ଆଞ୍ଚଳିକ ପଣସ ଖାଇବାକୁ ଆସି ହାତୀ ମୃତ Angul OnlineJune 15, 2021June 15, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁରୁଣାଗଡ଼ ରେଞ୍ଜର ଜଗନ୍ନାଥପୁର ଗ୍ରାମ ଆମ୍ବ ତୋଟାରେ ଏକ ମାଈ ହାତୀର ମୃତ୍ୟୁ ହୋଇଛି । ମୃତ ହାତୀର ବୟସ ୧୫ ବର୍ଷ ହୋଇଥିବା ଅନୁମାନ କରାଯାଉଛି । ପ୍ରକାଶ ଯେ ଆମ୍ବ ବଗିଚା ପାଇଁ ସୋଲାର କରେଣ୍ଟ ଦ୍ୱାରା ତାର ବାଡ ଦିଆ ଯାଇଥାଏ । ଗତକାଲି ରାତିରେ ହାତୀ ସେହି ପାଖରେ ଥିବା ପଣସ ଖାଇ ଯିବା ସମୟରେ ତାର ବାଡ ସମ୍ପର୍ଶରେ ଆସିଥିଲା । ଆଉ ବିଦ୍ୟୁତ ଆଘାତ ଲାଗି ସେଠାରେ ହିଁ ହାତୀଟି ମୃତ୍ୟୁ ମୁଖରେ ପଡିଥିଲା । ସ୍ଥାନୀୟ ଲୋକ ମୃତ ହାତୀ ଦେଖି ବନ ବିଭାଗକୁ ସୂଚନା ଦେଇ ଥିଲେ । ତେବେ ସୋଲାର ତାରରେ ଏତେ ଶକ୍ତ ବିଦ୍ୟୁତ କିଭଳି ଆସିଲା ତାହା ସନ୍ଦେହ ସୃଷ୍ଟି ହୋଇଛି । ବନ ବିଭାଗ ଏ ନେଇ ମଧ୍ୟ ତଦନ୍ତ କରୁଛି । Advertisement
ବୁଧବାର ହେବ ନାହିଁ ମଦ ଦୋକାନ ପାଇଁ ଲଟେରୀ ଅନୁଗୁଳ – ମଦ ଦୋକାନ ପାଇଁ ହେବାକୁ ଥିବା ଲଟେରୀ ଉଠାଣ ଆସନ୍ତା କାଲି( ବୁଧବାର) ପରିବର୍ତ୍ତେ ଗୁରୁବାର ଦିନ ହେବ । ଅନୁଗୁଳ ଜିଲ୍ଲାରେ ଥିବା…
ଚାଲିଗଲେ ପ୍ରଦୀପ – ଜଣେ ନିର୍ଭୀକ , ଦକ୍ଷ ଓ ପ୍ରତିଭାବାନ ସାମ୍ବାଦିକଙ୍କୁ ହରାଇଲା ଅନୁଗୁଳ ଅନୁଗୁଳ – ରାଜ୍ୟରେ କରୋନାରେ ଆକ୍ରାନ୍ତ ହୋଇ ପୁଣି ଜଣେ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି । ଅନୁଗୁଳ ଜିଲ୍ଲା ବଇଣ୍ଡା ଅଞ୍ଚଳର ସୁନାମଧନ୍ୟ ସାମ୍ବାଦିକ ପ୍ରଦୀପ ଘିୱାଲାଙ୍କର…
ରାଜ୍ୟସ୍ତରୀୟ ଦୁର୍ଘଟଣା ଅନୁସନ୍ଧାନର ତାଲିମ ଶିବିର ଅନୁଷ୍ଠିତ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ମଙ୍ଗଳମ ଠାରେ ରାଜ୍ୟସ୍ତରୀୟ ଦୁର୍ଘଟଣା ଅନୁସନ୍ଧାନର ଦୁଇ ଦିନିଆ ତାଲିମ ଶିବିର ପୁଲିସ ଏବଂ ପରିବହନ ବିଭାଗର ମିଳିତ ଆନୁକୂଲ୍ୟରେ…