ମୁଖ୍ୟ ଖବର ରାସ୍ତାରେ ଜଳିଗଲା ଅଟୋ – ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର Angul OnlineSeptember 21, 2021September 21, 2021 ଅନୁଗୁଳ – ଅନୁଗୁଳ ଡାକ୍ତରଖାନା ଛକରେ ଚଳନ୍ତା ଅବସ୍ଥାରେ ଆଜି ଏକ ଅଟୋରେ ଅଗ୍ନିକାଣ୍ଡ ହୋଇଥିଲା । ହଠାତ ଅଟୋରେ ନିଆଁ ଲାଗିଯାଇଥିବା ବେଳେ ସୌଭାଗ୍ୟ ବଶତଃ ଅଟୋର ଡ୍ରାଇଭର ଅଳ୍ପକେ ବର୍ତ୍ତୀ ଯାଇଛନ୍ତି । ସୂଚନା ଅନୁସାରେ ବାସଷ୍ଟାଣ୍ଡ ପଟରୁ ଏକ ଟାଟା ମାଜିକ ଅଟୋ ବଜାର ଆଡକୁ ଯାଉଥିବା ବେଳେ ହଠାତ ଇଞ୍ଜିନରୁ ଧୁଆଁ ବାହାରିଥିଲା । ଡ୍ରାଇଭର କିଛି ବୁଝିବା ଆଗରୁ ହଠାତ ଗାଡିରେ ନିଆଁ ଲାଗି ଯାଇଥିଲା । ତେବେ ଡ୍ରାଇଭର ଉପସ୍ଥିତ ବୁଦ୍ଧି ଖଟାଇ ନିଆଁକୁ ତୁରନ୍ତ ଆୟତ କରି ଦେଇଥିଲେ । ଏଥିରେ ଗାଡିର ମଧ୍ୟ ବିଶେଷ କିଛି କ୍ଷତି ହୋଇ ନଥିବା ଜଣା ପଡିଛି । ସର୍ଟ ସାର୍କିଟ ଯୋଗୁଁ ଏଭଳି ହୋଇଥିବା ଡ୍ରାଇଭର କହିଛନ୍ତି । https://angulonline.com/odia/wp-content/uploads/2021/09/WhatsApp-Video-2021-09-21-at-22.19.51.mp4 Advertisement
କାଉନସିଲରଙ୍କୁ ମରଣାନ୍ତକ ଆକ୍ରମଣ ଅନୁଗୁଳ – ଅନୁଗୁଳ ୫ ନମ୍ବର କାଉନସିଲରକୁ ମରଣାନ୍ତକ ଆକ୍ରମଣ ହୋଇଛି । କାଉନସିଲର ରଞ୍ଜିତ ମାଣ୍ଡୋଠିଆ ତାଙ୍କ ଦୋକାନରୁ ଘରକୁ ଯାଉଥିବା ବେଳେ ଦୁଇ ଦୁର୍ବୃତ୍ତ…
ବିଧାୟକଙ୍କ କ୍ୟାମ୍ପ ଅଫିସ ଗେଟରେ ବୋମା – ନିଷ୍କ୍ରିୟ କଲା ପୁଲିସ ତାଳଚେର – ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ଭରତପୁରସ୍ଥିତ କ୍ୟାମ୍ପ ଅଫିସ ଆଗରେ ଥିବା ଟାଇମ ବୋମାକୁ ନିଷ୍କ୍ରିୟ କରିଛି ବୋମା ନିଷ୍କ୍ରିୟକାରୀ ଦଳ ।…
ମହନୀୟ ଦୃଷ୍ଟାନ୍ତ – ଅବସରପ୍ରାପ୍ତ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ସହ ମଧ୍ୟାହ୍ନ ଭୋଜନ କଲେ ନିର୍ବାହୀ ଅଧିକାରୀ ମାନବିକତାର ମହନୀୟ ଦୃଷ୍ଟାନ୍ତ । ଉଚ୍ଚପଦସ୍ଥ ଅଧିକାରୀ ହୋଇ ବି ନାହିଁ ବାଛ ବିଚାର । ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଅବସର ପରେ ମାନପତ୍ର ସହ ଟ୍ରଫି…