ମୁଖ୍ୟ ଖବର ବିଚାରାଧୀନ କଏଦୀଙ୍କ ମୃତ୍ୟୁ – ହତ୍ୟା ଅଭିଯୋଗ Angul OnlineAugust 9, 2021August 9, 2021 ଆଠମଲ୍ଲିକ -(AO)- ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପକାରାଗାରରେ ରବିବାର ଜଣେ ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି । ମୃତ କଏଦୀ ହେଉଛନ୍ତି କିଶୋରନଗର ଥାନା ଅଙ୍ଗପଡ଼ା ହରିଜନ ସାହିର ୨୬ ବର୍ଷୀୟ ସୁମନ ଦେହୁରୀ l ସେ ଏକ ହତ୍ୟା ମାମଲାରେ ଗତ ବର୍ଷ ସେପ୍ଟେମ୍ବର ୯ ତାରିଖରୁ ଉପକାରାଗାରରେ ରହିଥିଲେ । ଜେଲ୍ ଅଧୀକ୍ଷକ ସମରେନ୍ଦ୍ର ଦେହୁରୀଙ୍କ ସୂଚନା ଅନୁସାରେ , ସୁମନ ଅନ୍ୟଦିନ ପରି ରବିବାର ଖାଇସାରି ଟିଭି ଦେଖୁଥିଲେ । ଅପରାହ୍ଣ ୪ଟା ବେଳେ ସେ ଅସୁସ୍ଥ ହୋଇପଡ଼ିଥିବା ଅନ୍ୟ କଏଦୀଙ୍କଠାରୁ ଖବର ପାଇ ଜେଲ୍ ୱାର୍ଡ଼ର ତାଙ୍କ ପାଖକୁ ଯାଇଥିଲେ । ତାଙ୍କୁ ଡାକିବାରୁ ସୁମନ କିଛି କହିନଥିଲେ । ପରେ ସୁମନଙ୍କୁ ଆଠମଲ୍ଲିକ ଡାକ୍ତରଖାନାରେ ଭର୍ତ୍ତିକରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତଘୋଷଣା କରିଥିଲେ । ତେବେ ମୃତ୍ୟୁର କାରଣ ଜଣା ପଡି ନଥିବା ବେଳେ ପରିବାର ଲୋକ ତାଙ୍କୁ ହତ୍ୟା କରା ଯାଇଥିବା ଅଭିଯୋଗ କରିଛନ୍ତି । ଶବ ଦେଖିବା ପରେ ସୁମନକୁ ପିଟି ପିଟି ମାରି ଦେଇଥିବାର ଅଭିଯୋଗ ଆଣି ସୁମନ ଦେହୁରୀର ବଡ଼ ଭଉଣୀ ଜୁନା ଦେହୁରୀ ଥାନାରେ ଅଭିଯୋଗ କରିଛନ୍ତି । ଆଜି ମାଜିଷ୍ଟ୍ରେଟ ଓ ପରିବାର ଉପସ୍ଥିତିରେ ପରିବାର ଲୋକଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି । ଆଠମଲ୍ଲିକ ରେ ଶବ ବ୍ୟବଚ୍ଛେଦ କରିବାକୁ ମନା କରି କରି ପରିବାର ଲୋକ ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛନ୍ତି । ତେବେ ଏ ସମ୍ପର୍କରେ ଆଠମଲ୍ଲିକ ଜେଲ ଅଧିକାରୀ ସରେନ୍ଦ୍ର ଦେହୁରୀଙ୍କୁ ପଚାରିବାରୁ ସେ ସୁମନ ଦେହୁରୀ ଭଲ ପିଲା ଥିଲା । ତାକୁ କେହି ମାରି ନାହାନ୍ତି ବୋଲି କହିଛନ୍ତି । Advertisement
ଟ୍ରକ ଧକ୍କାରେ ଜଣେ ମୃତ ଜଣେ ଗୁରୁତର ଆଠମଲ୍ଲିକ -(AO) – ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ କମରେଇ ନିକଟରେ ଟ୍ରକ ଧକାରେ ଜଣେ ମୋଟରସାଇକେଲ ଆରୋହିଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର…
ଅଟୋକୁ ଧକ୍କା ଦେଲା ଟ୍ରକ – ୨ ମହିଳା ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ୫୫ ନଂ ଜାତୀୟ ରାଜପଥ ମରାତିରା ଗଣ୍ଡିମୁଣ୍ଡା ନିକଟରେ ବିଳମ୍ବିତ ରାତିରେ ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ଦୁଇଜଣ…
କଟକଣା ପରେ ବଢିଛି ପେଟ୍ରୋଲ କଳାବଜାରୀ ଅନୁଗୁଳ – ସରକାରଙ୍କ ନୁଆଁ କଟକଣା ଏବେ ସମସ୍ତ ସାଧାରଣବର୍ଗ ଲୋକଙ୍କ ଚିନ୍ତା ବଢ଼ାଇ ଦେଇଥିବା ବେଳେ ଅସାଧୁ ବେପାରୀଙ୍କୁ ବେଶ ସୁହାଇଛି । ସରକାର ପ୍ଲାଷ୍ଟିକ…