ମୁଖ୍ୟ ଖବର ଅଟୋ ଚାଳକଙ୍କୁ ନିର୍ଧୂମ ମାଡ ମାରିଲେ ବସ ମାଲିକ – ଭିଡିଓ ଭାଇରାଲ Angul OnlineApril 30, 2021April 30, 2021 ଆଠମଲ୍ଲିକ – ପାସେଞ୍ଜର ନେବାକୁ ନେଇ ଅଟୋ ଚାଳକଙ୍କୁ ନିର୍ଧୁମ ମାଡ । ଜଣେ ବସ ମାଲିକ ଏବଂ ତାଙ୍କ ସହଯୋଗୀ ମିଶି ଅଟୋରେ ପାସେଞ୍ଜର ନେଇ ଯିବାରୁ ଜଣେ ଅଟୋ ଚାଳକଙ୍କୁ ମାଡ଼ ମାରୁଥିବା ନଜରକୁ ଆସିଛି । ଯାହାର ଭିଡିଓ ଏବେ ଭାଇରାଲ ହେଉଛି । ଏଭଳି ଘଟଣା ଅନଗୁଳ ଜିଲ୍ଲା ଆଠମଲ୍ଲିକରେ ଘଟିଛି । ସୂଚନା ଅନୁଯାଇ ଆଠମଲ୍ଲିକ ବସଷ୍ଟାଣ୍ଡ ନିକଟରୁ ଜଣେ ଅଟୋ ଚାଳକ କିଛି ପାସେଞ୍ଜର ନେଇ ଯିବା ପାଇଁ ପ୍ରସ୍ତୁତ ହେଉଥିଲେ । ସେହି ସମୟରେ ଏକ ଘରୋଇ ବସର ମାଲିକ ଏବଂ ତାଙ୍କର କିଛି ସହଯୋଗୀ ମିଶି ଅଟୋ ଚଳକଙ୍କ ଉପରେ ଆକ୍ରମଣ କରି ଦେଇଥିଲେ । ଅସଭ୍ୟ ଭାଷାରେ ଗାଳି ଗୁଳଜ କରିବା ସହ ବିଚ ରାସ୍ତାରେ ଅଟୋ ଚାଳକଙ୍କୁ ନିର୍ଧୁମ ମାଡ ମାରିଥିଲେ । ପାସେଞ୍ଜର ବସରେ ଯିବେ , ଅଟୋରେ କାହିଁକି ପାସେଞ୍ଜର ନିଆ ଯାଉଛି ବୋଲି ଅଭିଯୋଗ କରି ଏହି ମାଡ ହେଇଥିବା ଜଣା ପଡ଼ିଛି । ତେବେ ଏ ନେଇ ଥାନାରେ କୌଣସି ପ୍ରକାର ଅଭିଯୋଗ ହୋଇ ନଥିବା ଜଣା ପଡିଛି । https://angulonline.com/odia/wp-content/uploads/2021/04/WhatsApp-Video-2021-04-30-at-17.50.00.mp4 Advertisement
ଚୋରା କୋଇଲା ଖଣିରେ ଚଢାଉ , ଦୁଇ ମିନି ଟ୍ରକ ,ବୋଲେରୋ ସହ ୮ ଗିରଫ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳରେ ବ୍ୟାପକ ଚୋରା କୋଇଲା ଖଣି ଥିବା ସହିତ ସେଥିରୁ ଜିଲ୍ଲା ତଥା ଜିଲ୍ଲା ବାହାରକୁ ଚୋରା କୋଇଲା…
କଟକଣା ଭାଙ୍ଗି ବିବାହ – ୨୦ ହଜାର ଜୋରିମନା , ଗରିବଙ୍କୁ ବାଣ୍ଟି ଦିଆଗଲା ଖାଦ୍ୟ ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ଗୁରୁଜାଙ୍ଗ ଗାଁରେ କୋଭିଡ କଟକଣା ଉଲ୍ଲଘଂନ କରି ଏକ ବିବାହ ଭୋଜିର ଆୟୋଜନ ଚାଲିଥିବା ବେଳେ ଖବର ପାଇ ପ୍ରଶାସନ…
ସୁନ୍ଦରୀର ଘରବାହୁଡ଼ା – ଯନ୍ତାରେ ଧରା ନ ଦେବାରୁ କରାଗଲା ଟ୍ରାଙ୍କୁଲାଇଜ ଅନୁଗୁଳ – ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ଭିତରେ ଦୀର୍ଘ ୩ ବର୍ଷ ହେବ ସ୍ଥାନୀୟ ଲୋକଙ୍କ ନିଦ ହଜାଇ ଦେଇଥିବା ବାଘୁଣୀ ‘ସୁନ୍ଦରୀ’ ଶେଷରେ ମଧ୍ୟପ୍ରଦେଶ…