ଭଲ ଖବର ଡାକ୍ତରଙ୍କ ବଦାନ୍ୟତା – ମୁଖ୍ୟମନ୍ତ୍ରୀ ପାଣ୍ଠିକୁ ଦାନକଲେ ୫ ଲକ୍ଷ ଟଙ୍କା Angul OnlineMay 18, 2021May 18, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲାର ଜଣାଶୁଣା ପ୍ରସ୍ତୁତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଉମେଶ ଚନ୍ଦ୍ର ଦାଶ । ରୋଗୀ ଚିକିତ୍ସା ହେଉ ଅବା ରୋଗୀଙ୍କ ପ୍ରତି ବ୍ୟବହାର ପାଇଁ ଜିଲ୍ଲାରେ ତାଙ୍କର ଏକ ସ୍ବତନ୍ତ୍ର ପରିଚୟ ରହିଛି । ତେବେ ଏହି ବରିଷ୍ଠ ଡାକ୍ତର ଏବେ ପୁଣି ଏମିତି ଏକ ବଦାନ୍ୟତା ଦେଖାଇ ବେଶ ପ୍ରଶଂସିତ ହୋଇଛନ୍ତି । ବୟସ ବଢିଥିଲେ ମଧ୍ୟ କରୋନା ଭଳି ମହାବିପତ୍ତି ସମୟରେ ମଧ୍ୟ ତାଙ୍କ ଚିକିତ୍ସା ସେବା ଯୋଗାଇ ଆସିଥିଲେ । ଆଉ ଏବେ ରାଜ୍ୟ ସଙ୍କଟରେ ଥିବା ବେଳେ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ କରୋନା ମୁକାବିଲା ପାଇଁ ସେ ୫ ଲକ୍ଷ ଟଙ୍କା ଦାନ କରିଛନ୍ତି । ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କୁ ଭେଟି ସେ ଏହି ୫ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି । ଜଣେ କରୋନା ଯୋଦ୍ଧା ଭାବେ ଡାକ୍ତର ଶ୍ରୀ ଦାଶଙ୍କ ଏହି ବଦାନ୍ୟତା ଅନ୍ୟମାନଙ୍କୁ ଅନୁପ୍ରାଣିତ କରିବ ବୋଲି ଜିଲ୍ଲାପାଳ ଆଶା ପ୍ରକଟ କରିଛନ୍ତି । Advertisement
ଅନୁଗୁଳ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟରେ ଯୋଡ଼ି ହେବ ଇଣ୍ଟିଗ୍ରେଟେଡ୍ ଲ” ପାଠ୍ୟକ୍ରମ ଅନୁଗୋଳ – ଅନୁଗୋଳ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ପାଇଁ ଖୁସି ଖବର । ପ୍ରଥମଥର ପାଇଁ କଲେଜ ଶିକ୍ଷା ବ୍ୟବସ୍ଥାରେ ‘ଆଇନ୍’ ପାଠ୍ୟକ୍ରମ ଯୋଡ଼ି ହେବାକୁ ଯାଉଛି…
ବିରଳ ରକ୍ତଦାନ କରି ମହିଳାଙ୍କ ଜୀବନରକ୍ଷକ ସାଜିଲେ ଯୁବକ ଅନୁଗୁଳ – ନବ କିଶୋର ସାହୁଙ୍କର ସ୍ତ୍ରୀ ସୁନନ୍ଦା ସାହୁଙ୍କର ଗର୍ଭ ଯନ୍ତ୍ରଣା ହେବାରୁ ଅନୁଗୁଳ ଜିଲ୍ଲା ଛେଣ୍ଡିପଦାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।…
ଆଇଆଇଏମ ମୁମ୍ବାଇ ପରାମର୍ଶଦାତା ଟିମର ପ୍ରସ୍ତାବିତ ଜମି ପରିଦର୍ଶନ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକର କତଡା ଠାରେ ପ୍ରସ୍ତାବିତ ସେଣ୍ଟର ଫର ଏକ୍ସଲେନ୍ସ ଇନିଷ୍ଟିଚୁଟ ଅଫ ଇଂଜିନିୟରିଂ ଏଣ୍ଡ ମ୍ୟାନେଜମେଣ୍ଟ କ୍ୟାମ୍ପସ ପାଇଁ IIM…