ଅପରାଧ ଘରୋଇ କଳହରୁ ହତ୍ୟାକାଣ୍ଡ – ଦାଦାଙ୍କୁ ପିଟି ପିଟି ମାରିଦେଲେ ୩ ପୁତୁରା Angul OnlineAugust 13, 2021August 14, 2021 ଆଠମଲ୍ଲିକ -(AO) – ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ ପ୍ରତାପପୁର ଗାଁରେ ଘରୋଇ କଳହରୁ ଆଜି ଏକ ହତ୍ୟାକାଣ୍ଡ ହୋଇଥିବା ଜଣା ପଡିଛି । ୩ ପୁତୁରା ପିଟି ପିଟି ନିଜ ଦାଦାଙ୍କୁ ମାରି ଦେଇଛନ୍ତି । ମୃତକ ଜଣଙ୍କ ନାମ ଗଙ୍ଗା ନାଗ । ସୂଚନା ଅନୁସାରେ ପୂର୍ବରୁ ପରିବାର ଗଙ୍ଗା ଓ ତାଙ୍କ ଭାଇଙ୍କ ପରିବାର ସହ ଘରୋଇ କଥାକୁ ନେଇ ଗଣ୍ଡଗୋଳ ଲାଗି ରହିଥିଲା । ଗତ କାଲି ରାତିରେ ପୁଣି ଥରେ ଦାଦା ଓ ପୁତୁରା ମାନଙ୍କ ମଧ୍ୟରେ କଳିଗୋଳ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ୩ ଜଣ ପୁତୁରା ଠେଙ୍ଗାରେ ପିଟି ପିଟି ଗଙ୍ଗାକୁ ମାରି ଦେଇଥିଲେ । ଗଙ୍ଗା ସେଠାରେ ପଡି ରହିଥିବା ବେଳେ ୩ ପୁତୁରା ଫେରାର ହୋଇ ଯାଇଥିବା ଜଣା ପଡିଛି । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ମୃତ ଗଙ୍ଗାଙ୍କ ମା ଯଶୋଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । Advertisement
ବାଲେଶ୍ଵରରୁ ଆଣି ଅନୁଗୁଳରେ ଧଳା ଜହର ବିକ୍ରି ବେଳେ କାବୁ କଲା ପୁଲିସ ଅନୁଗୁଳ – ଅନୁଗୁଳ ଜିଲ୍ଲା ନାଲକୋନଗର ଥାନା ଆଲୁମିନିୟମ ପାର୍କ ଅଞ୍ଚଳରୁ ବ୍ରାଉନସୁଗାର ବିକ୍ରି ପାଇଁ ଗରାଖ ଅପେକ୍ଷାରେ ଥିବା ବେଳେ ପୁଲିସ ଆଜି ଦୁଇ ଜଣଙ୍କୁ…
ବଡବାପାଙ୍କୁ ହତ୍ୟା କଲା ପୁତୁରା-ଜମିବାଡି ବିବାଦକୁ ନେଇ ହତ୍ୟାକାଣ୍ଡ ହଣ୍ଡପା – ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ ବିଲେଇନାଳି ଗ୍ରାମରେ ଜମି ବାଡି ବିବାଦକୁ ନେଇ ବଡ଼ବାପାଙ୍କ ଜୀବନ ନେଲା ପୁତୁରା । ମୃତକ ଜଣଙ୍କ…
ହତ୍ୟାକାଣ୍ଡର ୩ ଫେରାର ଅଭିଯୁକ୍ତ ଗିରଫ ଅନୁଗୋଳ – ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ନାରାୟଣଚନ୍ଦ୍ରପୁର ଗାଁରେ ଗତ ୧୧ ତାରିଖରେ ଘଟିଥିବା ଏକ ହତ୍ୟାକାଣ୍ଡର ୩ ଫେରାର ଅଭିଯୁକ୍ତଙ୍କୁ ସୋମବାର…