ମୁଖ୍ୟ ଖବର ନାନୀ-ଭଉଣୀ ଉପରେ ଚଢିଗଲା ହାଇୱା – ଜଣେ ମୃତ Angul OnlineSeptember 6, 2021September 6, 2021 ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ନଗଦିପୁର ଗ୍ରାମ ନିକଟରେ ସ୍କୁଟିରେ ଯାଉଥିବା ନାନୀ-ଭଉଣୀଙ୍କୁ ଏକ ହାଇୱା ଧକ୍କା ଦେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି । ସୂଚନା ଅନୁସାରେ ସଞ୍ଜାମୁରା ପଞ୍ଚୟତର ପ୍ରୀତିସୁମନ ଓ ଅମ୍ରିତା ନାୟକ ଦୁଇ ନାନୀ-ଭଉଣୀ ଅନୁଗୁଳରୁ ନିଜ ଗାଁ ବାଟିମୁଣ୍ଡାକୁ ସ୍କୁଟିରେ ଫେରୁଥିଲେ । ନଗଦିପୁର ଗ୍ରାମ ନିକଟ ହେବା ସମୟରେ ଏକ ବାଲି ବୋଝେଇ ହାଇୱା ଗାଡି ଦୁଇ ଭଉଣୀଙ୍କର ସ୍କୁଟିକୁ ପଛରୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ସାନ ଭଉଣୀ ପ୍ରୀତିସୁମନ ନାୟକଙ୍କର ମୃତ୍ୟୁ ହୋଇଥିଲା । ବଡ଼ ଭଉଣୀ ଅମିତା ନାୟକକୁ ଗୁରୁତର ଅବସ୍ଥାରେ ଆଠମଲ୍ଲିକ ମେଡିକାଲରେ ଭର୍ତ୍ତି କରାଯାଇଛି । ପୁଲିସ ଦୁର୍ଘଟଣାଗ୍ରସ୍ତ ଉଭୟ ଗାଡିକୁ ଜବତ କରି ତଦନ୍ତ କରୁଛି । Advertisement
ସାତକୋଶିଆରେ ବିଦ୍ଯୁତ ଆଘାତରେ ଦୁଇ ହାତୀ ମୃତ – ଜେ.ଟି.ଏଫ୍.ର ତଦନ୍ତ ଅନୁଗୁଳ – ବନ ବିଭାଗର ଅବହେଳା ପାଇଁ ପୁଣି ବଳି ପଡିଲେ ହାତୀ । ଗୋଟିଏ ନୁହେଁ ଏକାବେଳକେ ଦୁଇଟି ହାତୀ ବିଦ୍ୟୁତ ଆଘାତରେ ମୃତ୍ୟୁ ମୁଖରେ…
ପାଣିରେ ଦୁଇ କିଲୋମିଟର ଭାସିଗଲେ ଯୁବକ – ଉଦ୍ଧାର କଲେ ଗ୍ରାମବାସୀ ଅନୁଗୁଳ – ଲିଙ୍ଗରା ନାଳ ବଢ଼ି ପାଣିରେ ଭାସି ଯାଇଥିଲେ ଯୁବକ।ଉଦ୍ଧାର କଲେ ଗ୍ରାମବାସୀ । ଅନୁଗୁଳ ସହର ଦେଇ ଯାଇଥିବା ଲିଙ୍ଗରା ନାଳରେ , ଡେରଜାଙ୍ଗ…
ଟେଷ୍ଟିଂ ପାଇଁ ହେଉଛି ଭିଡ଼ – ଲାଇନ ଲଗାଇଲା ଆଧାର କାର୍ଡ ଅନୁଗୁଳ – ଦ୍ୱିତୀୟ ଲହରରେ ରାଜ୍ୟରେ କରୋନା ସଂକ୍ରମଣ ବଢ଼ିଥିବା ବେଳେ ଏବେ ଟେଷ୍ଟିଂ ଉପରେ ଯେତିକି ଗୁରୁତ୍ୱ ଦିଆ ଯାଉଛି ଭ୍ୟାକ୍ସିନେସନ ବା ଟିକାକରଣ ଉପରେ…