ମୁଖ୍ୟ ଖବର ମର୍ମଦୁନ୍ତ ସଡକ ଦୁର୍ଘଟଣା – ଦୁଇ ମୃତ ଦୁଇ ଗୁରୁତର Angul OnlineJuly 6, 2021July 6, 2021 ତାଳଚେର – ଅନୁଗୁଳ ଜିଲ୍ଲା ଚାଇଁପାଳ ଓଭରବ୍ରିଜ ଉପରେ ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣା ହୋଇଛି । ଏକ କୋଇଲା ବୋଝେଇ ଟ୍ରକ ପଛରେ ଏକ ମାରୁତି କାର ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ମାନଙ୍କୁ ମଣ୍ଡାପାଳ ଚିକିତ୍ସାଧୀନ ଅବସ୍ଥାରେ ଭର୍ତ୍ତି କରା ଯାଇଛି । ବର୍ତ୍ତମାନ ସୁଦ୍ଧା ମୃତାହତ ମାନଙ୍କର ପରିଚୟ ଅସ୍ପଷ୍ଟ ରହିଛି । ସୂଚନା ଅନୁସାରେ ବଅଁରପାଳ ଦିଗରୁ ତାଳଚେର ଅଭିମୁଖେ ଏକ କାରରେ ୪ ଜଣ ଯୁବକ ଯାଉଥିବା ବେଳେ ବାଟରେ ଛିଡା ହୋଇଥିବା ଏକ କୋଇଲା ବୋଝେଇ ଟ୍ରକକୁ ଧକ୍କା ଦେଇଥିଲା । ଫଳରେ କାରର ସାମ୍ନା ପଟରେ ବସିଥିବା ଦୁଇଜଣଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ଅନ୍ୟ ଦୁଇଜଣ ଗୁରୁତର ଅବସ୍ଥାରେ କାରରେ ପଡି ରହିଥିବା ବେଳେ ଖବର ପାଇ ତାଳଚେର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତାହତ ମାନଙ୍କୁ ଉଦ୍ଧାର କରି ତଦନ୍ତ କରୁଛି । Advertisement
ଦେଢ଼ କୋଟି ଟଙ୍କାର ବାଣ ଜବତ – ୧୩ ଜଣ ଗିରଫ ଅନୁଗୁଳ – ବେଆଇନ ବାଣ ଗଛିତ ରଖିଥିବା ବେପାରୀଙ୍କ ଉପରେ ଅନୁଗୁଳ ପୁଲିସର କଡା କାର୍ଯ୍ୟାନୁଷ୍ଠାନ । ଜିଲ୍ଲାରେ ବିଭିନ୍ନ ସ୍ଥାନରେ ପୁଲିସ ଚଢ଼ାଉ କରି ପ୍ରାୟ…
ମଝି ନଦୀରେ ଫସି ରହିଲେ ମହିଳା – ସାହସ ଦେଖାଇଲେ ସ୍ଥାନୀୟ ଯୁବକ ଅନୁଗୁଳ – ଲଗାଣ ବର୍ଷା ପରେ ବଢି ପାଣି ମଝିରେ ଫସି ରହିଲେ ମହିଳା । ନାଳ ମଝି ପଥର ଉପରେ ଛିଡା ହୋଇଥିବା ବେଳେ ଅନ୍ୟ…
ହାତୀ ଦାନ୍ତ ଜବତ – ଦୁଇ ବେପାରୀ ଗିରଫ ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଲକ ଖେମଳା ପଞ୍ଚାୟତର ଶୁକଦେବପୁର ଗାଁ ଜଙ୍ଗଲ ନିକଟରୁ ଦୁଇ ଜଣ ହାତୀଦାନ୍ତ ବେପାରୀଙ୍କୁ ବନ ବିଭାଗ ଗିରଫ କରିଥିବା…