ଅପରାଧ ଚୋରା କାଠ ଜବତ – ୩ ଗିରଫ Angul OnlineJune 24, 2021June 24, 2021 କଣିହାଁ – ଅନୁଗୁଳ ଜିଲ୍ଲା ଏନଟିପିସି-ତାଳଚେର ୫୩ ନମ୍ବର ଜାତୀୟ ରାଜପଥ ବଲାଙ୍ଗି ଗାଁ ସିଙ୍ଗିଡା ପୋଲ ଉପରୁ ଏନଟିପିସି ଆଡକୁ ଆସୁଥିବା ଚୋରା ଶାଳ ଚଉକାଠ ବୋଝେଇ ଟାଟାଏସି (ଓଡ଼ି-୦୨ଏୟୁ -୦୧୭୯) ଗାଡିକୁ କଣିହାଁ ବନବିଭାଗ ଜବତ କରିଛି । ଏହା ସହ ଏଥିରେ ସଂପୃକ୍ତ ଥିବା ୩ ଅଭିଯୁକ୍ତକୁ ଗିରଫ ମଧ୍ୟ କରିଛି । ସୂଚନା ଅନୁସାରେ ଗତକାଲି ରାତି ୧୦ଟା ବେଳେ କଣିହାଁ ବନବିଭାଗ ପେଟ୍ରୋଲିଂ କରିବା ସମୟରେ ଏକ ଟାଟାଏସି ଗାଡ଼ିରେ ଶାଳ ଚଉକାଠ ଚାଲାଣ କରାଯାଉ ଥିବାବେଳେ ଖବର ପାଇ ବନ ବିଭାଗ ଗାଡିକୁ ଯାଞ୍ଚ କରିଥିଲା । ଗାଡିରେ ପ୍ରାୟ ୪୬ ଖଣ୍ଡ ଚଉକାଠ ଥିବା ବେଳେ ତାକୁ ବନବିଭାଗ ଜବତ କରିଥିଲା । ଜବତ କାଠର ଆନୁମାନିକ ମୂଲ୍ୟ ୫୦ ହଜାର ଟଙ୍କା ହେବ ବୋଲି କଣିହାଁ ବନାଞ୍ଚଳ ଅଧିକାରୀ ନୀଳମଣି ଦେହୁରୀ କହିଛନ୍ତି । ଗିରଫ ବ୍ୟକ୍ତିମାନେ ହେଲେ ପ୍ରଦୀପ ସାହୁ , ବିଭୁତି ଭୂଷଣ ପ୍ରଧାନ ଓ ଜଗା ସେଠୀ ବୋଲି ଜଣାପଡିଛି । ଗିରଫ ହୋଇଥିବା ବ୍ୟକ୍ତିମାନଙ୍କୁ ବନବିଭାଗ ଆଜି କୋର୍ଟଚାଲାଣ କରିଛି । Advertisement
ଲୁହା ରଡ ସହ ଗାଡି ଚୋରି ଘଟଣା – ୨ ଗାଡି ଜବତ, ୩ ଗିରଫ ଅନୁଗୁଳ – ଅନୁଗୁଳ ସଦର ଥାନା ଅନ୍ତର୍ଗତ ପଞ୍ଚମହଲାରୁ ଚୋରି ହୋଇ ଯାଇଥିବା ଲୁହା ଛଡ ନେଇ ଯାଉଥିବା ଏକ ଟ୍ରକ କୁ ପୁଲିସ ଜବତ କରିଛି…
ନକଲି କାଗଜପତ୍ରରେ ତାଳଚେରରୁ ଚୋରା କୋଇଲା ଚାଲାଣ – ଜଣେ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ପୁଲିସ ଶୁକ୍ରବାର ଜାତୀୟ ରାଜପଥ ୫୫ ର ସନ୍ତ୍ରୀ ଛକଠାରେ ଏକ ଚୋରା କୋଇଲା ବୋଝେଇ ଟ୍ରକକୁ ଜବତ କରିଛି…
ଭିଜିଲାନ୍ସ ଜାଲରେ ଅମୀନ ଅନୁଗୁଳ – ଭିଜିଲାନ୍ସ ଜାଲରେ ଅମୀନ। ଅନୁଗୋଳ ଜିଲ୍ଲା କଣିହାଁ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟରେ ଆଜି ଭିଜିଲାନ୍ସର ଏକ ଟିମ ଚଢାଉ ଲାଞ୍ଚ ନେଉଥିବା ବେଳେ ଜଣେ…