ମୁଖ୍ୟ ଖବର ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର Angul OnlineJuly 16, 2021July 16, 2021 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାପୁଜୀ ମହାବିଦ୍ୟାଳୟ ପୋଲ ନିକଟରୁ ତିନି ଦିନ ପୂର୍ବରୁ ନିଖୋଜ ଥିବା ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣଙ୍କ ପୋଡାପଡା ଗ୍ରାମର ରସାନନ୍ଦ ସାହୁଙ୍କ ପୁଅ ସୁଧୀର କୁମାର ସାହୁ । ଗତ ତିନିଦିନ ପୂର୍ବରୁ ସେ ନିଖୋଜ ଥିଲେ । ଆଜି ସକାଳ ୬ଟାରେ ସୁଧୀରଙ୍କ ମୃତଦେହ ଶନି ମନ୍ଦିର ନିକଟ ପୋଲ ତଳପାଖ ଲଟାବୁଦା ମୂଳେ ସ୍ଥାନୀୟ ଲୋକମାନେ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକଙ୍କ ଅଭିଯୋଗରେ ପୁଲିସ ଘଟଣାସ୍ଥଳରୁ ମୃତଦେହ ଉଦ୍ଧାର କରି ତଦନ୍ତ କରୁଛି । ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସୁଧୀର ଗତ ବୁଧବାର ସନ୍ଧ୍ୟାରେ ଛେଣ୍ଡିପଦାରୁ ଏକ ଅଟୋରେ ପୋଡାପଡା ଫେରୁଥିଲେ । ଫେରିବା ବାଟରେ ଶୌଚ ପାଇଁ ବାପୁଜୀ ମହାବିଦ୍ୟାଳୟ ପୋଲ ନିକଟରେ ଅଟୋରୁ ଓହ୍ଲେଇ ନାଳ ଆଡକୁ ଯାଇଥିଲେ । ଘରକୁ ସନ୍ଧ୍ୟାରେ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ । ତାଙ୍କର ସ୍ୱାସ୍ଥ୍ୟ ଭଲନଥିବା ବେଳେ ଶୌଚ ପାଇଁ ଯିବା ସମୟରେ ନାଳ ନିକଟରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକେ ସନ୍ଦେହ କରୁଛନ୍ତି । ପୁଲିସ ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳେଇଛି । Advertisement
କ୍ଷମା ପାଇଁ ଶାନ୍ତିଯଜ୍ଞ ଅନୁଗୁଳ – ବିଧାନସଭା ଉପ-ବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଠାକୁର କହିବା ପ୍ରସଙ୍ଗକୁ ନେଇ ଉପୁଜିଥିବା ବିବାଦ ଥମିବାର ନାଁ ନେଉଆ ନାହିଁ…
ଡାକବଙ୍ଗଳାରୁ କଟା ଶାଗୁଆନ ଗଛ ପୌରପାଳିକା କ୍ୱାଟରରୁ ଜବତ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେରରେ ଥିବା ସରକାରୀ ଡାକ ବଙ୍ଗଳାରୁ ଗତ କାଲି ରାତିରେ କେହି ଦୁର୍ବୃତ୍ତ ମୂଲ୍ୟବାନ ଶାଗୁଆନ ଗଛ କାଟି ନେଇ ଯାଇଥିବାର…
ସରକାରୀ ଅର୍ଥ ଆତ୍ମସାତ ମାମଲାରେ ପୂର୍ବତନ ଭିଜିଲାନ୍ସ ଡିଏସ୍ପିଙ୍କୁ ୫ ବର୍ଷ ଜେଲ୍ ଅନୁଗୋଳ: ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଅନୁଗୋଳର ପୂର୍ବତନ ଭିଜିଲାନ୍ସ ଡିଏସ୍ପି ଗୌତମ କୁମାର ମଲ୍ଲିକଙ୍କୁ ୫ ବର୍ଷ ସଶ୍ରମ କାରାଦଣ୍ଡ ସହ ୫୦ ହଜାର ଟଙ୍କା…