ମୁଖ୍ୟ ଖବର ମର୍ମଦୁନ୍ତ ସଡକ ଦୁର୍ଘଟଣା – ଦୁଇ ମୃତ ଦୁଇ ଗୁରୁତର Angul OnlineJuly 6, 2021July 6, 2021 ତାଳଚେର – ଅନୁଗୁଳ ଜିଲ୍ଲା ଚାଇଁପାଳ ଓଭରବ୍ରିଜ ଉପରେ ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣା ହୋଇଛି । ଏକ କୋଇଲା ବୋଝେଇ ଟ୍ରକ ପଛରେ ଏକ ମାରୁତି କାର ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ମାନଙ୍କୁ ମଣ୍ଡାପାଳ ଚିକିତ୍ସାଧୀନ ଅବସ୍ଥାରେ ଭର୍ତ୍ତି କରା ଯାଇଛି । ବର୍ତ୍ତମାନ ସୁଦ୍ଧା ମୃତାହତ ମାନଙ୍କର ପରିଚୟ ଅସ୍ପଷ୍ଟ ରହିଛି । ସୂଚନା ଅନୁସାରେ ବଅଁରପାଳ ଦିଗରୁ ତାଳଚେର ଅଭିମୁଖେ ଏକ କାରରେ ୪ ଜଣ ଯୁବକ ଯାଉଥିବା ବେଳେ ବାଟରେ ଛିଡା ହୋଇଥିବା ଏକ କୋଇଲା ବୋଝେଇ ଟ୍ରକକୁ ଧକ୍କା ଦେଇଥିଲା । ଫଳରେ କାରର ସାମ୍ନା ପଟରେ ବସିଥିବା ଦୁଇଜଣଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ଅନ୍ୟ ଦୁଇଜଣ ଗୁରୁତର ଅବସ୍ଥାରେ କାରରେ ପଡି ରହିଥିବା ବେଳେ ଖବର ପାଇ ତାଳଚେର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତାହତ ମାନଙ୍କୁ ଉଦ୍ଧାର କରି ତଦନ୍ତ କରୁଛି । Advertisement
ଗଞ୍ଜେଇ ଗାଡି ଧକ୍କାରେ ମହିଳା ମୃତ ଅନୁଗୋଳ – ଗଞ୍ଜେଇ ଗାଡି ଧକ୍କାରେ ମହିଳା ମୃତ । ଏଭଳି ଘଟଣା ଅନୁଗୋଳ ଜିଲ୍ଲା ମହିଧରପୁର ନିକଟରେ ଘଟିଛି । ସୂଚନା ଅନୁସାରେ ଅନୁଗୋଳ-କଟକ ପୁରୁଣା…
ବସ ଧକ୍କାରେ ଯୁବକ ମୃତ – ବସ ଯାତ୍ରୀଙ୍କୁ ପ୍ରବଳ ମାଡ ମାରିଲେ ଉତ୍ତ୍ୟକ୍ତ ଲୋକେ ଅନୁଗୁଳ – ଅନୁଗୁଳ ହେମସୁରପଡା ଶିବା ଖେଳ ପଡ଼ିଆ ନିକଟରେ ଆଜି(ରବିବାର) ଏକ ଘରୋଇ କମ୍ପାନୀର ଷ୍ଟାଫ ବସ ଧକ୍କାରେ ଜଣେ ଯୁବକର ମୃତ୍ୟୁ ହୋଇଛି ।…
ଆଇ କାର୍ଡ ମାଗିଲେ ଲୋକେ – ହଟହଟା ହେଲେ ଟାକ୍ସ କର୍ମଚାରୀ ଅନୁଗୁଳ – ଆଇ କାର୍ଡ ନଥିବାରୁ ହଟହଟା ହେଲେ ଟାକ୍ସ କର୍ମଚାରୀ । ଗାଡି ଅଟକାଇ ଫାଇନ କାଟିବା ବେଳେ ଲୋକ ଆଇ କାର୍ଡ ମାଗିଲେ ଆଉ…