ଖେଳ ଓ ଖେଳାଳି କଦମ ପଡିଆରେ ହେବ ଜାତୀୟ ସ୍ତରୀୟ କ୍ରିକେଟ ଏକାଡେମୀ Angul OnlineJuly 8, 2021July 8, 2021 ଅନୁଗୁଳ – ଅନୁଗୁଳରେ ଜାତୀୟ ସ୍ତରୀୟ କ୍ରିକେଟ ଏକାଡେମୀ ପାଇଁ ଓଡିଶା କ୍ରିକେଟ ଆସୋସିଏସନର କର୍ମକର୍ତା ମାନେ କଦମ ପଡିଆ ପରିଦର୍ଶନ କରିଛନ୍ତି । ଏହି ପରିଦର୍ଶନ ସମୟରେ କଦମ ପଡିଆର ଉନ୍ନତିକରଣ ସହ ନୂତନ ଭିତିପ୍ରସ୍ଥର ସ୍ଥାପନା ପାଇଁ ସବିଶେଷ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଡିଶା କ୍ରିକେଟ ଆସୋସିଏସନର ଉପସଭାପତି ଶ୍ରୀଯୁକ୍ତ ଅକ୍ଷୟ କୁମାର ସାମନ୍ତ , ଗ୍ରାଉଣ୍ଡ କମିଟିର ଚେୟାରମ୍ୟାନ ଶ୍ରୀଯୁକ୍ତ ଧିରେନ ପଳେଇ , କମିଟିର ସଦସ୍ୟ ଡାନିଏଲ ରାଉତ , ଦେବାଶିଷ ପଢି , ପିଚ କ୍ୟୁରେଟର ହୃଷିକେଶ ସିଂ, ଇଞ୍ଜିନିଅର କମିଟି ଇଞ୍ଜିନିଅର କରିଏସ ଇଣ୍ଡିଆର ଆଲୋକ କୁମାର ଓ ଏହା ସହ ଅନୁଗୁଳ ଜ଼ିଲ୍ଲାର ଜ଼ିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠ ଉପସ୍ଥିତ ରହି କାର୍ଯ୍ୟ ର ସମୀକ୍ଷା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଗୁଳ ଜ଼ିଲ୍ଲା କ୍ରିକେଟ ସାଂସଦର ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ , ସମ୍ପାଦକ ସାଗର ମିଶ୍ର, ସହ ସମ୍ପାଦକ ଗଙ୍ଗାଧର ପଟନାୟକ ଓ ସତେନ୍ଦ୍ର ପ୍ରଧାନ, ଉପସଭାପତି ପ୍ରଭାତ ସିହ୍ନା ଓ ଅରୁଣ ପଶୁପାଳକ, କୋଷାଧ୍ୟକ୍ଷ ଶ୍ରୀ ରଞ୍ଜନ କୁମାର ଧୀରସାମନ୍ତ , ଓଡିଶା କ୍ରିକେଟ ଆଶୋସିଏସନର ପ୍ୟାନେଲ ଆମ୍ପାୟାର ଜୟ କୃଷ୍ଣ ରାଉତ ସହ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । Advertisement
କବାଡି ଟୁର୍ଣ୍ଣାମେଣ୍ଟରେ ଉଦଯାପିତ – କୁରୁମିଠା ଚମ୍ପିୟାନ ବଅଁରପାଳ – ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅରାହାଟ ଖେଳ ପଡ଼ିଆ ଠାରେ ପଞ୍ଚୁନାଥ ମେମୋରିଆଲ କବାଡି ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏହି ଉଦଯାପନୀ ଉତ୍ସବରେ…
ଓସିଏର ଆପେକ୍ସ କାଉନସିଲ ମେମ୍ବର ହେବେ ପ୍ରତାପ କଟକ – ଓସିଏ ସଭାପତି ହେବେ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ । ତାଙ୍କ ବିରୋଧରେ କେହି ନାମାଙ୍କନ ପତ୍ର ଦାଖଲ କରିନଥିବାରୁ ଓଡ଼ିଶା କ୍ରିକେଟ…
ତିନି ସ୍ୱର୍ଣ୍ଣ ଜିଣି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଲେ ପ୍ରକାଶ ଅନୁଗୁଳ – ବେଙ୍ଗଲ ଆଥେଲେଟିକ ଆସୋସିଏସନ ପକ୍ଷରୁ ଦୁଗଲି ଜିଲ୍ଲାର ଚିନସୁରା ମୈଦାନରେ ମିନି ଇଣ୍ଟରନେସନାଲ ମାଷ୍ଟର ଆଥେଲେଟିକ ମିଟ ୨୨ ଅନୁଷ୍ଠିତ ହୋଇ ଯାଇଛି ।…