ ସସ୍ପେନସନ୍ ରହିଛି। ଏହି ଦୁଇ ମଡେଲ୍ର ପ୍ରମୁଖ ଆକର୍ଷଣ ହେଉଛି ୫ ଇଞ୍ଚର TFT କନସୋଲ୍। ଏଥିରେ ସ୍ମାର୍ଟଫୋନ୍ କନେକ୍ଟିଭିଟି, ଟର୍ନ୍-ବାଇ-ଟର୍ନ୍ ନାଭିଗେସନ୍, କଲ୍ ଓ SMS ଆଲର୍ଟ, ମ୍ୟୁଜିକ୍ କଣ୍ଟ୍ରୋଲ୍ ଏବଂ ଗୁଗୁଲ୍ ମ୍ୟାପ୍ ମିରରିଂ ଭଳି ସୁବିଧା ମିଳିବ। ଏହାସହ ଅଲ୍-LED ଲାଇଟିଂ, USB Type-C ଚାର୍ଜିଂ ପୋର୍ଟ, ହାଜାର୍ଡ ଲାଇଟ୍, ଡକ୍ୟୁମେଣ୍ଟ ଷ୍ଟୋରେଜ୍, ସାଇଲେଣ୍ଟ ଷ୍ଟାର୍ଟର୍ ଓ ସ୍ୱିଚେବଲ୍ ଆଇଡଲ୍ ଷ୍ଟାର୍ଟ-ଷ୍ଟପ୍ ଟେକ୍ନୋଲୋଜି ଭଳି ଫିଚର୍ ରହିଛି। ଟ୍ରାଫିକ୍ରେ ବାଇକ୍ ଅଟକିଲେ ଇଞ୍ଜିନ୍ ଆପେଆପେ ବନ୍ଦ ହେବ ଏବଂ ଆବଶ୍ୟକତା ସମୟରେ ପୁଣି ଚାଲୁ ହେବ। ଏହା ଇନ୍ଧନ ସଞ୍ଚୟରେ ସହାୟକ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।
ଓଡ଼ିଶାରେ ନୂଆ ପଲସର୍ ୧୨୫ର ଏକ୍ସ-ଶୋରୁମ୍ ଦାମ୍ ୯୪ ହଜାର ୬୯୦ ଟଙ୍କାରୁ ଆରମ୍ଭ ହେଉଛି। ସେହିପରି ପଲସର୍ ୧୫୦ର ଦାମ୍ ୧ ଲକ୍ଷ ୧୫ ହଜାର ୫୯୦ ଟଙ୍କାରୁ ଆରମ୍ଭ। ଏହି ମଡେଲ୍ଗୁଡ଼ିକ ବ୍ଲାକ୍ ବ୍ଲୁ, ବ୍ଲାକ୍ ରେଡ୍, ବ୍ଲୁ, ରେଡ୍, ହ୍ୱାଇଟ୍ ଓ ସିଲଭର୍ ରଙ୍ଗରେ ଉପଲବ୍ଧ ହେବ।
ଅନ୍ୟପଟେ ପଲସର୍ N160ରେ ନୂଆ ୧୬୫cc, ୪-ଭାଲ୍ଭ, ଅଏଲ୍-କୁଲ୍ଡ, ସିଙ୍ଗଲ୍-ସିଲିଣ୍ଡର୍ ଇଞ୍ଜିନ୍ ଦିଆଯାଇଛି। ଏହି ଇଞ୍ଜିନ୍ ୧୮ BHP ପାୱାର୍ ଓ ୧୪.୪ ନ୍ୟୁଟନ୍ ମିଟର୍ ଟର୍କ ଉତ୍ପାଦନ କରିବ। ଏଥିରେ ୫-ସ୍ପିଡ୍ ଗିୟର୍ବକ୍ସ ରହିଛି। ପଲସର୍ N160ରେ ରୋଡ୍, ରେନ୍, ସ୍ପୋର୍ଟ୍ ଓ ଅଫ୍-ରୋଡ୍ ଭଳି ୪ଟି ରାଇଡିଂ ମୋଡ୍ ମିଳିବ। ଏହାସହ କ୍ରଲ୍ ଟେକ୍, ବ୍ଲୁଟୁଥ୍ କନେକ୍ଟିଭିଟି, ଟର୍ନ୍-ବାଇ-ଟର୍ନ୍ ନାଭିଗେସନ୍, ଟ୍ରାକ୍ସନ୍ କଣ୍ଟ୍ରୋଲ୍, ଡୁଆଲ୍-ଚ୍ୟାନେଲ୍ ABS ଓ ଆଡଜଷ୍ଟେବଲ୍ ଲିଭର୍ ଭଳି ସୁବିଧା ରହିଛି। ଏନେଇ ଜମୁନା ଅଟୋ, ଅନୁଗୋଳର ପାର୍ଟନର୍ ଗିରିଜା ଶଙ୍କର ଅଗ୍ରୱାଲ୍ କହିଛନ୍ତି, “ପଲସର୍ ସବୁବେଳେ ନିଜର ଅଲଗା ପରିଚୟ ପାଇଁ ଜଣାଶୁଣା। ୨୦ ନିୟୁତରୁ ଅଧିକ ବାଇକ୍ ବିକ୍ରି ସହ ପଲସର୍ ଏକ ଗ୍ଲୋବାଲ୍ ପରଫର୍ମାନ୍ସ ମୋଟରସାଇକେଲ୍ ବ୍ରାଣ୍ଡ୍ରେ ପରିଣତ ହୋଇଛି। ନୂଆ ପଲସର୍ ଗ୍ରାହକଙ୍କୁ ଆହୁରି ଉନ୍ନତ ରାଇଡିଂ ଅନୁଭୂତି ଦେବ।”


