ଆଞ୍ଚଳିକ ରାଷ୍ଟ୍ରୀୟ ଯୁବ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅନୁଗୁଳ ଆସିବେ Angul OnlineAugust 18, 2021August 18, 2021 ଅନୁଗୁଳ – ଆଗାମୀ ଅଗଷ୍ଟ କୋଡିଏ ତାରିଖରେ ସର୍ବୋଦୟ ବିଚାରର ଯୁବ ବାହିନୀ ରାଷ୍ଟ୍ରୀୟ ଯୁବ ସଂଗଠନର ପ୍ରାଦେଶିକ କାର୍ଯ୍ୟକାରିଣୀ ଅନୁଗୁଳସ୍ଥିତ ବାଜି ରାଉତ ଛାତ୍ରାବାସ ପରିସରରେ ଆୟୋଜିତ ହେବ । କୋଭିଡ ନିୟମ ପାଳନ କରି ରାଜ୍ୟର ପ୍ରତି ଜିଲ୍ଲାରୁ ସଂଗଠନର ପଦାଧିକାରୀମାନେ ଏଥିରେ ଯୋଗ ଦେବେ । ସଂଗଠନର ନବ ନିର୍ବାଚିତ ରାଷ୍ଟ୍ରୀୟ ସଂଯୋଜକ ଅଜମତ ଖାଁ ଏହି ଅବସରରେ ଅନୁଗୁଳଠାରେ ପହଞ୍ଚି ରାଜ୍ୟ କାର୍ଯ୍ୟକାରିଣୀରେ ଉଦବୋଧନ ଦେବେ । ସଂଗଠନର ରାଷ୍ଟ୍ରୀୟ କାର୍ଯ୍ୟକ୍ରମ ବାବଦରେ ମଧ୍ୟ ସେ ସୂଚନା ପ୍ରଦାନ କରିବେ । ଏଥିସହ ସେ ସଂଗଠନର ଆଦର୍ଶ ନବକୃଷ୍ଣ ଚୌଧୁରୀ ଓ ମାଳତୀ ଦେବୀଙ୍କ ସ୍ମୃତି ପୀଠରେ ଭକ୍ତି ଅର୍ଘ୍ୟ ଅର୍ପଣ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ତାଙ୍କ ସହ ସଂଗଠନର ପ୍ରାକ୍ତନ ରାଷ୍ଟ୍ରୀୟ ସଂଯୋଜକ ଡା॰ ବିଶ୍ଵଜିତ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ । ସମସ୍ତ ପ୍ରାକ୍ତନ ପ୍ରାଦେଶିକ ସଂଯୋଜକମାନେ ମଧ୍ୟ ଯୋଗ ଦେବେ ବୋଲି କର୍ମକର୍ତ୍ତାମାନେ ଜଣାଇଛନ୍ତି । କୋଭିଡ ମହାମାରୀ କାରଣରୁ ବିଗତ ଦୁଇ ବର୍ଷ ଧରି ରିଲିଫ କାମକୁ ଛାଡିଦେଲେ ସଂଗଠନ ଅନ୍ୟ କାର୍ଯ୍ୟରେ ବିଶେଷ ଅଗ୍ରଗତି କରିପାରି ନାହିଁ । ତେଣୁ ପୁଣିଥରେ ସଂଗଠନକୁ ଚଳଚଞ୍ଚଳ କରିବା ସହ ବେରୋଜଗାରୀ ଓ ସାମ୍ପ୍ରଦାୟିକତା ବିରୁଦ୍ଧରେ ସଂଗଠନ ରାଜ୍ୟରେ ଜୋରଦାର ଆନ୍ଦୋଳନ ଗଢିତୋଳିବା ପାଇଁ ରଣନୀତି ଏହି କାର୍ଯ୍ୟକାରିଣୀରେ ସ୍ଥିର ହେବ । ଏଥିସହ ବିଭିନ୍ନ ଜିଲ୍ଲା ପାଇଁ ଏହିଠାରେ ପ୍ରଭାରୀ ମାନଙ୍କୁ ନିଯୁକ୍ତି ପ୍ରଦାନ କରାଯିବ । ରାଷ୍ଟ୍ରୀୟ ସଂଯୋଜକ ଅଜମତ ଖାଁ ବିଶିଷ୍ଟ ସର୍ବୋଦୟ ନେତ୍ରୀ କୃଷ୍ଣା ମହାନ୍ତିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବା ସହ ସଂଗଠନ ପାଇଁ ତାଙ୍କର ମାର୍ଗଦର୍ଶନ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକାରିଣୀକୁ ସଫଳ କରିବା ପାଇଁ ସଂଗଠନର ଅନୁଗୁଳ କମିଟି ପ୍ରସ୍ତୁତି ଆରମ୍ଭ କରିଦେଇଥିବା କଥା ରାଜ୍ୟ ସଂଯୋଜକ ସୂର୍ଯ୍ୟ ନାରାୟଣ ନାଥ , ଆଦ୍ୟଶ୍ଳୋକ ମିଶ୍ର , ସିତୁ ନାୟକ , ଲିପିକା ମହାପାତ୍ର , ରଣଜୀତ ଦେହୁରି ପ୍ରମୁଖ ଛାତ୍ରାବାସଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜଣାଇଛନ୍ତି । Advertisement
ଗାଡ଼ି ଧକ୍କାରେ ଭାଲୁ ମୃତ ଆଠମଲ୍ଲିକ – ଅନଗୋଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ଆମ୍ବପାଳ ଛକ ନିକଟରେ ଏକ ଅଜଣା ଗାଡି ଧକ୍କା ଦେବାରୁ ରାସ୍ତା ଅତିକ୍ରମ କରୁଥିବା ଏକ ଭାଲୁର ମୃତ୍ୟୁ…
ଭାକସିନ ସୁରକ୍ଷା ନିମନ୍ତେ କୋଶଳା ସିଏଚସିକୁ ଇନଭର୍ଟର ପ୍ରଦାନ ଅନୁଗୁଳ – ଅନୁଗୁଳ ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନର ଏକ ଦାୟିତ୍ଵ ସଂପନ୍ନ ସହଯୋଗୀ ଭାବରେ ଜେଏସପି ଫାଉଣ୍ଡେସନ ପକ୍ଷରୁ କୋଶଳା ଗୋଷ୍ଠୀଗତ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିମ୍ନ ଭୋଲ୍ଟ…
ବରିଷ୍ଠ ସମ୍ବାଦିକଙ୍କ ପରଲୋକ କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ପ୍ରେସ କ୍ଲବର ପ୍ରତିଷ୍ଠାତା ସଦସ୍ୟ ତଥା ବରିଷ୍ଠ ସାମ୍ବାଦିକ ସଚ୍ଚିଦାନନ୍ଦ ପ୍ରଧାନଙ୍କ ବୁଧବାର ପରଲୋକ ହୋଇ ଯାଇଛି । ମୃତ୍ୟୁ…