ଅପରାଧ ଚୋରା କେନ୍ଦୁପତ୍ର ବୋଝେଇ କାର ଜବତ Angul OnlineJune 14, 2021June 14, 2021 କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ଥାନା କଂସମୁଣ୍ଡା ଗାଁ ନିକଟରୁ ଗତକାଲି ରାତିରେ ଚୋରାକେନ୍ଦୁପତ୍ର ନେଇଯାଉଥିବା ଏକ କାରକୁ ବନବିଭାଗ ଜବତ କରିଛି । ଘଟଣା ସ୍ଥଳରୁ ଚାଳକ ଫେରାର ହୋଇ ଯାଇଥିବା ଜଣା ପଡିଛି । ସୂଚନା ଅନୁସାରେ ଗତ କାଲିରାତି ସାଢ଼େ ପ୍ରାୟ ୨ଟା ବେଳେ କର୍ମଚାରୀମାନେ ପେଟ୍ରୋଲିଂ କରୁଥିବା ସମୟରେ ଏକ ଚୋରା କେନ୍ଦୁପତ୍ର ବୋଝେଇ ସ୍ବିଫଟ ଡିଜିଆର କାର (ଜେଏଚ -୦୫ – ଏଲ -୮୪୦୦)କୁ କଂସମୁଣ୍ଡା ଗାଁ ନିକଟରେ ଜାଞ୍ଚ କରାଯାଇଥିଲା । ଜାଞ୍ଚ ବେଳେ କାରଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । କାର ଭିତରୁ ୪୫ ବଣ୍ଡଲ କେନ୍ଦୁପତ୍ର ଥିବା ବନ ବିଭାଗ ଦେଖି ତାକୁ ଜବତ କରିଥିଲା । ଜବତ କେନ୍ଦୁପତ୍ରର ବଜାର ଦର ୪୫ ହଜାର ଟଙ୍କା ହେବ ବୋଲି ଜଣା ପଡିଛି । ଗତ ଦୁଇଦିନ ପୂର୍ବରୁ କଣିହାଁ ବନବିଭାଗ କଣିହାଁ ଥାନା ବଡ଼ଗୁଣ୍ଡୁରୀ ଗାଁ ହାଇସ୍କୁଲ ପାଖରୁ ଏକ ଚୋରା କେନ୍ଦୁପତ୍ର ବୋଝେଇ ବଲେରୋକୁ ମଧ୍ୟ ଜବତ କରିଥିଲେ । Advertisement
ଜିଲ୍ଲାପାଳଙ୍କ ନାମରେ ଫେକ କଲ କରି ଯୁବକ ଗିରଫ ଅନୁଗୁଳ – ଅନୁଗୁଳ କଲେକ୍ଟର କହୁଛି । ତୁମ ବ୍ଳକର ଜଣେ ଜେଇଙ୍କ ବଦଳି ଅନୁଗୁଳ ଜିଲ୍ଲାକୁ ହୋଇଛି । ତାହା ବାତିଲ କର । ଜୟପୁର…
ସାଇବର ଲୁଟେରାଙ୍କ ଟାର୍ଗେଟରେ ପୂର୍ବତନ ଏଲ୍ଆଇସି କର୍ମଚାରୀ – ଲୁଟିନେଲେ ୨ ଲକ୍ଷ ଟଙ୍କା ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ପୁଣି ସାଇବର ଲୁଟେରାଙ୍କ ଠକାମିର ଶିକାର ହୋଇଛନ୍ତି ଜଣେ ପୂର୍ବତନ ଏଲ୍ଆଇସି କର୍ମଚାରୀ । ଲୁଟେରା ମାନେ ତାଙ୍କୁ କବଜା କରି…
ସକ୍ରିୟ ସାଇବର ଠକଙ୍କ ଦୌରାତ୍ମ – ଯୁବକଙ୍କ ଆକାଉଣ୍ଟରୁ ୨.୮୯ ଲକ୍ଷ ଲୁଟି ସକ୍ରିୟ ସାଇବର ଠକଙ୍କ ଦୌରାତ୍ମ – ଯୁବକଙ୍କ ଆକାଉଣ୍ଟରୁ ୨.୮୯ ଲକ୍ଷ ଲୁଟି ଅନୁଗୁଳ – ଜିଲ୍ଲାରେ ମାତିଛନ୍ତି ସାଇବର ଅପରାଧୀ । କେତେବେଳେ ଫେସବୁକ୍ ହ୍ୟାକ୍…