ଅପରାଧ ଚୋରା କେନ୍ଦୁପତ୍ର ବୋଝେଇ କାର ଜବତ Angul OnlineJune 14, 2021June 14, 2021 କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ଥାନା କଂସମୁଣ୍ଡା ଗାଁ ନିକଟରୁ ଗତକାଲି ରାତିରେ ଚୋରାକେନ୍ଦୁପତ୍ର ନେଇଯାଉଥିବା ଏକ କାରକୁ ବନବିଭାଗ ଜବତ କରିଛି । ଘଟଣା ସ୍ଥଳରୁ ଚାଳକ ଫେରାର ହୋଇ ଯାଇଥିବା ଜଣା ପଡିଛି । ସୂଚନା ଅନୁସାରେ ଗତ କାଲିରାତି ସାଢ଼େ ପ୍ରାୟ ୨ଟା ବେଳେ କର୍ମଚାରୀମାନେ ପେଟ୍ରୋଲିଂ କରୁଥିବା ସମୟରେ ଏକ ଚୋରା କେନ୍ଦୁପତ୍ର ବୋଝେଇ ସ୍ବିଫଟ ଡିଜିଆର କାର (ଜେଏଚ -୦୫ – ଏଲ -୮୪୦୦)କୁ କଂସମୁଣ୍ଡା ଗାଁ ନିକଟରେ ଜାଞ୍ଚ କରାଯାଇଥିଲା । ଜାଞ୍ଚ ବେଳେ କାରଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । କାର ଭିତରୁ ୪୫ ବଣ୍ଡଲ କେନ୍ଦୁପତ୍ର ଥିବା ବନ ବିଭାଗ ଦେଖି ତାକୁ ଜବତ କରିଥିଲା । ଜବତ କେନ୍ଦୁପତ୍ରର ବଜାର ଦର ୪୫ ହଜାର ଟଙ୍କା ହେବ ବୋଲି ଜଣା ପଡିଛି । ଗତ ଦୁଇଦିନ ପୂର୍ବରୁ କଣିହାଁ ବନବିଭାଗ କଣିହାଁ ଥାନା ବଡ଼ଗୁଣ୍ଡୁରୀ ଗାଁ ହାଇସ୍କୁଲ ପାଖରୁ ଏକ ଚୋରା କେନ୍ଦୁପତ୍ର ବୋଝେଇ ବଲେରୋକୁ ମଧ୍ୟ ଜବତ କରିଥିଲେ । Advertisement
ନକଲି କାଗଜପତ୍ରରେ ତାଳଚେରରୁ ଚୋରା କୋଇଲା ଚାଲାଣ – ଜଣେ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ପୁଲିସ ଶୁକ୍ରବାର ଜାତୀୟ ରାଜପଥ ୫୫ ର ସନ୍ତ୍ରୀ ଛକଠାରେ ଏକ ଚୋରା କୋଇଲା ବୋଝେଇ ଟ୍ରକକୁ ଜବତ କରିଛି…
ବିପୁଳ ପରିମାଣର ମଦ ଜବତ – ଆଠ ଗିରଫ ଅନୁଗୋଳ – ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଓ ବଇଣ୍ଡା ଅବକାରୀ ବିଭାଗ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୧୪୧ ଲିଟର ମହୁଲି ମଦ ଏବଂ ୩୦୦…
ଆଜାଦ ହତ୍ୟାକାରୀ ସୁଦୀପ ଗିରଫ ଅନୁଗୁଳ – ଅନୁଗୁଳ ସହର ନାଖରାସାହିରେ ହୋଲି ଦିନ ହୋଇଥିବା ହତ୍ୟାକାଣ୍ଡର ଅଭିଯୁକ୍ତ ସୁଦୀପ ସାମନ୍ତରାୟ ଓରଫ ମଣ୍ଟୁକୁ ପୁଲିସ ଗିରଫ କରିଛି । ତେବେ ରଙ୍ଗ…