ମୁଖ୍ୟ ଖବର ବଅଁରପାଳ-ମହୀଧରପୁର ରାସ୍ତା ହେବ ୪ ଲାଇନ ବିଶିଷ୍ଟ Angul OnlineJuly 3, 2021July 3, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଅତିକ୍ରମ କରିବ ଆଉ ଏକ ଜାତୀୟ ରାଜପଥ । ଏ ନେଇ ଆଜି ଜାତୀୟ ରାଜପଥ ଓ ପୂର୍ତ୍ତ ବିଭାଗ ଅଧିକାରୀଙ୍କ ସହ ଉପ-ବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ ଆଲୋଚନା କରିବା ସହ ସ୍ଥିତି ପରଖିଛନ୍ତି । ୬୫୫ ନମ୍ବର ବିଶିଷ୍ଟ ଏକ ଜାତୀୟ ରାଜପଥ ଖୁଣ୍ଟୁଣୀରୁ ବାହାରି ଆଠଗଡ , ଶଙ୍କରପୁର , ମହୀଧରପୁର ଦେଇ ଅନୁଗୁଳ ଆସିବାର ଥିଲା । ଏହାକୁ ଏବେ ଅନୁଗୁଳ ନ ଆସି ବଅଁରପାଳକୁ ଲିଙ୍କ କରାଯିବାକୁ ଲକ୍ଷ୍ୟ ରଖା ଯାଇଛି । ୧୮ କିଲୋମିଟର ବିଶିଷ୍ଟ ଏହି ରାସ୍ତା ୪ ଲାଇନ ବିଶିଷ୍ଟ ହେବ । ଏହା ମହୀଧରପୁର , ବଉଳିଗଡ , ତାଳମୂଳ ଦେଇ ସିଧାସଳଖ ବଅଁରପାଳରେ ସଂଯୋଗ ହେଲେ ଏହା ଏକ ଅର୍ଥନୈତିକ କରିଡର ହେବ । ଏହି ଜାତୀୟ ରାଜପଥ ଦେଇ ନାଲକୋ , ଏମସିଏଲର ଗାଡି ମୋଟର ସହଜରେ ଚଳାଚଳ କରିବା ସହ ରାଉରକେଲାରୁ ମଧ୍ୟ ଗାଡି ଯିବା ଆସିବା କରିବାକୁ ସହଜ ହେବ । ଆଜି ଅନୁଗୁଳ ସର୍କିଟ ହାଉସ ଠାରେ ଏ ନେଇ ସବିଶେଷ ଆଲୋଚନା କରିବା ସହ ଉପ-ବାଚସ୍ପତି ରଜନୀକାନ୍ତ ସିଂହ ତୁରନ୍ତ ସମସ୍ତ ପ୍ରକ୍ରିୟା ଶେଷ କରିବାକୁ ପରାମର୍ଶ ଦେଇଛନ୍ତି । Advertisement
ବାଜିରାଉତ ଛାତ୍ରାବାସରେ ଭବ୍ୟ ନିର୍ମାଣ କରି ହେବ ପର୍ଯ୍ୟଟନ ସ୍ଥଳ ଅନୁଗୋଳ – ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ବିକୃତ ପ୍ରତିମୂର୍ତ୍ତିକୁ ନେଇ ତୁମ୍ବିତୋଫାନ ହେଲାପରେ ହଠାତ୍ ଚେଇଁ ଉଠିଛି ରାଜ୍ୟ ସଂସ୍କୃତି ବିଭାଗ । ଖୋଦ୍ ଓଡ଼ିଆ…
ସରପଞ୍ଚଙ୍କ ସହ ନିର୍ବାହୀ ଅଧିକାରୀଙ୍କୁ ତାଲା ପକାଇଦେଲେ ଗ୍ରାମବାସୀ ଅନୁଗୁଳ – ଆବାସ ଯୋଜନାରେ ନାଁ କଟିବା ଯୋଗୁଁ ଅସନ୍ତୋଷ ପ୍ରକାଶ କଲେ ପଞ୍ଚାୟତବାସୀ । ଆଉ ଏଥିପାଇଁ ଗାଁର ମହିଳା ଏକାଠି ହୋଇ ସରପଞ୍ଚ ଏବଂ…
ହାତୀ ଛୁଆକୁ ଦିଆଗଲା ସାଲାଇନ ଅନୁଗୁଳ – ଅନୁଗୁଳ ଜିଲ୍ଲା ମହୀଧରପୁର ପାଳବନ୍ଧ ନିକଟରେ ଗୋଠଛଡ଼ା ହୋଇଥିବା ପ୍ରାୟ ଦେଢ଼ ବର୍ଷର ହାତୀଛୁଆ ଦେହରେ ଆଜି ସାଲାଇନ ଲାଗିଛି । ତାକୁ ଟ୍ରଙ୍କୁଲାଇଜ…