ଆଞ୍ଚଳିକ ସଡକ ଦୁର୍ଘଟଣାରେ ପରିବାର ସମେତ କନିଷ୍ଠଯନ୍ତ୍ରୀ ଆହତ Angul OnlineJuly 22, 2021July 22, 2021 ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଠାକୁରଗଡଠାରେ ଭାରସାମୟ ହରାଇ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଆଠମଲ୍ଲିକ ବ୍ଲକର ଜଣେ କନିଷ୍ଠଯନ୍ତ୍ରୀଙ୍କ ସମେତ ସପରିବାର ଆହତ ହୋଇଥିବା ଜଣା ପଡିଛି । ସୂଚନା ନଉସାରେ ଆଠମଲ୍ଲିକ ବ୍ଲକର କନିଷ୍ଠ ଯନ୍ତ୍ରୀ ଆରୁଣ ବେହେରା ନିଜ ପୈତୃକ ଘର ତାଳଚେରରୁ ନିଜ କାର (OD19 R 9119)ରେ ଆଠମଲ୍ଲିକ ସରକାରୀ ବାସଭବନକୁ ଫେରୁଥିଲେ । ଅରୁଣ ବେହେରା ନିଜେ ଗାଡି ଚଲାଉଥିବା ବେଳେ ଗାଡିରେ ତାଙ୍କ ସ୍ତ୍ରୀ , ପୁଅ ଓ ଝିଅ ବସିଥିଲେ । ତେବେ ହଠାତ ଠାକୁରଗଡ ନିକଟରେ କାରଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇ ଯାଇଥିଲା । ଫଳରେ ଅରୁଣଙ୍କ ସମେତ ତାଙ୍କ ସ୍ତ୍ରୀ , ଝିଅ ଓ ପୁଅ ଆହତ ହୋଇଥିବା ବେଳେ ସେହି ରାସ୍ତା ଦେଇ ଯାଉଥିବା ଲୋକ ତାଙ୍କୁ ଉଦ୍ଧାର କରି ଆଠମଲ୍ଲିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବବେ ସେଠାଋ ସେମାନଙ୍କଉ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରା ଯାଇଛି । Advertisement
ସମ୍ବାଦିକଙ୍କ ଉପରେ ଆକ୍ରମଣର ପ୍ରତିବାଦ ଅନୁଗୁଳ – ପୁରୀରେ ଧରିତ୍ରୀ ପୁରୀ ଜିଲା ପ୍ରତିନିଧିଙ୍କୁ ପୁଲିସର ଆକ୍ରମଣ ଘଟଣାକୁ ନିନ୍ଦା କରିଛନ୍ତି ଅନୁଗୁଳ ଜିଲ୍ଲା ସାମ୍ବାଦିକ ସମୂହ । ଆକ୍ରାମଣକାରୀ ପୁଲିସ କର୍ମଚାରୀଙ୍କ…
ଆଖୁ ଖାଇବାକୁ ଆସି କୂଅରେ ପଡିଲା ଭାଲୁ ଅନୁଗୁଳ – ଆଖୁ ଖାଇବାକୁ ଆସି କୂଅରେ ପଡିଲା ଭାଲୁ । ତାକୁ ଉଦ୍ଧାର କରିବାକୁ ବନ ବିଭାଗର ପ୍ରୟାସ ଜାରି ରହିଥିବା ବେଳେ ପ୍ରାୟ ୩…
ଗାଁ ଭିତରେ ହାତୀ ଛୁଆ ଅନୁଗୁଳ – ଅନୁଗୁଳ ବନାଞ୍ଚଳରେ ହାତୀପଲରୁ ଏକ ହାତୀ ଛୁଆ ଅଲଗା ହୋଇ ରହିଛି। ଛୁଆଟିକୁ ବନ ବିଭାଗ ହାତୀ ମେଳକୁ ନେବାକୁ ଚେଷ୍ଟା କରିଥିଲେ ମଧ୍ୟ…