ଅନୁଗୋଳରେ ଉଦ୍‌ଘାଟିତ ହେଲା ଦ୍ୱିତୀୟ ଇଣ୍ଟରନ୍ୟାସନାଲ୍ ଟ୍ରେଡ୍ ଫେୟାର

୧୦ଟି ଦେଶ ଓ ୨୨ଟି ରାଜ୍ୟର ସାମଗ୍ରୀ ଗୋଟିଏ ପରିସରରେ, ଉଦ୍‌ଘାଟନ କଲେ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ

ଅନୁଗୋଳ – ଅନୁଗୋଳବାସୀଙ୍କ ପାଇଁ ଆରମ୍ଭ ହୋଇଛି ଆନ୍ତର୍ଜାତୀୟ ବାଣିଜ୍ୟର ଏକ ନିଆରା ଅନୁଭୂତି। ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍ ଓ ଅନୁଗୋଳ ବାଣିଜ୍ୟ ମେଳା ପକ୍ଷରୁ ଆୟୋଜିତ ଦ୍ୱିତୀୟ ଇଣ୍ଟରନ୍ୟାସନାଲ୍ ଟ୍ରେଡ୍ ଫେୟାର ଶନିବାର ଉଦ୍‌ଘାଟିତ ହୋଇଛି। ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ମେଳାର ଉଦ୍‌ଘାଟନ କରିଛନ୍ତି।

ଏହି ବାଣିଜ୍ୟ ମେଳାରେ ୧୦ଟି ଦେଶ ଓ ଭାରତର ୨୨ଟି ରାଜ୍ୟର ବିଭିନ୍ନ ଉପଯୋଗୀ ସାମଗ୍ରୀ ପ୍ରଦର୍ଶନ ସହ ବିକ୍ରୟ କରାଯିବ। ବିଭିନ୍ନ ଦେଶ ଓ ରାଜ୍ୟର ଭିନ୍ନ ଭିନ୍ନ ଉତ୍ପାଦ ଗୋଟିଏ ପରିସରରେ ଉପଲବ୍ଧ ହେବା ଏହି ମେଳାର ମୁଖ୍ୟ ଆକର୍ଷଣ।

ଉଦ୍‌ଘାଟନୀ ଉତ୍ସବରେ ବିଧାୟକ ଶ୍ରୀ ପ୍ରଧାନ କହିଥିଲେ ଯେ, ଏଭଳି ମେଳା ଅନୁଗୋଳ ଜିଲ୍ଲା ପାଇଁ ଏକ ଭିନ୍ନ ଓ ନିଆରା ପ୍ରୟାସ। ଦିଲ୍ଲୀ ସମେତ ବଡ଼ ବଡ଼ ସହରରେ ମିଳୁଥିବା ଅନେକ ସାମଗ୍ରୀ ଏବେ ନିଜ ସହରରେ ହାତପାହାନ୍ତାରେ ପାଇବାର ସୁଯୋଗ ମିଳିବ। ତେଣୁ ଜନସାଧାରଣ ମେଳା ପରିଦର୍ଶନ କରି ନିଜ ପସନ୍ଦର ସାମଗ୍ରୀ କିଣିବାକୁ ସେ ଆହ୍ୱାନ ଦେଇଥିଲେ।

ଏହି ଅବସରରେ ସମ୍ମାନିତ ଅତିଥି ଭାବେ ସ୍ୱେଚ୍ଛାସେବୀ ପର୍ଶୁରାମ ଦାଶ ଯୋଗଦେଇଥିଲେ। ଆୟୋଜକ ସଂସ୍ଥା ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ସୁଜିତ୍ ଗୁପ୍ତା ଓ ପାୟଲ ଆଚାର୍ଯ୍ୟ ଗୁପ୍ତାଙ୍କ ସହ ଅନୁଗୋଳ ବାଣିଜ୍ୟ ମେଳାର ପ୍ରତାପ ମହାପାତ୍ର ଓ ଜୟନ୍ତ କର ଉପସ୍ଥିତ ଥିଲେ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page