ଭଲ ଖବର ବିଧାୟକଙ୍କ କୋଭିଡ ଡାକ୍ତରଖାନା ପରିଦର୍ଶନ Angul OnlineMay 18, 2021May 18, 2021 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଆଜି ତାଳଚେର କୋଭିଡ ହସପିଟାଲ ପରିଦର୍ଶନ କରିଛନ୍ତି । ବିଧାୟକ ପିପିଇ କିଟ ପିନ୍ଧି ଡାକ୍ତରଖାନା ପରିଦର୍ଶନ କରିବା ସହ ରୋଗୀଙ୍କ ଭଲମନ୍ଦ ପଚାରି ବୁଝିଥିଲେ । ଅନୁଗୁଳ ଜିଲ୍ଲାରେ ପ୍ରଥମ ଥର ପାଇଁ ଜଣେ ବିଧାୟକ ଏଭଳି କୋଭିଡ଼ ହସ୍ପିଟାଲ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି । ସେ ପିନ୍ଧି ତାଳଚେର ନେହେରୁ ଶତାବ୍ଦୀ ଚିକିତ୍ସାଳୟ ପରିସରରେ ଥିବା କୋଭିଡ ହସ୍ପିଟାଲରେ ରୋଗୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରିବୁଝିଛନ୍ତି । ସଠିକ ଚିକିତ୍ସା ହେଉଛି ନା ନାହିଁ ସମସ୍ତଙ୍କୁ ସବୁ ସୁବିଧା ଉପଲବ୍ଧ ହେଉଛି ନା ନାହିଁ ସେ ସମ୍ପର୍କରେ ପଚାରି ବୁଝିବା ସହ ଆଇସିୟୁର ସ୍ଥିତି , ଅକ୍ସିଜେନ , ରୋଗୀଙ୍କ ଖାଦ୍ୟପେୟ , ଔଷଧ ଏବଂ ଚିକିତ୍ସା କିପରି ଚାଲିଛି ସେ ବିଷୟରେ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ । Advertisement
ସମର୍ପଣ ଏକାଡେମୀର ସଫଳତା – ଦଶମରେ ଆଦିତ୍ୟ, ଦ୍ୱାଦଶରେ ଅଳକା ଶ୍ରେଷ୍ଠ ଅନୁଗୁଳ – ସିବିଏସ୍ସି ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଅଗ୍ରଣୀ ଶିକ୍ଷାନୁଷ୍ଠାନ ସମର୍ପଣ ଏକାଡେମୀକୁ ଅଭୂତପୂର୍ବ ସଫଳତା ମିଳିଛି। ଦଶମରେ ଶତ ପ୍ରତିଶତ ଫଳ ହୋଇଛି…
ଅନୁଗୁଳର ପୁଅ ସ୍ୱାଧୀନଙ୍କୁ ମିଳିଲା ବିଜୁ ପଟ୍ଟନାୟକ କ୍ରୀଡା ସମ୍ମାନ ଅନୁଗୁଳ – ରାଜ୍ୟ ସରକାରଙ୍କ ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ‘ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ମଙ୍ଗଳବାର ଜାତୀୟ କ୍ରୀଡ଼ା ଦିବସ ଅବସରରେ ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ…
ଅନୁଗୁଳରେ ପ୍ରତିଷ୍ଠା ହେବ ଆଉ ଏକ କେନ୍ଦ୍ରୀୟ ବିଦ୍ୟାଳୟ ଭୁବନେଶ୍ୱର – ଅନୁଗୁଳ ଜିଲ୍ଲାରେ ପ୍ରତିଷ୍ଠା ହେବ ଆଉ ଏକ କେନ୍ଦ୍ରୀୟ ବିଦ୍ୟାଳୟ । ଓଡ଼ିଶାର ଆଉ ଦୁଇଟି ଜିଲ୍ଲାରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ହେବ ବୋଲି କେନ୍ଦ୍ରମନ୍ତ୍ରୀ…