ଅନଲାଇନ ଏକ୍ସକ୍ଲୁସିଭସମସ୍ୟା ସହରରେ ସଫେଇ ହେଉଛି କେମିତି ? – ଦେଖନ୍ତୁ ଭିଡିଓ Angul OnlineMay 31, 2021May 31, 2021 ଅନୁଗୁଳ – ଅନୁଗୁଳ ସହରର ପରିମଳ ସମସ୍ୟା ବର୍ଷ ବର୍ଷ ଧରି ଲାଗି ରହିଥିଲେ ମଧ୍ୟ ସୁଧୁରିବାରେ ନା ନେଊ ନାହିଁ । ବିଭିନ୍ନ ପ୍ରକାରର ଯୋଜନା , ବିଭିନ୍ନ ଯନ୍ତ୍ରପାତି କିଣା ଯାଉଛି , ହେଲେ ଏବେ ମଧ୍ୟ ସହରର ବିଭିନ୍ନ ସ୍ଥାନରେ କୂଢ କୂଢ ଅଳିଆ ପଡୁଥିବା ଦେଖିବାକୁ ମିଳୁଛି । ତେବେ ସଫେଇ ପାଇଁ ପୌରପାଳିକା ଅଧୀନରେ ରହିଥିବା ସଫେଇ କର୍ମଚାରୀମାନଙ୍କ ମନମୁଖୀ କାର୍ଯ୍ୟ ପାଇଁ ମଧ୍ୟ ସହରର ଆବର୍ଜନା ଉଠି ପାରୁ ନଥିବା ଚର୍ଚ୍ଚା ହେଉଛି । କେତେବେଳେ ଅଳିଆ ଉଠା ଯାଉଛି ତ କେତେବେଳେ ଏହି ସଫେଇ କର୍ମଚାରୀ ମାନେ ଅଳିଆରେ ନିଆଁ ଲଗାଇ ଦେଉଛନ୍ତି । ତେବେ ଆଜି ଅନୁଗୁଳ ଅନଲାଇନ କ୍ୟାମେରାରେ ସଫେଇ କର୍ମଚାରୀଙ୍କ ଏଭଳି ଏକ କାରନାମା ଧରା ପଡିଛି । ସହରର ଥାନା ଛକ ପାଖରେ ଆଜି (ସୋମବାର) କିଛି ସଫେଇ କର୍ମଚାରୀ ଆବର୍ଜ୍ଜନା ବୁହା ଟ୍ରାକ୍ଟର ନେଇ ପହଞ୍ଚିଥିଲେ । ଛକ ନିକଟର ଥିବା ଭଲିବଲ ପଡିଆ ପାଚେରିକୁ ଲାଗି ଜାତୀୟ ରାଜପଥ କଡରେ କିଛି ଅଳିଆ ପଡିଥିଲା । ତେବେ ଉକ୍ତ ଅଳିଆକୁ ଟ୍ରାକ୍ଟରରେ ନେଇଯିବା ପରିବର୍ତ୍ତେ ଉକ୍ତ କର୍ମଚାରୀ ମାନେ ଝୁଡିରେ ଅଳିଆ ଉଠାଇ ପାଚେରି ପଛପଟକୁ (ଭଲିବଲ ପଡିଆ ପଟକୁ) ପକାଉଥିବା ଦେଖିବାକୁ ମିଳିଥିଲା । ଟ୍ରାକ୍ଟର ଥିଲେ ମଧ୍ୟ ଅଳିଆ ଆବର୍ଜ୍ଜନାକୁ ସ୍ଥାନାନ୍ତର କରିବା ପରିବର୍ତ୍ତେ ସେହିଠାରେ ପକାଇବା କର୍ମଚାରୀଙ୍କ ଠକାମି ବୋଲି ସ୍ପଷ୍ଟ ହେଉଛି । ତେବେ ଏ ସମ୍ପର୍କରେ ଦାୟିତ୍ଵରେ ଥିବା ପୌରପାଳିକାର ଅଧିକାରୀଙ୍କୁ ଫୋନ ଯୋଗେ ଯୋଗାଯୋଗ କରା ଯାଇଥିଲେ ମଧ୍ୟ ସେ ଫୋନ ନ ଉଠାଇବାରୁ ଯୋଗାଯୋଗ ହୋଇ ପାରି ନଥିଲା । https://angulonline.com/odia/wp-content/uploads/2021/05/alia.mp4 Advertisement
ଚାଲିଲା ଏନଟିପିସି ଟିଟିପିଏସ ଅନୁଗୁଳ – ଗତ ୨୩ ତାରିଖରେ ଅନୁଗୁଳ ଜିଲ୍ଲା ତାଳଚେରସ୍ଥିତ ଏନଟିପିସି ଟିଟିପିଏସ ବନ୍ଦ ହୋଇ ଯାଇଥିବାବେଳେ ଆଜି ପୁଣି ଏହା ଚାଲୁ ହୋଇଛି । ପ୍ଲାଣ୍ଟର…
ମୋବାଇଲ ଚୋରକୁ ନିର୍ଘାତ ମାଡ ଅନୁଗୁଳ – ଅନୁଗୁଳ ସରକାରୀ ଡାକ୍ତରଖାନାରେ ମାତିଛନ୍ତି ଲୁଟେରା । ସୁଯୋଗ ଦେଖି ରୋଗୀ ତଥା ସମ୍ପର୍କୀୟଙ୍କ ମୋବାଇଲ, ମନୀପର୍ସ ଆଦି ମୂଲ୍ୟବାନ ସାମଗ୍ରୀ ଲୁଟି ନେଉଛନ୍ତି…
ନିଖୋଜ ବିରଜୁ କୁଲୁ ତାଳଚେରରୁ ଉଦ୍ଧାର ଅନୁଗୁଳ – ନିଖୋଜ ବିରଜୁ କୁଲୁଙ୍କ ମିଳିଲା ପତ୍ତା । ପାକିସ୍ତାନରୁ ଫେରିଥିବା ସୁନ୍ଦରଗଡର ବିରୁଜୁ କୁଲୁ ଓଡିଶାରେ ପୁଣି ନିଖୋଜ ହୋଇଯାଇଥିଲେ । ଥାନାରେ ବିରିଜୁଙ୍କ…