ମୁଖ୍ୟ ଖବର ରାସ୍ତାରେ ଜଳିଗଲା ଅଟୋ – ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର Angul OnlineSeptember 21, 2021September 21, 2021 ଅନୁଗୁଳ – ଅନୁଗୁଳ ଡାକ୍ତରଖାନା ଛକରେ ଚଳନ୍ତା ଅବସ୍ଥାରେ ଆଜି ଏକ ଅଟୋରେ ଅଗ୍ନିକାଣ୍ଡ ହୋଇଥିଲା । ହଠାତ ଅଟୋରେ ନିଆଁ ଲାଗିଯାଇଥିବା ବେଳେ ସୌଭାଗ୍ୟ ବଶତଃ ଅଟୋର ଡ୍ରାଇଭର ଅଳ୍ପକେ ବର୍ତ୍ତୀ ଯାଇଛନ୍ତି । ସୂଚନା ଅନୁସାରେ ବାସଷ୍ଟାଣ୍ଡ ପଟରୁ ଏକ ଟାଟା ମାଜିକ ଅଟୋ ବଜାର ଆଡକୁ ଯାଉଥିବା ବେଳେ ହଠାତ ଇଞ୍ଜିନରୁ ଧୁଆଁ ବାହାରିଥିଲା । ଡ୍ରାଇଭର କିଛି ବୁଝିବା ଆଗରୁ ହଠାତ ଗାଡିରେ ନିଆଁ ଲାଗି ଯାଇଥିଲା । ତେବେ ଡ୍ରାଇଭର ଉପସ୍ଥିତ ବୁଦ୍ଧି ଖଟାଇ ନିଆଁକୁ ତୁରନ୍ତ ଆୟତ କରି ଦେଇଥିଲେ । ଏଥିରେ ଗାଡିର ମଧ୍ୟ ବିଶେଷ କିଛି କ୍ଷତି ହୋଇ ନଥିବା ଜଣା ପଡିଛି । ସର୍ଟ ସାର୍କିଟ ଯୋଗୁଁ ଏଭଳି ହୋଇଥିବା ଡ୍ରାଇଭର କହିଛନ୍ତି । https://angulonline.com/odia/wp-content/uploads/2021/09/WhatsApp-Video-2021-09-21-at-22.19.51.mp4 Advertisement
କ୍ଷୀରୋଦକୁ ଏନକାଉଣ୍ଟର କଲା ପୁଲିସ – କଣ କଣ କ୍ରାଇମ କରିଥିଲା କ୍ଷୀରୋଦ ପଢନ୍ତୁ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ବଢ଼ି ଚାଲିଥିବା ଅପରାଧ ଓ ଅପରାଧୀଙ୍କ ଉପରେ ଅନୁଗୁଳ ପୁଲିସର କଡା କାର୍ଯ୍ୟାନୁଷ୍ଠାନ । ଜିଲ୍ଲାରେ ଦିନ ଦିନ ଚୋରି ,…
ଗାଁରେ ଅଜଣା ଜନ୍ତୁ ଆତଙ୍କ – ୧୦ ରୁ ଅଧିକ ଛେଳି ମାରି ଖାଇଦେଲା ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ବନଖଣ୍ଡ ହିଡ଼ସିଂହ ଗାଁରେ ଅଜଣା ଜନ୍ତୁ ଆତଙ୍କ । ଆଜି(ଶନିବାର) ସନ୍ଧ୍ୟାରେ ଗାଁର ୨ ଟି ଛେଳିଙ୍କର ଅଜଣା ଜନ୍ତୁ…
୩୦ ବର୍ଷର ରେକର୍ଡ ଭାଙ୍ଗିଲା – ସାତକୋଶିଆରେ ଅଣ୍ଡାରୁ ଫୁଟି ବାହାରିଲେ ୨୮ ଘଡ଼ିଆଳ ଅନୁଗୁଳ – ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ପାଇଁ ଖୁସି ଖବର । ଦୀର୍ଘ ୩୦ ବର୍ଷର ରେକର୍ଡ ଭାଙ୍ଗି ନିଜର ନୂଆ ପରିଚୟ ସୃଷ୍ଟି କରିଛି ସାତକୋଶିଆ…