ମୁଖ୍ୟ ଖବର ନାନୀ-ଭଉଣୀ ଉପରେ ଚଢିଗଲା ହାଇୱା – ଜଣେ ମୃତ Angul OnlineSeptember 6, 2021September 6, 2021 ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ନଗଦିପୁର ଗ୍ରାମ ନିକଟରେ ସ୍କୁଟିରେ ଯାଉଥିବା ନାନୀ-ଭଉଣୀଙ୍କୁ ଏକ ହାଇୱା ଧକ୍କା ଦେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି । ସୂଚନା ଅନୁସାରେ ସଞ୍ଜାମୁରା ପଞ୍ଚୟତର ପ୍ରୀତିସୁମନ ଓ ଅମ୍ରିତା ନାୟକ ଦୁଇ ନାନୀ-ଭଉଣୀ ଅନୁଗୁଳରୁ ନିଜ ଗାଁ ବାଟିମୁଣ୍ଡାକୁ ସ୍କୁଟିରେ ଫେରୁଥିଲେ । ନଗଦିପୁର ଗ୍ରାମ ନିକଟ ହେବା ସମୟରେ ଏକ ବାଲି ବୋଝେଇ ହାଇୱା ଗାଡି ଦୁଇ ଭଉଣୀଙ୍କର ସ୍କୁଟିକୁ ପଛରୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ସାନ ଭଉଣୀ ପ୍ରୀତିସୁମନ ନାୟକଙ୍କର ମୃତ୍ୟୁ ହୋଇଥିଲା । ବଡ଼ ଭଉଣୀ ଅମିତା ନାୟକକୁ ଗୁରୁତର ଅବସ୍ଥାରେ ଆଠମଲ୍ଲିକ ମେଡିକାଲରେ ଭର୍ତ୍ତି କରାଯାଇଛି । ପୁଲିସ ଦୁର୍ଘଟଣାଗ୍ରସ୍ତ ଉଭୟ ଗାଡିକୁ ଜବତ କରି ତଦନ୍ତ କରୁଛି । Advertisement
ଜବରଦଖଲ ହୋଇଥିବା ହଜାରେ ଏକର ଜମି ଫେରିବ ସରକାରୀ ଖାତାକୁ ଅନୁଗୁଳ – ଜିଲ୍ଲାର ଅଧିକାଂଶ ସରକାରୀ ଜମି ଏବେ ଜବରଦଖଲକାରିଙ୍କ କବଜାରେ । ଶିଳ୍ପ ସମୃଦ୍ଧ ଅନୁଗୁଳ ଜିଲ୍ଲାର ମୂଲ୍ୟବାନ ସରକାରୀ ଜମି ମଧ୍ୟରୁ କିଛି ଅଂଶକୁ…
ଅଜଣା ଗାଡି ଧକ୍କାରେ ଜଣେ ମୃତ ଛେଣ୍ତିପଦା – ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା ଅନ୍ତର୍ଗତ କୁକୁରପେଟା ଧୁବାମଳିହା ଜଙ୍ଗଲ ନିକଟରେ ଅଜଣା ଗାଡି ଧକ୍କାରେ ଜଣେ ସାଇକଲ ଆରୋହିଙ୍କର ମୃତ୍ୟୁ ହୋଇଛି ।…
କାର ଦୁର୍ଘଟଣାରେ ପ୍ରତ୍ନତତ୍ତ୍ଵ ବିଭାଗର ସୂପରିନଟେଣ୍ଡ ଗୁରୁତର , ମହାବିଦ୍ୟାଳୟ ପ୍ରତିଷ୍ଠାତା ମୃତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଚାରବାଟି ଛକ ନିକଟରେ ପ୍ରତ୍ନତତ୍ତ୍ଵ ବିଭାଗର ସୂପରିନଟେଣ୍ଡଙ୍କର କାର ଭାରସାମ୍ୟ ହରାଇ ଗଛରେ ପିଟି ହୋଇ ଜଣଙ୍କର ମୃତ୍ୟୁ…