ଅପରାଧ ଦାଦାବଟି ମାଗି ୩ ଗିରଫ Angul OnlineJune 14, 2021June 14, 2021 ତାଳଚେର – ଅନୁଗୁଳ ଜିଲ୍ଲା ସମଲ ପୁଲିସ ଦାଦାବଟି ମାଗିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ କୁଲେଇ ଗାଁର ବାଜିଆ ମହାନ୍ତି , ଟୁଲୁ ମହାନ୍ତି ଏବଂ ସୁମନ୍ତ ମହାନ୍ତି । ସୂଚନା ଅନୁସାରେ କୁଲେଇ ଗାଁ ସାପ୍ତାହିକ ହାଟ ପାଖରେ ଓପିଟିସିଏଲ ପକ୍ଷରୁ ମେଣ୍ଟେନାନ୍ସ କାମ ଚାଲିଛି । ଏହି କାମ ଚାଲିଥିବା ବେଳେ କୁଲେଇ ଗାଁର ଚାରି ଜଣ ଯୁବକ ସେଟାକୁ ଆସି ଦାଦା ବଟି ମାଗିଥିଲେ । ଦାଦାବଟି ନଦେଲେ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ । ଏହା ସହ ଅଭଦ୍ର ଭାଷାରେ ଗାଳିଗୁଲଜ କରିବା ସହ ଗାଡି ଭାଙ୍ଗି ଦେଇଥିଲେ । ଆଉ ସେଠାରେ ଥିବା କିଛି କର୍ମଚାରୀଙ୍କୁ ଏକ ବାଡିରେ ମାଡ ମଧ୍ୟ ମାରିଥିଲେ । ଏହି ଘଟଣାକୁ ନେଇ ଏସଡ଼ିଓ ରାଜୀବ ଲୋଚନ ପଣ୍ଡା ସମଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଘଟଣାରେ ତଦନ୍ତ କରି କୁଲେଇ ଗାଁର ବାଜିଆ ମହାନ୍ତି , ଟୁଲୁ ମହାନ୍ତି ଏବଂ ସୁମନ୍ତ ମହାନ୍ତିକୁ ଗିରଫ କରି କୋର୍ଟ ଚାଲାଣ କରିଛି । Advertisement
ଭେଣ୍ଡି ଜୋନରୁ ୨ ଲକ୍ଷ ୧୭ ହଜାର ଟଙ୍କା ସହ ବ୍ରାଉନସୁଗାର ଜବତ ଅନୁଗୁଳ – ଅନୁଗୁଳ ଟାଉନ ହାଇସ୍କୁଲ ସମ୍ମୁଖ ଭେଣ୍ଡି ଜୋନରେ ଚଢାଉ କରି ଅନୁଗୁଳ ସ୍ପେଶିଆଳ ସ୍କ୍ବାର୍ଡ ବ୍ରାଉନସୁଗାର ଜବତ କରିଥିବା ବେଳେ ଜଣେ ମହିଳା ସମେତ…
ଜେଲରୁ ଫେରାର ଜଣେ କଏଦୀ ଧରା ପଡିଲା ପାଲଲହଡା – ଗତ କାଲି ରାତି ପାଳଲହଡା ଉପଖଣ୍ଡ କାରାଗାରରୁ ଦୁଇ ଜଣ କଏଦୀ ଫେରାର ହୋଇ ଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କୁ ଧରିବାରେ ସଫଳ…
ପୂର୍ବ ଶତ୍ରୁତା ପାଇଁ ଶୋଇଥିବା ବେଳେ ଭାଇ ଓ ଭଉଣୀକୁ କରା ଯାଇଥିଲା ଗୁଳି ଅନୁଗୁଳ – ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଭାଗମୁଣ୍ଡା ଗାଁର ଭାଇ ଭଉଣୀକୁ ଗୁଳି ମାରିବା ଘଟଣାରେ ଗୁଳି ମାରିଥିବା ଅଭିଯୁକ୍ତ ପ୍ରଶାନ୍ତ ମିର୍ଧାକୁ ସମ୍ବଲପୁର ନାକଟିଦେଉଳ…