ମୁଖ୍ୟ ଖବର ଅନୁଗୁଳର ଦେବାଶିଷଙ୍କୁ ମିଳିବ ଶୌର୍ଯ୍ୟ ଚକ୍ର ସମ୍ମାନ Angul OnlineAugust 14, 2021August 14, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲାର ବୀର ସହିଦ ଦେବାଶିଷ ସେଠୀଙ୍କୁ ମିଳିବ ବୀର ଶୌର୍ଯ୍ୟ ଚକ୍ର ସମ୍ମାନ । ୨୦୨୦ ମସିହା ସେପ୍ଟେମ୍ବର ୧୦ ତାରିଖ ଦିନ କଳାହାଣ୍ଡି-କନ୍ଧମାଳ ସୀମାନ୍ତ ସିର୍କି ଜଙ୍ଗଲରେ କଳାହାଣ୍ଡି ପୁଲିସ ଦ୍ୱାରା କରାଯାଇଥିବା ଡିଭିଏଫ ଓ ଓଏସଓଜି ମିଳିତ କମ୍ବିଂ ଅପରେସନରେ ୫ ମାଓବାଦୀ ନିହତ ହେବା ସହ ୨ ଜଣ ଏସଓଜି ଯବାନ ସହିଦ ହୋଇଥିଲେ । ସହିଦ ଯବାନଙ୍କ ନାଁ ସୁଧୀର କୁମାର ଟୁଡୁ (୨୮) ଓ ଦେବାଶିଷ ସେଠୀ(୨୭) । ସୁଧୀର ମୟୁରଭଞ୍ଜ ଜିଲ୍ଲା ସୁଲିଆପଡ଼ା ଥାନା ଅନ୍ତର୍ଗତ ସାନଭଦୁଆ ଗାଁର ହୋଇଥିବା ବେଳେ ଦେବାଶିଷ ଅନୁଗୁଳ ଜିଲ୍ଲା ରାଜକିଶୋରନଗର ଅଙ୍ଗପଡା ଗାଁର । ଦେବାଶିଷ ୬ ବର୍ଷ ହେଲା ଏସଓଜି ଜବାନ ଭାବେ କାମ କରିଥିଲେ । ତେବେ ମାଓବାଦୀଙ୍କ ସହ କମ୍ବିଂ ଅପରେସନ ବେଳେ ସେ ସହିଦ ହୋଇଥିଲେ । ତେବେ ସେ ସାହସର ସହ ମାଓବାଦୀଙ୍କ ସହ ଲଢେଇ କରିବା ସହ ମାଓବାଦୀଙ୍କ ଦୁର୍ଗ ଭାଙ୍ଗିବାକୁ ସଫଳ ହୋଇଥିଲେ । ଭାରତର ଶାନ୍ତି ସମୟରେ ବୀରତା ତଥା ସାହସିକତାର ସମ୍ମାନ ହେଉଛି ଶୌର୍ଯ୍ୟ ଚକ୍ର । ତାଙ୍କୁ ଏଭଳି ସମ୍ମାନ ଦିଆଯିବ ବୋଲି ପୁଲିସ ଡ଼ିଜି ଟ୍ବିଟ କରି ସୂଚନା ଦେଇଛନ୍ତି । Advertisement
ବାରହା ଫାଶରେ ପଡି ହାତୀ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲାର ସାତକୋଶିଆରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି । ପମ୍ପାସର ରେଞ୍ଜ ଜଗନ୍ନାଥପୁର ଅଞ୍ଚଳରେ ଏହି ଘଟଣା ଘଟିଥିବା ବେଳେ ବିଦ୍ୟୁତ…
ମା ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଆରମ୍ଭ ତାଳଚେର – ଅଗ୍ନିରୁପା ମା ହିଙ୍ଗୁଳାର ବାର୍ଷିକ ଯାତ୍ରା ଆଜିଠାରୁ ଆରମ୍ଭ ହୋଇଛି । ବିଷ୍ଣୁ ଦମନକ ଚତୁର୍ଦର୍ଷି ଠାରୁ ଏହି ଯାତ୍ରା ଆରମ୍ଭ ହୋଇ ୯…
ଦିନରେ ଗଲା ଜୀବନ , ରାତିରେ ଲୁଟିନେଲେ ଧନ ଅନୁଗୁଳ – କୁହାଯାଏ ଦୁଃଖ ଯେତେବେଳେ ଆସେ ପଛକୁ ପଛ ଆସେ । ଏମିତି ଏକ ଘଟଣା ଘଟିଛି ଲକ୍ଷ୍ମୀପ୍ରିୟାପୁର ଗାଁର ବିଜୟ ସାହୁଙ୍କ ପରିବାର ଉପରେ…