ଅପରାଧ କାରରେ ଗଞ୍ଜେଇ ଚାଲାଣ ବେଳେ କାବୁ କଲା ପୁଲିସ – ଜଣେ ଗିରଫ Angul OnlineAugust 23, 2021August 23, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଦେବଗଡ ଛକ ନିକଟରୁ ଏକ ଗଞ୍ଜେଇ ଭର୍ତ୍ତି କାରକୁ ପୁଲିସ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି । ସୂଚନା ଅନୁସାରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଛେଣ୍ଡିପଦା ପୁଲିସ ଆଜି(ସୋମବାର) ସକାଳେ ଦେବଗଡ ଛକ ନିକଟରେ ଜଗି ରହିଥିଲା । ସେହି ସମୟରେ ଅନୁଗୁଳରୁ ଦେବଗଡ ଯାଉଥିବା ଏକ ମାରୁତି କାର(ଓଡି୦୨ବିଡି୪୨୫୮)କୁ ଅଟକାଇ ପୁଲିସ ଯାଞ୍ଚ କରିଥିଲା । ଯାଞ୍ଚ ବେଳେ କାର ଗଞ୍ଜେଇ ଥିବା ଜଣା ପଡିଥିଲା । ଜବତ ଗଞ୍ଜେଇକୁ ପୁଲିସ ମାଜିଷ୍ଟ୍ରେଟ ଉପସ୍ଥିତିରେ ଓଜନ କରିବା ପରେ କାରରେ ୭୦ କିଗ୍ରା ୩୦୦ଗ୍ରାମ ଗଞ୍ଜେଇ ଥିବା ଜଣା ପଡିଥିଲା ।ଗଞ୍ଜେଇ ଚାଲାଣ କରି ନେଉଥିବା ଗାଡିର ଚାଳକକୁ ପୁଲିସ ଗିରଫ କରିଥିଲା । ଗିରଫ ଯୁବକ ଜଣକ ହେଲେ ନାକିଟିଦେଉଳ ଥାନା ବାଟଗାଁର ଗୋବିନ୍ଦ ଚନ୍ଦ୍ର ନାଏକ ବୋଲି ସୂଚନା ମିଳିଛି । ପୁଲିସ ଗଞ୍ଜେଇକୁ ଜବତ କରି ଏନଡିପିଏସ ଆକ୍ଟରେ ଏକ ମାମଲା ରୁଜୁ କରିବା ସହିତ ଗାଡିର ଚାଳକ ଗୋବିନ୍ଦ ଚନ୍ଦ୍ର ନାଏକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗୋବିନ୍ଦ ଚନ୍ଦ୍ରଙ୍କ ନାମରେ ପୂର୍ବରୁ ଗଞ୍ଜେଇ ଚୋରା ଚାଲାଣ ନେଇ କୁଣ୍ଢେଇଗୋଳା ,ନାକିଟଦେଉଳ ସମେତ ବିଭିନ୍ନ ଥାନାରେ ମାମଲା ରହିଥିବା ଛେଣ୍ଡିପଦା ଥାନା ଅଧିକାରୀ ଧିରେନ କୁମାର ବେହେରା କହିଛନ୍ତି । Advertisement
ପୂଜା ପୁର୍ବରୁ ପୁଲିସକୁ ବଡ ସଫଳତା – ଆଠ ଜଣିଆ ଲୁଟେରା ଗ୍ଯାଙ୍ଗ ଗିରଫ ଅନୁଗୁଳ – (ଅନୁଗୁଳ ଅନଲାଇନ) – ୧୯/୦୯ – ପାର୍ବଣ ଋତୁ ପୂର୍ବରୁ ଅନୁଗୁଳ ପୁଲିସକୁ ବଡ ସଫଳତା ମିଳିଛି । ମାସେ ଭିତରେ ୧୦ ରୁ…
ଘରେ ଚଳାଇଥିଲେ ସେକ୍ସ ରାକେଟ – ୨ ରୂପଜୀବୀ ଉଦ୍ଧାର – ୪ ଗିରଫ ଅନୁଗୁଳ – ଅନୁଗୁଳ ମଦନମୋହନ ପଡାରେ ସେକ୍ସ ରାକେଟ ଠାବ କରିଛି ଅନୁଗୁଳ ପୁଲିସ । ସୂଚନା ଅନୁସାରେ ଗତ ୨୯ ତାରିଖ ଶନିବାର ସନ୍ଧ୍ୟାରେ ଅନୁଗଗୁଳ…
ସ୍ଵାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ବଙ୍ଗାଲିତଇଲା ଗାଁରେ ହତ୍ୟାକାଣ୍ଡ ଘଟିଯାଇଛି । ପାରିବାରିକ କଳହ ଯୋଗୁଁ ସ୍ୱାମୀ ଟାଙ୍ଗିଆରେ ହାଣି ସ୍ତ୍ରୀକୁ ହତ୍ୟା କରିଛି ।…