ମୁଖ୍ୟ ଖବର ଅନୁଗୁଳ ଜିଲ୍ଲାରେ ପେଟ୍ରୋଲର ଶତକ Angul OnlineJune 21, 2021June 21, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ପ୍ରଥମ ଥର ପେଟ୍ରୋଲ ଦାମ ତିନି ଅଙ୍କ ସ୍ପର୍ଶ କରିଛି । ଆକାଶ ଛୁଆଁ ତୈଳଦର ବୃଦ୍ଧିକୁ ନେଇ ସାଧାରଣ ଜନତା ଅସ୍ତବ୍ୟସ୍ତ ହୋଇଛନ୍ତି । ସାରା ଦେଶ ଓ ରାଜ୍ୟରେ ତୈଳ ଦର ବୃଦ୍ଧି ଯୋଗୁଁ ଏକ ପ୍ରକାର ଅସନ୍ତୋଷର ମାହୋଲ ଥିବା ବେଳେ ଖୋଦ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜିଲ୍ଲାରେ ପେଟ୍ରୋଲ ଦର ୧୦୦ ଟଙ୍କାରେ ପହଞ୍ଚିଛି । ଗତକାଲି ଠାରୁ ଆଠମଲ୍ଲିକରେ ପେଟ୍ରୋଲ ଦର ୧୦୦ ଟଙ୍କା ୩ ପଇସା ହୋଇଛି । ପେଟ୍ରୋଲ ଦରର ଏଭଳି ବୃଦ୍ଧି ଫଳରେ ଗାଡି ଚାଳକଙ୍କ ଚିନ୍ତା ବଢିଯାଇଛି । କରୋନା କାଳରେ ଏଭଳି ଦର ବୃଦ୍ଧି ବୋଝ ଉପରେ ନଳିତା ବିଡା ସଦୃଶ ବୋଲି ଲୋକେ କହିଛନ୍ତି । Advertisement
କୋଇଲା ଟ୍ରେନ ହେଲା ଲାଇନଚ୍ୟୁତ – ଜଣେ ମୃତ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଜଗନ୍ନାଥ କୋଇଲା ଖଣି ସାଇଡିଂ ନିକଟରେ କୋଇଲା ଟ୍ରେନ ଲାଇନଚ୍ୟୁତ । ଫଳରେ ଟ୍ରେନରେ ଚାପି ହୋଇ ଜଣଙ୍କର ମୃତ୍ୟୁ…
୨୨ କି.ମି.ର ଦୁଃଖ – ସରିବ କେବେ !! ଅନୁଗୁଳ – ଅନୁଗୁଳ ଜିଲ୍ଲାବାସୀ ତଥା ଅନୁଗୁଳକୁ କିମ୍ବା ଅନୁଗୁଳ ଦେଇ ଯାଇଥିବା ଜାତୀୟ ରାଜପଥରେ ଯିବା ଆସିବା କରୁଥିବା ଲୋକଙ୍କୁ ଏବେ ବେଶ କଷ୍ଟ ଦେଉଛି…
ଜାତୀୟ ରାଜପଥର ଦୁରାବସ୍ଥା ପ୍ରତିବାଦରେ ବସ ଚଳାଚଳ ବନ୍ଦ କରିବା ସହ ବସରେ କଳା ପତାକା ଅନୁଗୁଳ – ଅନୁଗୁଳରୁ କଟକ ୫୫ ନମ୍ବର ଜାତୀୟ ରାଜପଥ ଦୀର୍ଘ ଦିନରୁ ଶୋଚନୀୟ ଅବସ୍ଥାରେ ଥିବାରୁ ଏହି ରାଜପଥର ମରାମତି ଦାବି କରିଛି ରାଜ୍ୟ ଘରୋଇ…