ଅପରାଧ ଗୁଳିମାଡରେ ଯୁବକ ଆହତ ଘଟଣା – ଗୁଳି କରିଥିବା ଯୁବକ ଗିରଫ Angul OnlineJuly 1, 2021July 1, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ବଡକନ୍ତକୁଳ ଗାଁରେ ବୁଧବାର ବିଳମ୍ବିତ ରାତିରେ ଘଟିଥିବା ଗୁଳିକାଣ୍ଡ ଘଟଣାରେ ଜଣଙ୍କୁ ପୁଲିସ ଗିରଫ କରିଛି । ତାଙ୍କ ନିକଟରୁ ଗୁଳି କରା ଯାଇଥିବା ବନ୍ଧୁକ ମଧ୍ୟ ଜବତ କରା ଯାଇଥିବା ଜଣା ପଡିଛି । ସୂଚନା ଅନୁସାରେ ଗାଁର ଅଖିଳ ବେହେରା ଓ ଶିଶିର ସାହୁଙ୍କ ମଧ୍ୟରେ ପୂର୍ବରୁ କୌଣସି କାରଣ ପାଇଁ ଶତ୍ରୁତା ଥିଲା । ଗତକାଲି ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ବେଳେ ଉତ୍ତ୍ୟକ୍ତ ହୋଇ ଶିଶିର ଏକ ବନ୍ଧୁକରେ ଅଖିଳଙ୍କ ଉପରକୁ ଗୁଳି ଚଳାଇ ଥିଲେ । ଗୁଳିଟି ଆସି ଅଖିଳଙ୍କ ବାମ ହାତ କହୁଣିରେ ବାଜିଥିଲା । ଗାଁ ଲୋକ ତାଙ୍କୁ ଘଟଣା ସ୍ଥଳରୁ ଉଧାର କରି ପ୍ରଥମେ ବନ୍ତଳା ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ମଧ୍ୟ ଅଖିଳଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରା ଯାଇଥିଲା । ତେବେ ଏହି ଘଟଣାରେ ଆଜି ବନ୍ତଳା ପୁଲିସ ତଦନ୍ତ କରି ଶିଶିରକୁ ଗିରଫ କରି କୋର୍ଟ ଚାଲାଣ କରିଛି । Advertisement
ବ୍ରାଉନସୁଗାର ଜବତ , ଚାରି ଗିରଫ ଅନୁଗୋଳ – ଅନୁଗୋଳ ପୋଲିସ ସହର ଉପକଣ୍ଠ ଗୀତାଗ୍ରାମରେ ଚଢ଼ାଉକରି ୬ ଗ୍ରାମର ବ୍ରାଉନ୍ ସୁଗାର ଜବତ କରିବାସହ ୪ ଜଣଙ୍କୁ ଗିରଫ କରିଛି । ସୂଚନା…
ପେଟ୍ରୋଲ ପମ୍ପ ଲୁଟିବାକୁ କରୁଥିଲେ ଯୋଜନା – କାବୁ କରିନେଲା ପୁଲିସ ଅନୁଗୁଳ – ଅନୁଗୁଳ ସଦର ଥାନା ପୁଲିସ ହାବୁଡ଼ରେ ଡକାୟତ ଗ୍ୟାଙ୍ଗ । ପେଟ୍ରୋଲ ପମ୍ପ ଲୁଟ ପାଇଁ ଯୋଜନା କରୁଥିବା ବେଳେ ୪ ଜଣ ଡକାୟତଙ୍କୁ…
ବାଲ୍ୟବିବାହ ରୋକିଲା ପ୍ରଶାସନ – ବର ଓ କନ୍ୟା ସହ ପରିବାର ଥାନାରେ ଅଟକ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଜରପଡା ଥାନା ନିକଟସ୍ଥ ଜରପଡା ଧବଳେଶ୍ବର ଶୈବ ପିଠରେ ଜୈନେକ ନାବାଳିକା ବିବାହ ଚଲିଥିବା ବେଳେ ଚାଇଡ୍ ହେଲପ୍ ଲାଇନ୍ ,…