ମୁଖ୍ୟ ଖବର ଇନସପେକ୍ଟର ସ୍ତରରେ ଅଦଳବଦଳ Angul OnlineJuly 1, 2021July 1, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁଲିସର ଇନସପେକ୍ଟର ସ୍ତରରେ ଅଦଳବଦଳ ହୋଇଛି । ଅନୁଗୁଳ ଏସପିଙ୍କ ନିର୍ଦେଶ ଅନୁସାରେ କିଆକଟା ଥାନା ଅଧିକାରି ଭାବେ କାର୍ଯ୍ୟରତ ଇନସପେକ୍ଟର ଅନାମ ଲାକ୍ରାଙ୍କୁ ରେଙ୍ଗାଳି ଥାନା ବଦଳି କରା ଯାଇଛି । ସେହିଭଳି ରେଙ୍ଗାଳି ଥାନାର ଇନସପେକ୍ଟର ସରୋଜକାନ୍ତ ସାମଳଙ୍କୁ ରେଙ୍ଗାଳି ଥାନା , ଜରପଡା ଥାନା ଇନସପେକ୍ଟର ପ୍ରଦୀପ କୁମାର ପ୍ରଧାନଙ୍କୁ ହଣ୍ଡପା ଥାନା , ହଣ୍ଡପା ଥାନା ଇନସପେକ୍ଟର ଲବ ବୋଡାଙ୍କୁ ସମଲ ଥାନା , ସମଲ ଥାନା ଇନସପେକ୍ଟର ଚାରୁଲତା ବେହେରାଙ୍କୁ ପୁରୁଣାକୋଟ ଥାନା , ଆଠମଲ୍ଲିକ ଥାନା ଇନସପେକ୍ଟର ପ୍ରିୟବ୍ରତ ଦାସଙ୍କୁ ଇଣ୍ଡଷ୍ଟ୍ରିଆଲ ଥାନା ନିଶା , ଇଣ୍ଡଷ୍ଟ୍ରିଆଲ ଥାନା ନିଶା ଇନସପେକ୍ଟର ପ୍ରୀତିମଞ୍ଜରୀ ମେଣ୍ଡୁଲିଙ୍କୁ ଖମାର ଥାନା , ଖମାର ଥାନା ଇନସପେକ୍ଟର ନିରୋଦ କୁମରା ଦାସଙ୍କୁ ଆଠମଲ୍ଲିକ ଥାନା , ଅନୁଗୁଳ ଥାନାରେ ଆଡିସିନାଲ ଥାନା ଅଧିକାରୀ ଭାବେ କାର୍ଯ୍ୟରତ ଇନସପେକ୍ଟର ଧୀରେନ ବେହେରାଙ୍କୁ ଛେଣ୍ଡିପଦା ଥାନା ଓ ପୁରୁଣାକୋଟ ଥାନା ରେ କାର୍ଯ୍ୟରତ ସବ-ଇନସପେକ୍ଟର ବିକ୍ରମ ଜୟପୁରିଆଙ୍କୁ କିଆକଟା ଥାନାକୁ ବଦଳି କରା ଯାଇଛି । Advertisement
ଶୈଳ ଶ୍ରୀକ୍ଷେତ୍ରରେ ଦିନ ୨:୩୦ ରେ ହେବ ରଥ ଟଣା ଅନୁଗୋଳ – ଆସନ୍ତା ୨୦ ତାରିଖରୁ ରଥଯାତ୍ରା । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଯଥାରୀତି ନୀତି ଅନୁସାରେ ଅନୁଗୋଳ ଶୈଳ ଶ୍ରୀକ୍ଷେତ୍ରରେ ରଥଯାତ୍ରା ଅନୁଷ୍ଠିତ…
ସିରିଜ ଦୁର୍ଘଟଣା ଘଟାଇ ଦୋକାନ ଭିତରେ ପଶିଗଲା ବୋଲେରୋ – ତିନି ଆହତ ଅନୁଗୁକ – ଅନୁଗୁଳ ଖଣ୍ଡହତା ନିକଟରେ ପୁଣି ଏକ ଦୁର୍ଘଟଣା । ମଧ୍ୟାହ୍ନରେ ଏକ କାର ଦୁର୍ଘଟଣାରେ ଅଟୋରେ ଥିବା ତିନି ଜଣଙ୍କର ମୃତ୍ୟୁ ହୋଇଥିଲା। ଅପରାହ୍ନରେ…
ଓଡ଼ିଶା ସିଭିଲ ସର୍ଭିସ ରେଜଲ୍ଟରେ ୬୨ ରାଙ୍କ ରଖିଲେ ଅନୁଗୋଳର ଆଶାଜ୍ଯୋତି ଅନୁଗୋଳ – ସଦ୍ୟ ପ୍ରକାଶିତ ଓଏଏସ ପରୀକ୍ଷାରେ ଅନୁଗୋଳ ସହର ଶିମିଳିପଡାର ଆଶାଜ୍ୟୋତି ସାହୁ ୬୨ ରାଙ୍କ ରଖି ସଫଳତା ହାସଲ କରିଛନ୍ତି । ବାପା…