ମୁଖ୍ୟ ଖବର ଇନସପେକ୍ଟର ସ୍ତରରେ ଅଦଳବଦଳ Angul OnlineJuly 1, 2021July 1, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁଲିସର ଇନସପେକ୍ଟର ସ୍ତରରେ ଅଦଳବଦଳ ହୋଇଛି । ଅନୁଗୁଳ ଏସପିଙ୍କ ନିର୍ଦେଶ ଅନୁସାରେ କିଆକଟା ଥାନା ଅଧିକାରି ଭାବେ କାର୍ଯ୍ୟରତ ଇନସପେକ୍ଟର ଅନାମ ଲାକ୍ରାଙ୍କୁ ରେଙ୍ଗାଳି ଥାନା ବଦଳି କରା ଯାଇଛି । ସେହିଭଳି ରେଙ୍ଗାଳି ଥାନାର ଇନସପେକ୍ଟର ସରୋଜକାନ୍ତ ସାମଳଙ୍କୁ ରେଙ୍ଗାଳି ଥାନା , ଜରପଡା ଥାନା ଇନସପେକ୍ଟର ପ୍ରଦୀପ କୁମାର ପ୍ରଧାନଙ୍କୁ ହଣ୍ଡପା ଥାନା , ହଣ୍ଡପା ଥାନା ଇନସପେକ୍ଟର ଲବ ବୋଡାଙ୍କୁ ସମଲ ଥାନା , ସମଲ ଥାନା ଇନସପେକ୍ଟର ଚାରୁଲତା ବେହେରାଙ୍କୁ ପୁରୁଣାକୋଟ ଥାନା , ଆଠମଲ୍ଲିକ ଥାନା ଇନସପେକ୍ଟର ପ୍ରିୟବ୍ରତ ଦାସଙ୍କୁ ଇଣ୍ଡଷ୍ଟ୍ରିଆଲ ଥାନା ନିଶା , ଇଣ୍ଡଷ୍ଟ୍ରିଆଲ ଥାନା ନିଶା ଇନସପେକ୍ଟର ପ୍ରୀତିମଞ୍ଜରୀ ମେଣ୍ଡୁଲିଙ୍କୁ ଖମାର ଥାନା , ଖମାର ଥାନା ଇନସପେକ୍ଟର ନିରୋଦ କୁମରା ଦାସଙ୍କୁ ଆଠମଲ୍ଲିକ ଥାନା , ଅନୁଗୁଳ ଥାନାରେ ଆଡିସିନାଲ ଥାନା ଅଧିକାରୀ ଭାବେ କାର୍ଯ୍ୟରତ ଇନସପେକ୍ଟର ଧୀରେନ ବେହେରାଙ୍କୁ ଛେଣ୍ଡିପଦା ଥାନା ଓ ପୁରୁଣାକୋଟ ଥାନା ରେ କାର୍ଯ୍ୟରତ ସବ-ଇନସପେକ୍ଟର ବିକ୍ରମ ଜୟପୁରିଆଙ୍କୁ କିଆକଟା ଥାନାକୁ ବଦଳି କରା ଯାଇଛି । Advertisement
ବିରଳ ପ୍ରଜାତିର ଶାଳିଆପତନି ଠାବ ଅନୁଗୁଳ – ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ ଏକ ବିରଳ ପ୍ରଜାତିର ଶାଳିଆପତନି ଠାବ କରା ଯାଇଛି । ବନ୍ୟଜନ୍ତୁଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ…
ଲୁହାରଡରେ ପିଟି ପିଟି ଯୁବକଙ୍କୁ ହତ୍ୟା ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ପୁରୁଣାଗଡ କରମଙ୍ଗାସାହିରେ ବିଳମ୍ବିତ ରାତିରେ ଏକ ହତ୍ୟାକାଣ୍ଡ ଘଟି ଯାଇଛି । ସାମାନ୍ୟ ବଚସାରୁ ଲୁହାରଡରେ ପିଟି ପିଟି…
ବଦଳିଲେ ଜିଲ୍ଲା ଶିକ୍ଷାଧିକାରୀ ଅନୁଗୋଳ – ଅନୁଗୋଳ ଜିଲ୍ଲା ଶିକ୍ଷାଧିକାରୀଙ୍କ ବଦଳି ହୋଇଛି । ଓଡିଶା ସ୍କୁଲ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ହୋଇଥିବା ବଦଳି ନିର୍ଦେଶ ଅନୁଯାୟୀ…