ମୁଖ୍ୟ ଖବର ଅଜଣା ଗାଡି ଧକ୍କାରେ ଦୁଇ ମୃତ Angul OnlineAugust 6, 2021August 6, 2021 ପାଲଲହଡା – ଅନୁଗୋଳ ଜିଲ୍ଲା ପାଲଲହଡା ଠାରେ ଏକ ସଡ଼କ ଦୁର୍ଘଟଣାରେ ୨ଜଣ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ୨ଜଣ ତାଳଚେର ବ୍ଲକ୍ ଅନ୍ତର୍ଗତ ଚାଳଗଡ ଗ୍ରାମର ଶୁଭମ୍ ରାଉତ ବୟସ ଏବଂ ପିପୁନ୍ ସାମଲ ବୟସ ବୋଲି ଜଣା ପଡିଛି । ଉଭୟ କୌଣସି କାମରେ କେନ୍ଦୁଝର ଯାଇ ଫେରୁଥିବା ବେଳେ ଏକ ଅଜଣା ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଉଭୟ ଶୁଭମ୍ ଓ ପିପୂନ୍ ଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ପୁଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ମୋଟରସାଇକେଲ (ଓଡ଼ି ୩୫ ଡି ୫୧୧୯) କୁ ଜବତ କରିବା ସହ ଉଭୟ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଜାରି ରଖିଛି । ଅପର ପକ୍ଷରେ ଶୁଭମ୍ ଓ ପିପୁନଙ୍କ ମୃତ୍ୟୁରେ ଚାଳଗଡ ଗ୍ରାମରେ ଶୋକ ଖେଳି ଯାଇଛି । Advertisement
ଟାଙ୍କି ନିର୍ମାଣ ବେଳେ ଚାଲିଗଲା ଦୁଇ ଜୀବନ ଆଠମଲ୍ଲିକ – ପାଇଖାନା ଟାଙ୍କି ସେଟରିଂ ଖୋଲିବା ବେଳେ ଟାଙ୍କି ଭିତରେ ଶ୍ବାସରୁଦ୍ଧ ହୋଇ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଅନୁଗୁଳ…
ତାଳଚେରକୁ ବିପଦ ନେଇ ତାଗିଦ କରିଥିଲେ ବିଧାୟକ – କିଛି ଦିନ ପରେ ଧସିଲା ମାଟି ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଗତ ରବିବାର ଦିନ ତାଳଚେର ଅଞ୍ଚଳରେ MCL ର ମାନମାନି ସମ୍ପର୍କରେ ବିଷଦଗାର ପ୍ରକାଶ…
ରଖିଲେ ହରି ମାରିବ କିଏ – କୋଇଲା ଟ୍ରେନ ଭିତରେ ପୋତି ହୋଇଥବା ବେଳେ ଜଣେ ଉଦ୍ଧାର ତାଳଚେର – ରଖିଲେ ହରି ମାରିବା କିଏ ? ଏହାର ଜ୍ଵଳନ୍ତ ଉଦାହରଣ ଆଜି ଦେଖିବାକୁ ମିଳିଛି ଆଜି ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରେ । କୋଇଲା…