ଅନୁଗୁଳ ଡାଇରିଆଞ୍ଚଳିକ ନବକୃଷ୍ଣ ଚୌଧୁରୀଙ୍କର ୩୭ ତମ ପୂଣ୍ୟ ତିଥି ପାଳିତ Angul OnlineJune 24, 2021June 24, 2021 * ନବକୃଷ୍ଣ ଥିଲେ ଜଣେ ରାଜନୈତିକ ସନ୍ଥ * ଓଡ଼ିଶାର ରାଜନୀତି ଓ ଅର୍ଥନୀତି କ୍ଷେତ୍ରରେ ବହୁ ଐତିହାସିକ ସଂସ୍କାର ଆଣିଥିବା ମୁଖ୍ୟମନ୍ତ୍ରୀ ଅନୁଗୁଳ – ଅନଗୁଳ କଙ୍ଗୁଳା ଉଜ୍ଵଳା ଅନୁଷ୍ଠାନରେ ନବକୃଷ୍ଣ ଚୌଧୁରୀଙ୍କର ୩୭ ତମ ପୂଣ୍ୟ ତିଥି ପାଳିତ ହୋଇଯାଇଛି । ଏଥିରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଥିଲା । ନବକୃଷ୍ଣ ଚୌଧୁରୀ ଥିଲେ ନୀତିନିଷ୍ଠ ରାଜନୀତିଜ୍ଞ , ଓଡ଼ିଶାରେ ସମାଜବାଦୀ ଆନ୍ଦୋଳନର ଭଗୀରଥ , ଓଡ଼ିଶାର ରାଜନୀତି ଓ ଅର୍ଥନୀତି କ୍ଷେତ୍ରରେ ବହୁ ଐତିହାସିକ ସଂସ୍କାର ଆଣିଥିବା ଜଣେ ମୁଖ୍ୟମନ୍ତ୍ରୀ । ଆତ୍ମବିଜ୍ଞାପନ ଠାରୁ ନିଜକୁ ସର୍ବଦା ଦୂରେଇ ରଖିଥିବା ଏହି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ପ୍ରାକ୍-କୋଭିଡ ଓଡ଼ିଶାରେ ଚାଲିଥିବା ତିନୋଟି ପ୍ରଭାବଶାଳୀ ଆନ୍ଦୋଳନ -ଚାଷୀ ଆନ୍ଦୋଳନ, ନିଶା ଆନ୍ଦୋଳନ ଓ ଭାଷା ଆନ୍ଦୋଳନ-ଅଧିଷ୍ଠାତ୍ରୃଦେବର ଆସନ ଦେଇ ଥାଆନ୍ତି । ତେବେ ଓଡ଼ିଶାର ସାଂସ୍କୃତିକ ଜୀବନକୁ ତାଙ୍କର ଅବଦାନ ପ୍ରାୟତଃ ଆଲୋଚନା ହୋଇନଥାଏ । ଓଡ଼ିଆ ଭାଷାକୁ ସରକାରୀ ଦପ୍ତରୀ ଭାଷା କରିବା ପାଇଁ ପ୍ରଥମେ ୧୯୫୪ ମସିହାରେ ଆଇନ ପ୍ରଣୟନ କରିଥିଲେ ନବକୃଷ୍ଣ । ସେଥିପାଇଁ ସ୍ଵର୍ଗତ ରଙ୍ଗନାଥ ମହାପାତ୍ର ଓଡ଼ିଆ କି ବୋର୍ଡ଼ ତିଆରି କରିଥିଲେ ଓ ରେମିଙ୍ଗଟନ୍ କମ୍ପାନୀ ଟାଇପ ରାଇଟର୍ ତିଆରି କରିଥିଲେ । ବିଧାନସଭାରେ ସେ ଓଡିଆରେ ଭାଷଣ ଦେଉଥିଲେ । ଶାନ୍ତି ନିକେତନରେ ଓଡିଆ ଭାଷା ସାହିତ୍ୟ ବିଭାଗ ଖୋଲିବା ପାଇଁ ତାଙ୍କ ସରକାର ୬୦,୦୦୦ ଟଙ୍କା ଦାନ କରିଥିଲେ । ବିଖ୍ୟାତ ନାଟ୍ୟଗୁରୁ କେଳୁଚରଣଙ୍କୁ ପ୍ରୁଷ୍ଠପୋଷକତା କରିବା ସହିତ ତାଙ୍କ ଗ୍ରାମ ରଘୁରାଜପୁରର ଲୁପ୍ତ ପ୍ରାୟ ଓଡିଶୀ ଚିତ୍ରକଳାକୁ ପୁନର୍ଜୀବନ ଦେବାରେ ଓ ତାକୁ ବିଶ୍ଵ ଦରବାରରେ ପହଞ୍ଚାଇବା ଦିଗରେ ନବକୃଷ୍ଣ ଙ୍କ ଅବଦାନ ଅତୁଳନୀୟ ଥିଲା ବୋଲି ଆଲୋଚନା ହୋଇଥିଲା । ସମାଜସେବୀ କଲ୍ୟାଣ କିଶୋର ମହାନ୍ତି , ଅଦ୍ୟାଶ୍ଲୋକ ମିଶ୍ର ଅତିଥି ଭାବେ ଯୋଗ ଦେଇ ନବବାବୁ ଙ୍କ ଜୀବନୀ ଉପରେ ଆଲୋଚନା କରିଥିଲେ । ସାଥି ଛବିନ୍ଦ ନାୟକ ଅରଟ ରେ ସୂତା କାଟିଥିଲେ । ଉଜ୍ଵଳା ଅନୁଷ୍ଠାନ ର ଲିଶା ନାୟକ ଉପସ୍ଥିତ ଥିବା ବେଳେ ସଭା ଶେଷରେ ସୁକାନ୍ତି ସ୍ୱାଇଁ ଧନ୍ୟବାଦ ଦେଇଥିଲେ । Advertisement
ହିଙ୍ଗୁଳା ପୀଠରେ ସଂସ୍କୃତିର ମହାକୁମ୍ଭ: ଆସାମର ‘ବିହୁ’ ନୃତ୍ୟରେ ଦୁଲୁକିଲା ତାଳଚେର ତାଳଚେର – ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଓ ୨୨ତମ ଲୋକ ମହୋତ୍ସବ ଆଜି ପଞ୍ଚମ ଦିବସରେ ପହଞ୍ଚିଛି। ଗୋପାଳ ପ୍ରସାଦ ପୀଠରେ…
ଅଣ ସୀକୃତି ପ୍ରାପ୍ତ କୋଠା ଚିହ୍ନଟ ପାଇଁ ଟାମଡାରେ ଗଠନ ହେଲା ଟିମ – ଚିହ୍ନଟ ନକଲେ ଦରମା ବନ୍ଦ ଅନୁଗୁଳ – ଅନୁଗୁଳ ଜିଲ୍ଲା ଟାମଡା ଅଧୀନରେ ଥିବା ବିଭିନ୍ନ ସ୍ଥାନରେ ଟାମଡାର ବିନା ଅନୁମତିରେ ଘର , ଦୋକାନ , କୋଠା ଆଦି ନିର୍ମାଣ ହୋଇଥିବା…
ସୁନ୍ଦରୀର ଘରବାହୁଡ଼ା – ଯନ୍ତାରେ ଧରା ନ ଦେବାରୁ କରାଗଲା ଟ୍ରାଙ୍କୁଲାଇଜ ଅନୁଗୁଳ – ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ଭିତରେ ଦୀର୍ଘ ୩ ବର୍ଷ ହେବ ସ୍ଥାନୀୟ ଲୋକଙ୍କ ନିଦ ହଜାଇ ଦେଇଥିବା ବାଘୁଣୀ ‘ସୁନ୍ଦରୀ’ ଶେଷରେ ମଧ୍ୟପ୍ରଦେଶ…