ଅପରାଧ ମାତାଜୀଙ୍କୁ ଦୁଷ୍କର୍ମ ଅଭିଯୋଗ – ଗିରଫ ହେଲେ ବାବାଜୀ Angul OnlineSeptember 13, 2021September 13, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ମଧୁପୁର ଗାଁରେ ଜଣେ ମାତାଜୀଙ୍କୁ ଦୁଷ୍କର୍ମକରି ଜଣେ ବାବାଜୀ ଗିରଫ ହୋଇଛନ୍ତି । ସୂଚନା ଅନୁସାରେ ମଧୁପୁର ଗାଁର ଏକ କୋଠଘରେ ୬୫ ବର୍ଷୀୟ ହରିହର ନାଏକ ନାମକ ଜଣେ ବାବା ରହି ଆସୁଥିଲେ । ଗତ ୩ ମାସ ହେବ ସେଠାରେ ଆଉ ଜଣେ ମହିମା ଧର୍ମାବଲମ୍ବି ମାତା ମଧ୍ୟ ଆସି ଆଶ୍ରୟ ନେଇଥିଲେ । ତେବେ ମାତା ଜଣଙ୍କୁ ଏକୁଟିଆ ପାଇ ବାବା ହରିହର ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ । ଆଉ ଏ ସମ୍ପର୍କରେ କାହାକୁ କହିଲେ ଜୀବନରେ ଧମକ ଦେଇ ବାରମ୍ବାର ମାତାଜୀଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲେ । କିନ୍ତୁ ବାବବାଜିଙ୍କ ଏଭଳି ଆଚରଣ ଅତ୍ୟଧିକ ହେବାରୁ ମାତା ଏ ନେଇ ବନ୍ତଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୁଲିସ ଏକ ମାମଲା ରୁଜୁକରି ଅଭିଯୁକ୍ତ ବାବା ହରିହରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ବେଶ ଚାଞ୍ଚଲ୍ୟ ଖେଳାଇ ଦେଇଛି । Advertisement
ଦେଢ଼ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ – ଜଣେ ଗିରଫ ଅନୁଗୋଳ – ଅନୁଗୋଳ ଜିଲ୍ଲାରୁ ପୁଣି ବ୍ରାଉନସୁଗାର ଜବତ କରିବାରେ ସଫଳ ହୋଇଛି ଅବକାରୀ ବିଭାଗ । ତାଳଚେର ଅବକାରୀ ବିଭାଗ ବ୍ରାଉନସୁଗାର ବିକ୍ରି ପାଇଁ ଗରାଖ…
ବିପୁଳ ପରିମାଣର ନକଲି ବିଦେଶୀ ମଦ ଠିପି ଓ ଲେବଲ ଜବତ ଅନୁଗୁଳ – ଅନୁଗୁଳ ସହର ଉପକଣ୍ଠ ରାଣୀଗୁଡା ରେ ଅବକାରୀ ବିଭାଗ ଓ କଟକ ଫ୍ଲାଇଙ୍ଗ ସ୍କ୍ବାର୍ଡର ମିଳିତ ଚଢ଼ାଉ ବେଳେ ବିପୁଳ ପରିମାଣର ବିଦେଶୀ ମଦ…
ସିବିଆଇ ଜାଲରେ ଏମସିଏଲର ମ୍ୟାନେଜର ଓ ଏଆରଆଇ – ଲାଞ୍ଚ ନେଲାବେଳେ ପଡିଲେ ଧରା ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ସ୍ଥିତ ମହାନଦୀ କୋଲ ଫିଲଡ ଲିମିଟେଡ(MCL) ର ମ୍ୟାନେଜର ଏବଂ ସହକାରୀ ରାଜସ୍ଵ ନିରୀକ୍ଷକ(ARI) ୨୦ ହଜାର ଟଙ୍କା ଲାଞ୍ଚ…