ମୁଖ୍ୟ ଖବର ଦୁର୍ଘଟଣା ନେଲା ତିନି ଜୀବନ Angul OnlineAugust 1, 2021August 1, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲାର ଭିନ୍ନ ଭିନ୍ନ ସ୍ଥାନରେ ସଡକ ଦୁର୍ଘଟଣା ଯୋଗୁଁ ୩ ଜଣଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ , ଗତ ଗୁରୁବାର ଦିନ ବଡହିସଁର ଗ୍ରାମର ସିଦ୍ଧାନ୍ତ ବେହେରା ନାମକ ଜଣେ ଯୁବକ ଜରାସିଂହା ଗ୍ରାମକୁ ରଙ୍ଗ କାମ କରି ଆସିଥିଲେ । ସେ ସାଇକେଲରେ ଯାଉଥିବା ବେଳେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା । ସ୍ଥାନୀୟ ଲୋକେ ସିଦ୍ଧାନ୍ତଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେହିଦିନ ଡାକ୍ତର ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ । ହେଲେ ପରିବାର ଲୋକଙ୍କ ଅର୍ଥ ଅଭାବ ରହିଥିବାରୁ ଅଧିକ ଚିକିତ୍ସା ପାଇଁ ସିଦ୍ଧାନ୍ତଙ୍କୁ କଟକ ନେଇ ନପାରି ଘରକୁ ନେଇ ଯାଇଥିଲେ । ଘରେ କିଛି ସମୟ ରହିବା ପରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପୁନର୍ବାର ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ଆଜି ସିଦ୍ଧାନ୍ତ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ସେହିଭଳି କଣିହାଁ ଥାନା ଝରାବେରେଣି ଗାଁ ନିକଟରେ ମୋଟରସାଇକେଲକୁ ଏକ ମିନିଟ୍ରକ ଧକ୍କା ଦେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହନୁମାନପୁର ଗାଁର ବବୁନ ମିଶ୍ର ବୋଲି ଜଣା ପଡିଛି । ସେ ମୋଟରସାଇକେଲରେ ଘରକୁ ଫେରୁଥିବା ବେଳେ ଏକ ବାଲି ବୋଝେଇ ମିନିଟ୍ରକ ତାଙ୍ଖୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ବବୁନଙ୍କର ମୃତ୍ୟୁ ହୋଇଥିଲା । ସେହିପରି ଛେଣ୍ଡିପଦା ଥାନା କୋଶଳା ନର୍ସରୀ ନିକଟରେ ଏକ ସଡକ ଦୁର୍ଘଟଣାରେ ଜଣେ ଶିକ୍ଷୟତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ଵାମୀ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ ତୁଳସିପାଳ ଗାଁର ରଣଜିତ୍ ମହାପାତ୍ର ଏବଂ ତାଙ୍କ ସ୍ତ୍ରୀ ଶାନ୍ତିଲତା ମହାପାତ୍ର ଆଜି ମୋଟରସାଇକେଲରେ ପୋଡାପଡା ଯାଇଥିଲେ । ସେଠାରୁ ଫେରିବା ସମୟରେ କୋଶଳାଠାରେ ଏକ ପିକଅପ ଭ୍ୟାନ ସେମାନକୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ଶାନ୍ତିଲତାଙ୍କର ମୃତ୍ୟୁ ହୋଇଥିବା ବେଳେ ରଣଜିତଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଛି । Advertisement
ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣା – ନ୍ୟାୟ ନ ମିଳିଲେ ଆତ୍ମହତ୍ୟା କରିବାକୁ ପରିବାରର ଧମକ ଅନୁଗୁଳ – ଅନୁଗୁଳ ଥାନା କାଙ୍ଗୁଲା ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାର ଅଭିଯୁକ୍ତ ଅନାମ ଦେହୁରୀକୁ ତଳକୋର୍ଟ ଫାଶୀ ଦଣ୍ଡରେ ଦଣ୍ଡିତ କରନ୍ତୁ ବୋଲି ମୃତ…
ବୁଲୁଛି ମହାବଳ ବାଘ – ମିଳିଲା ପାଦ ଚିହ୍ନ ଅନୁଗୁଳ – ଦେବଗଡ଼ ପରେ ଏବେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳରେ ମହାବଳ ବାଘର ପାଦ ଚିହ୍ନ ଦେଖିବାକୁ ମିଳିଛି । ଏହି ପାଦ ଚିହ୍ନ ଛେଣ୍ଡିପଦା…
ଛେଣ୍ଡିପଦା ହେବ କୋଇଲା ହବ୍ ଅନୁଗୁଳ – ପୁଣିଥରେ କୋଇଲା ଖଣି ନିଲାମ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର। ଏଥିନେଇ ଘୋଷଣା ହୋଇଥିଲା ବେଳେ ଏଥିରେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦାରୁ…