ମୁଖ୍ୟ ଖବର କୋଭିଡ ସେଣ୍ଟରରେ ଅନିୟମିତତା ଅଭିଯୋଗ ନେଇ ଉତ୍ତେଜନା Angul OnlineMay 19, 2021May 19, 2021 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଠାରେ ଥିବା କୋଭିଡ କେୟାର ସେଣ୍ଟରରେ ଅସନ୍ତୋଷ ଦେଖା ଦେଇଥିଲା । ଏହି ସେଣ୍ଟରରେ ବିଭିନ୍ନ ପ୍ରକାର ସମସ୍ୟା ଥିବା ଅଭିଯୋଗ କରି ରୋଗୀମାନେ ଧାରଣାରେ ବସିଥିଲେ । ରୋଗୀ ମାନଙ୍କ ଅଭିଯୋଗ ହେଲା ଯେ ଏହି ସେଣ୍ଟରରେ ନିମ୍ନ ମାନର ଖାଦ୍ୟ ଦିଆ ଯାଉଥିବା ବେଳେ ପିଇବା ପାଣିର ସମସ୍ୟା ରହିଛି । ପାଇଖାନା ଓ ଗାଧୁଆ ଘର ସଫା କରା ଯାଉ ନଥିବା ଯୋଗୁଁ ଅସନା ହୋଇ ରହିଛି । ସେପଟେ ଗାଧୁଆ ଘର ପାଣି ନିଷ୍କାସନ ହୋଇ ନପାରି ଆଣ୍ଠୁଏ ପାଣି ଜମି ରହିଲାଣି । ଯାହା ଫଳରେ ନିତ୍ୟକର୍ମ କରିବାକୁ ରୋଗୀ ମାନଙ୍କୁ ଘୋର ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଏହି ସବୁ ସମସ୍ୟା ଥିବା ଅଭିଯୋଗ କରି ରୋଗୀମାନେ ସକାଳୁ ଧାରଣାରେ ବସିଥିଲେ । ପରେ ତାଳଚେର ପୌରପାଳିକା ଅଧିକାରିଣୀ ରଶ୍ମିରେଖା ଅମାନ୍ତ , ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଧକାରୀ ଅଭୟ କୁମାର ଦାସ ଆଦି ପହଞ୍ଚି ସେମାନଙ୍କ ସହ ଆଲୋଚନା କରିବା ସହ ସମସ୍ୟାର ସମାଧାନ ପ୍ରତିଶ୍ରୁତି ଦେବା ପରେ ରୋଗୀମାନେ ଆନ୍ଦୋଳନରୁ ଓହରିଥିଲେ । Advertisement
ପାଇପଲାଇନରୁ ଚୋରୀ କରୁଥିଲେ ତେଲ – ପେଟ୍ରୋଲ ପମ୍ପ ମାଲିକ ସହ ୬ ଗିରଫ ସମ୍ବଲପୁର – ସମ୍ବଲପୁର ପୁଲିସ IOCL ପାଇପଲାଇନ ଡକାୟତି ଗ୍ୟାଙ୍ଗ ଠାବ କରିବା ସମେତ ୬ ଜଣଙ୍କୁ ଗିରଫ କରିଛି । ଏନେଇ ଆଜି ସମ୍ବଲପୁର ଏସପି…
ଲକ୍ଷ୍ମୀ ବସ ଧକ୍କାରେ ଡେଲିଭରି ବୟଙ୍କ ମୃତ୍ୟୁ ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଠାକୁରଗଡ ଥାନା ଦିନବନ୍ଧୁପୁର ନିକଟରେ ଗୁରୁବାର ସକାଳେ ଏକ ଦୁଃଖଦ ଘଟଣା ଘଟି ଯାଇଛି । ଲକ୍ଷ୍ମୀ ବସ୍ ସହ ଏକ…
ପଢିବାକୁ ଯାଇଥିବା ଅଙ୍ଗନୱାଡି ଶିଶୁ ମୃତ ଅନୁଗୁଳ – ଅଙ୍ଗନୱାଡି କେନ୍ଦ୍ରକୁ ପଢିବାକୁ ଯାଇ ଶିଶୁ ଗୁରୁତର ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି…