ଅନଲାଇନ ଏକ୍ସକ୍ଲୁସିଭଅପରାଧ ମୋବାଇଲ ଚୋରକୁ ନିର୍ଘାତ ମାଡ Angul OnlineJune 2, 2021June 2, 2021 ଅନୁଗୁଳ – ଅନୁଗୁଳ ସରକାରୀ ଡାକ୍ତରଖାନାରେ ମାତିଛନ୍ତି ଲୁଟେରା । ସୁଯୋଗ ଦେଖି ରୋଗୀ ତଥା ସମ୍ପର୍କୀୟଙ୍କ ମୋବାଇଲ, ମନୀପର୍ସ ଆଦି ମୂଲ୍ୟବାନ ସାମଗ୍ରୀ ଲୁଟି ନେଉଛନ୍ତି । ମାଳମାଳ ସୁରକ୍ଷାକର୍ମୀ ନିୟୋଜିତ ଥିବା ସତ୍ୱେ ଲୁଟେରା ମାନେ ବିନା ଡରରେ ୱାର୍ଡରେ ଘୁରି ବୁଲୁଛନ୍ତି । ନିୟମିତ ଭାବେ ଚୋରି ହଉଥିବା ବେଳେ ଚୋର ଧରପଡୁନଥିଲା । ଆଜି କିନ୍ତୁ ଚୋର ବେଳା ଖରାପ ଥିଲା । ରୋଗୀ ସମ୍ପର୍କୀୟଙ୍କ ମୋବାଇଲ ଚୋରାଇବା ବେଳେ ଧରା ପଡିଲା ଚୋର । ଚୋରକୁ ଧରି ନିରଧୂମ ଛେଚିଲେ ଲୋକେ । ସୂଚନା ଅନୁସାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କରୋନା ୱାର୍ଡରୁ ଆଜି ଜଣେ ରୋଗୀଙ୍କ ସମ୍ପର୍କୀୟଙ୍କ ମୋବାଇଲ ଚୋରୀ ହୋଇ ଯାଇଥିଲା । ସମ୍ପୃକ୍ତ ବ୍ୟକ୍ତି ତାଙ୍କ ମୋବାଇଲ ଚୋରୀ ହୋଇଥିବା କିଛି ସମୟ ପରେ ଜାଣି ସଙ୍ଗେ ସଙ୍ଗେ ମେଡିକାଲର କର୍ମଚାରୀଙ୍କୁ ଜଣାଇଥିଲେ । ସେମାନେ ସିସି ଟିଭି ଯାଞ୍ଚ କରି ଚୋର ସମ୍ପର୍କରେ ଜାଣିବା ପରେ ସମ୍ପୃକ୍ତ ଚୋର ଡାକ୍ତରଖାନା ପରିସରରେ ବୁଲୁଥିବା ଦେଖିବାକୁ ପାଇଥିଲେ । ତୁରନ୍ତ ସେମାନେ ତାକୁ କାବୁ କରିନେବା ସହ ଏକ ଲୁହା ପାଇପରେ ବାନ୍ଧି ଦେଇ ନିର୍ଧୂମ ମାଡ ମାରିଥିଲେ । ତାହାଠାରୁ ଚୋରୀ ହୋଇଥିବା ମୋବାଇଲ ମଧ୍ୟ ଉଧାର କରା ଯାଇଥିଲା । ଖବର ପାଇ ପୁଲିସ ପହଞ୍ଚି ତାକୁ ଉଧାର କରିଥିଲା । ପରେ ମୋବାଇଲ ଚୋରୀ ଅଭିଯୋଗରେ ପୁଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି । Advertisement
ପ୍ରଥମ ଜିଲ୍ଲାପାଳଙ୍କ ଦେହାନ୍ତ ଅନୁଗୁଳ – ଅନୁଗୁଳ ଜିଲ୍ଲାର ପ୍ରଥମ ଜିଲ୍ଲାପାଳ ତଥା ଅବସରପ୍ରାପ୍ତ ଆଇଏସ୍ ଅଧିକାରୀ ଦ୍ବିଜବର କାନୁନଗୋଙ୍କର ପରଲୋକ ଘଟିଛି । ସ୍ଵର୍ଗତ କାନୁନ୍ଗୋ କିଛିଦିନ ତଳେ କରୋନାରେ…
ଛକ ଉପରେ ଦୁଇ ଯୁବତୀଙ୍କ ମାଡପିଟ – ୧୫ ମିନିଟ ରାସ୍ତା ଜାମ ଅନୁଗୁଳ -(AO)- ରାସ୍ତା ମଝିରେ ଦୁଇ ଯୁବତୀଙ୍କ ଖଣ୍ଡଯୁଦ୍ଧ । ୧୫ ମିନିଟ ଧରି ରାସ୍ତା ଜାମ । ଏହି ଦୁଇ ଯୁବତୀଙ୍କ ମାଡପିଟ ଯୋଗୁଁ ଚାରି…
କ୍ୱାକ କରୁଛନ୍ତି ଚିକିତ୍ସା – ସ୍ୱାସ୍ଥ୍ୟ ପ୍ରଶାସନ ନିରବ ଅନୁଗୁଳ – କ୍ୱାକଙ୍କ ଚିକିତ୍ସା ଯୋଗୁଁ ଲୋକଙ୍କ ଜୀବନ ଯାଉଛି । ଏହାର ସଦ୍ୟ ଉଦାହରଣ ହେଉଛି ରବିବାର ଅନୁଗୁଳ ଜିଲ୍ଲା ଜିଲ୍ଲା ଠାକୁରଗଡ଼ ଥାନା…