ମୁଖ୍ୟ ଖବର ବ୍ରାହ୍ମଣୀ ନଦୀରେ ଗାଧୋଇବାକୁ ଯାଇ ଯୁବକ ନିଖୋଜ Angul OnlineJuly 1, 2021July 1, 2021 ତାଳଚେର – ଅନୁଗୁଳ ଜିଲ୍ଲା ରେଙ୍ଗାଳି ଥାନା ରେଙ୍ଗାଳି ଗାଁ ନିକଟସ୍ଥ ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇ ଆଜି ଜଣେ ଯୁବକ ଭାସିଯାଇ ନିଖୋଜ ଅଛନ୍ତି । ନିଖୋଜ ଯୁବକ ଜଣକ ସରଧାପୁର ଗ୍ରାମର ଟିକନ ମହାନ୍ତି ବୋଲି ଜଣା ପଡିଛି । ସୂଚନା ଅନୁସାରେ ଟିକନ ରେଙ୍ଗାଳି ଗାଁ ରେ ଥିବା ତାଙ୍କ ଶଶୁର ଘରକୁ ଆସିଥିବା ବେଳେ ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ । ଗାଧେଇବା ସମୟରେ ଗୋଦା ଖସି ଯିବାରୁ ନଦୀର ପ୍ରଖର ସ୍ରୋତ ଭାସି ଯାଇଥିଲେ । ଖବର ପାଇ କଣିହାଁ ଅଗ୍ନିଶମ ବାହିନୀ ଓ ଗାଁ ଲୋକ ଘଟଣାସ୍ଥଳରେ ପହଞ୍ଚି ଖୋଜା ଖୋଜି କରିଥିଲେ । ତେବେ ଖବର ଲେଖାଯିବା ଯାଏ ଉଦ୍ୟମ ଜାରି ରଖା ଯାଇଥିବା ବେଳେ ଟିକନଙ୍କୁ ଠାବ କରାଯାଇ ପାରି ନାହିଁ । Advertisement
ବୃଦ୍ଧା ମା’କୁ ମାଡ ମାରୁଛନ୍ତି ଅବସରପ୍ରାପ୍ତ ଶିକ୍ଷକ – ଭିଡିଓ ଭାଇରାଲ ଅନୁଗୁଳ – ଅନୁଗୁଳ ଜିଲ୍ଲାରୁ ଆସିଛି ଏକ ଅଭାବନୀୟ ଦୃଶ୍ୟ । ବୃଦ୍ଧା ମାଙ୍କୁ ମାଡ ମାରୁଛି ଶିକ୍ଷିତ ପୁଅ । ଯେ କି ପେସାରେ ଜଣେ…
ବିଚାରାଧୀନ କଏଦୀଙ୍କ ମୃତ୍ୟୁ କଟକ – ଅନୁଗୁଳ ଜିଲ୍ଲାର ଜଣେ ବିଚାରଧୀନ କଏଦୀଙ୍କ କଟକ ବଡ଼ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଛେଣ୍ଡିପଦା ଥାନା ଅନ୍ତର୍ଗତ…
ଭକ୍ତ ବିନା ପୂଜା ପାଇବେ ମା’ ଅଗ୍ନିସ୍ଵରୂପା ହିଙ୍ଗୁଳା ତାଳଚେର – ଚଳିତ ବର୍ଷ ମା ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ବିନା ଭକ୍ତରେ ଅନୁଷ୍ଠିତ ହେବ । କୋଭିଡର ଭୟାବହତାକୁ ଦୃଷ୍ଟିରେ ରଖି ମନ୍ଦିର ପରିଚାଳନା କମିଟି…