ଅପରାଧଭାଇରାଲ ଭିଡିଓ ବେଧଡକ ଚାଲିଛି ଜୁଆଖେଳ – ଭିଡିଓ ଭାଇରାଲ Angul OnlineMay 16, 2021May 16, 2021 ଛେଣ୍ଡିପଦା – ଖୁଲମଖୁଲା ଜୁଆ ଖେଳ ଚାଲିଛି । ବାଜିରେ ହଜାର ହଜାର ଟଙ୍କା ପଡୁଛି । ଯାହାର ଏକ ଭିଡିଓ ଭାଇରାଲ ହେଉଛି । ଆଉ ଏହି ଭିଡିଓଟି ଅନୁଗୁଳ ଜିଲ୍ଲା କୋଶଳାର ବୋଲି ଜଣା ପଡିଛି । ଦିନରାତି ପ୍ରାୟ ସବୁବେଳେ ଏଭଳି ଜୁଆଖେଳ କୋଶଳା ଗାଁ ଶିମିଳିସାହି ଅଞ୍ଚଳରେ ହେଉଥିବା କୁହା ଯାଉଛି । ନା ଆଇନକାନୁନ ଭୟ ରହିଛି ନା କାହାକୁ ଖାତିର ଅଛି । ତେବେ ଖୁଲମଖୁଲା ଏଭଳି ଜୁଆଖେଳ ଚାଲୁଥିଲେ ମଧ୍ୟ ଏ ଦିଗରେ ପୋଲିସ ପ୍ରଶାସନର ନିଷ୍କ୍ରିୟତା ସନ୍ଦେହ ସୃଷ୍ଟି କରିଛି । ବିଭିନ୍ନ ସ୍ଥାନରେ ରାତି ଦିନ ସୁବିଧା ସୁଯୋଗ ଦେଖି ଜୁଆଖେଳ ଆରମ୍ଭ ହୋଇଯାଉଛି । ବିଶେଷକରି ଦୋକାନ ଘର ପଛ ପାଖ , ଦୋକାନ ପିଣ୍ଡିରେ ଚାଲୁଛି ଏହି ଖେଳ । ଜୁଆଖେଳରେ କିଛି ଯୁବବର୍ଗ ସାମିଲ ହେଉଥିବା ଜଣାପଡିଛି । ଶୀଘ୍ର ଲାଭବାନ ହେବା ଆଶାରେ ଏହି ଖେଳ ପ୍ରତି ଆଗ୍ରହ ଦେଖାଉଛନ୍ତି ଯୁବପିଢି । ତେବେ ଗାଁ ଭିତରେ ଖୁଲମଖୁଲା ଭାବେ ଏହି ଖେଳ ଚାଲୁଥିଲେ ମଧ୍ୟ ଏ ସମ୍ପର୍କରେ ପୋଲିସ ନ ଜାଣିବା ତାହା ଚିନ୍ତାର ବିଷୟ ପାଲଟିଛି । https://angulonline.com/odia/wp-content/uploads/2021/05/WhatsApp-Video-2021-05-16-at-14.12.45.mp4 Advertisement
ମନ୍ଦିର ହୁଣ୍ଡି ଓ ଦୋକାନରୁ ଚୋରୀ ଅଭିଯୋଗରେ ଜଣେ ଗିରଫ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ପୁଲିସ ମନ୍ଦିର ହୁଣ୍ଡି ଓ ଦୋକାନ ତାଲା ଭାଙ୍ଗି ଚୋରୀ କରିବା ଅଭିଯୋଗରେ ଜଣକୁ ଗିରଫ କରି…
ଚାକିରି ଦେବା ନାଁରେ ଟଙ୍କା ଠକେଇ ଅଭିଯୋଗ – ୨ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ପୁଲିସ ଚାକିରି ଦେବାକୁ କହି ୪୩ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗରେ ୨ ଜଣକୁ ଗିରଫ କରି କୋର୍ଟ…
ମୋଟରସାଇକେଲ ବିକିବାକୁ କହି ଠକି ନେଲେ ଚାଳିଶ ହଜାର ଟଙ୍କା ଅନୁଗୁଳ – ଫୋନରେ ମୋଟରସାଇକେଲ ଅଳ୍ପ ଦାମରେ ବିକ୍ରି କରିବାର ପ୍ରଲୋଭନ ଦେଖାଇ ଚାଷୀଙ୍କ ଠାରୁ ୪୦ ହଜାର ଟଙ୍କା ଲୁଟିଆ ନେଲେ ସାଇବର ଠକ ।…