ମୁଖ୍ୟ ଖବର ଟ୍ରକ ମୋଟରସାଇକେଲ ଧକ୍କା – ମୋଟରସାଇକେଲ ଚାଳକଙ୍କର ମୃତ୍ୟୁ Angul OnlineSeptember 20, 2021September 21, 2021 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନୁଗୁଳ-ଛେଣ୍ଡିପଦା ୬୩ ନମ୍ବର ରାଜ୍ୟ ରାଜପଥର ଗୋପୀନାଥପୁର ଠାରେ ଥିବା ସରଲିୟା ପେଟ୍ରୋଲ ପମ୍ପ ନିକଟରେ ଗତ ରବିବାର ସନ୍ଧ୍ୟା ୭ଟା ବେଳେ ମୋଟରସାଇକେଲ ଏବଂ ଟ୍ରକ୍ ମଧ୍ୟରେ ଧକ୍କା ହୋଇଥିଲା । ଏଥିରେ ମୋଟରସାଇକେଲ ଚାଳକ ଗରୁତର ହୋଇ କଟକ ସ୍ଥାନାନ୍ତର ହେଉଥିବା ବେଳେ ଆଜି ତାଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ କୁକୁରପେଟା ଗ୍ରାମର ମହେଶ୍ୱର ସେଠୀ । ସୂଚନା ଅନୁସାରେ ଗତ ରବିବାର ମହେଶ୍ୱର ଛେଣ୍ଡିପଦାରୁ ତାଙ୍କ ଗ୍ରାମ କୁକୁରପେଟାକୁ ମୋଟରସାଇକେଲରେ ଫେରୁଥିବା ବେଳେ ସରଳିୟା ପେଟ୍ରୋଲ୍ ପମ୍ପ୍ ନିକଟରେ ଅନୁଗୁଳ ଦିଗରୁ ଛେଣ୍ଡିପଦା ଦିଗକୁ ଆସୁଥିବା ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ମହେଶ୍ୱର ମୋଟରସାଇକେଲରୁ ଛିଟିକି ତଳେ ପଡି ଗୁରୁତର ହୋଇଥିଲେ । ରାସ୍ତାରେ ଯାଉଥିବା ଲୋକମାନେ ମହେଶ୍ୱରଙ୍କୁ ଉଦ୍ଧାର ଅନୁଗୁଳ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ନିମନ୍ତେ ପଠାଇଥିଲେ । ସେଠାରୁ ତାଙ୍କୁ କଟକ ପଠା ଯାଉଥିବାବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା । ଛେଣ୍ଡିପଦା ପୁଲିସ ଦୁର୍ଘଟଣା ଗ୍ରସ୍ତ ଟ୍ରକଟିକୁ ଜବତ କରିବା ସହିତ ଚାଳକକୁ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି । Advertisement
ଜିଲ୍ଲାରୁ ବିଭିନ୍ନ ସ୍ଥାନରୁ ଚୋରି – ତାଳଚେରରେ ୪ ଚୋରଙ୍କୁ ଧରିଲା ପୁଲିସ ଅନୁଗୁଳ – ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଚୋରି ଅଭିଯୋଗ ଆସିଥିବା ବେଳେ ତାଳଚେରରେ ଏକ ଚୋର ଦଳ ଏବଂ ସେମାନଙ୍କ ଠାରୁ ଚୋରି ସାମଗ୍ରୀ ଜବତ…
ବିଧାୟକଙ୍କ ଘରେ ଅଚିହ୍ନା ଯୁବତୀ ଘଟଣା – ଥାନାରେ ଅଭିଯୋଗ କଲେ ବିଧାୟକ ଅନୁଗୁଳ – ରାତି ଅଧରେ ଜଣେ ଯୁବତୀ ଆସି ବିଧାୟକଙ୍କ ଘରେ ରହିବା, ଯୁବତୀଙ୍କୁ ନେଇ ପରିବାର ଲୋକ ହଟ୍ଟଗୋଳ କରିବାରୁ ବିଧାୟକ କାର୍ନାମା ସଂପର୍କରେ ଚର୍ଚ୍ଚା…
ପୁଣି ଜିଲ୍ଲାରେ ନକଲି କାରଖାନା ଠାବ – ଏଥର ପାଟି ସୁଆଦ ଚିପସ ଆଉ କୁରକୁରେ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଗତ କିଛିଦିନ ତଳେ ନକଲି ଖାଇବା ତେଲ ଓ ପରେ ପରେ ନକଲି ଅଟା ଓ ହଳଦୀ କାରାଖାନା ଠାବ ହୋଇଥିଲା…