ଆଞ୍ଚଳିକ ସାପ କାମୁଡ଼ାରେ ନାବାଳିକା ମୃତ Angul OnlineJune 25, 2021June 25, 2021 ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ଥାନା ଇଲିସୁଂଆ ଗ୍ରାମର ଜଣେ ନାବାଳିକା ସାପ କାମୁଡ଼ାରେ ମୃତ୍ୟୁ ବରଣ କରିଛି । ମୃତକ ଜଣକ ହେଲେ ଶୁକ୍ରୁ ଶୁଣ୍ଠି ଙ୍କ ୧୧ ବର୍ଷ ବୟସର ଝିଅ ନନ୍ଦୀ ଶୁଣ୍ଢି । ଗୁରୁବାର ରାତିରେ ଘରର ସମସ୍ତେ ଖାଇ ପିଇ ଶୋଇଥିଲେ । ତେବେ ସକାଳେ ନନ୍ଦୀକୁ ସାପ କାମୁଡି ଥିବା ଜାଣି ଡାକ୍ତରଖାନା ଆଣିଥିଲେ । ମାତ୍ର ସେଠାରେ ଡାକ୍ତର ନନ୍ଦୀକୁ ମୃତ ଘୋଷଣା କରିଥିଲେ । ଖବର ପାଇ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । Advertisement
ମୋ କଲେଜ ଅଭିଯାନ ସୁସ୍ଥ ଶୈକ୍ଷିକ ବାତାବରଣ ପାଇଁ ନୂଆ ମିଶନର ପ୍ରଚେଷ୍ଟା – ଆକାଶ ଅନୁଗୁଳ – ମୋ ସ୍କୁଲ୍’ର ସଫଳତା ପରେ ରାଜ୍ୟ ସରକାର ‘ମୋ କଲେଜ ଅଭିଯାନ’ ଆରମ୍ଭ କରିଛନ୍ତି । ସମଗ୍ର ବିଶ୍ୱରେ ଥିବା ପୁରାତନ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ…
ସେଣ୍ଟ୍ରାଲ ଗଣେଶ ପୂଜା କମିଟି ବୈଠକ ଅନୁଷ୍ଠିତ ଅନୁଗୁଳ – ଅନୁଗୁଳ ମିଶ୍ରପଡା ସ୍ଥିତ ଏକ ହୋଟେଲର ହଲରେ ଅନୁଗୋଳ ସେଣ୍ଟ୍ରାଲ ଗଣେଶ ପୂଜା କମିଟିର ଏକ ସଭା ଅନୁଷ୍ଠିତ ହୋଇଯାଇଅଛି । ଏହି ସଭାରେ…
ମଣ୍ଡି ଦାବିରେ ଦାବିପତ୍ର ଅନୁଗୁଳ – ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଧାନ ବିକ୍ରି (ଟୋକନ) ବ୍ୟବସ୍ଥାର ଅନିୟମିତତା ହୋଇଥିବା ଅଭିଯୋଗ କରି କଂଗ୍ରେସ ପକ୍ଷରୁ ଆଜି ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳଙ୍କୁ…