ମୁଖ୍ୟ ଖବର କୋଇଲା ଟ୍ରେନ ହେଲା ଲାଇନଚ୍ୟୁତ – ଜଣେ ମୃତ Angul OnlineSeptember 3, 2021September 3, 2021 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଜଗନ୍ନାଥ କୋଇଲା ଖଣି ସାଇଡିଂ ନିକଟରେ କୋଇଲା ଟ୍ରେନ ଲାଇନଚ୍ୟୁତ । ଫଳରେ ଟ୍ରେନରେ ଚାପି ହୋଇ ଜଣଙ୍କର ମୃତ୍ୟୁ ହୋଇ ଯାଇଥିବା ବେଳେ ଟ୍ରାକ କାମ କରୁଥିବା ୧୮ ଜଣ ଶ୍ରମିକ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସୂଚନା ଅନୁସାରେ ଭରତପୁର ଖଣିରୁ କୋଇଲା ଲୋଡ଼କରି ଏକ ମାଲବାହୀ ଟ୍ରେନ ତାଳଚେର ଷ୍ଟେସନକୁ ଆସୁଥିବା ବେଳେ ଜଗନ୍ନାଥ କୋଇଲାଖଣିର ୧ନମ୍ବର ସାଇଡିଂ ଠାରେ ଲାଇନଚୁତ ହୋଇ ଗୋଟିଏ ପଟକୁ ମାଡିଯିବା ଫଳରେ ସେଠାରେ ଟ୍ରେନ ଟ୍ରାକ କାର୍ଯ୍ୟ କରୁଥିବା ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ମୃତ ଶ୍ରମିକ ଜଣକ ହେଲେ ନବରଙ୍ଗପୁର ଅଞ୍ଚଳର ରଘୁନାଥ ଗଉଡ଼ ବୋଲି ଜଣାପଡିଛି । ସେଠାରେ ଟ୍ରାକ କାର୍ଯ୍ୟ କରୁଥିବା ୧୮ ଜଣ ଶ୍ରମିକ ଦଉଡି ପଳାଇଥିଲେ ହେଲେ ଜଣେ ଶ୍ରମିକ ଟ୍ରେନ ବଗିରେ ଚାପି ହୋଇ ଯାଇଥିଲେ । ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଘଟଣା ସ୍ଥଳରେ କଲିୟରି ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ଘଟଣାର ଅଧିକ ତଦନ୍ତ କରୁଛି । ରେଳବିଭାଗର ଅଧିକାରୀମାନେ ପହଞ୍ଚି କେଉଁ ପରିସ୍ଥିତିରେ ଟ୍ରେନଟି ଲାଇନଚୁତ ହେଲା ତାହାର ତଦନ୍ତ କରିଛନ୍ତି । Advertisement
ଦୁର୍ଘଟଣାଗ୍ରସ୍ତ ହାଇୱା ସହ ବସ ଧକ୍କା – ଡ୍ରାଇଭର ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ରେ ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡିଥିବା ଏକ ବାଲି ବୋଝେଇ ହାଇୱା ଗାଡିକୁ ଏକ…
୧୫ରୁ ୧୮ ବୟସ୍କଙ୍କୁ ହେବ ଟିକାକରଣ -୨୪ଟି କେନ୍ଦ୍ରରେ ୩୪ଶହଙ୍କୁ ମିଳିବ ଟିକା ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ସୋମବାରଠାରୁ ୧୫ରୁ ୧୮ ବୟସ୍କଙ୍କୁ କୋଭିଡ ଟିକା ପ୍ରଦାନ କରାଯିବ । ଜିଲ୍ଲାର ୨୪ଟି କେନ୍ଦ୍ରରେ ୩ ହଜାର ୪ଶହ ଜଣଙ୍କୁ…
ସ୍ୱାଧିନତା ଦିବସରେ ଅନୁଗୋଳର ଚାଷୀଙ୍କୁ ଦିଲ୍ଲୀରୁ ନିମନ୍ତ୍ରଣ ଅନୁଗୁଳ – ଘାସ ଚାଷୀଙ୍କୁ ଦିଲ୍ଲୀରେ ପାଳିତ ହେବାକୁ ଥିବା ସ୍ୱାଧୀନତା ଦିବସରେ ଅତିଥି ଭାବେ ନିମନ୍ତ୍ରଣ । ଆସନ୍ତା ସ୍ବାଧୀନତା ଦିବସରେ ଅନୁଗୁଳ ଜିଲ୍ଲାର ଚାଷୀ…