୩୬ ମାସ ରେ ହେଲା ନାହିଁ ସମ୍ପୁର୍ଣ୍ଣ – ସାର କାରଖାନା ଆରମ୍ଭ ହେବାକୁ ଲାଗିବ ଆହୁରି ୩୬ ମାସ

ଅନୁଗୁଳ – ଠିକ୍ ୩ ବର୍ଷ ପୂର୍ବେ ତାଳଚେର ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଉ ତାଳଚେର ସାର କାରଖାନାର ଭିତ୍ତିପ୍ରସ୍ତର ସ୍ଥାପନ କରି , ୩୬ ମାସ ଭିତରେ କାରଖାନା ସମ୍ପୁର୍ଣ୍ଣ ପ୍ରସ୍ତୁତ ହୋଇଯିବା ସହ ସାର ଉତ୍ପାଦନ ଆରମ୍ଭ ହେବ ବୋଲି କହିଥିଲେ । ଏହା ଭିତରେ ୩୬ ମାସ ସଂପୂର୍ଣ୍ଣ ହୋଇଛି ହେଲେ ତାଳଚେର ସାର କାରଖାନାରୁ ଉତ୍ପାଦନ ତ ଦୂରର କଥା ୧୦ ପ୍ରତିଶତ କାମ ମଧ୍ୟ ସଋ ନଥିବା ଜଣା ପଡିଛି । ଆଉ ଆହୁରୀ ୩୬ ମାସ ପରେ କାରଖାନା ପ୍ରସ୍ତୁତ ହେବ ଏବଂ ଏଠାରୁ ଉତ୍ପାଦନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣା ପଡିଛି ।

ଅନୁଗୁଳ ଜିଲ୍ଲା ତାଳଚେରରେ ଫର୍ଟିଲାଇଜର କର୍ପୋରେସନ ଅଫ୍ ଇଣ୍ଡିଆ(ଏଫସିଆଇ)ର ପୁନଃରୁଦ୍ଧାର ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇ ତାଳଚେର ଫର୍ଟିଲାଇଜର୍ସ ଲିମିଟେଡ(ଟିଏଫଏଲ)କୁ ଦାୟିତ୍ବ ଦିଆଯାଇଥିଲା । ୪ଟି ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଯଥା ଗେଲ୍ ଇଣ୍ଡିଆ ଲିମିଟେଡ, କୋଲ୍ ଇଣ୍ଡିଆ ଲିମିଟେଡ, ରାଷ୍ଟ୍ରୀୟ କେମିକାଲ୍ସ ଆଣ୍ଡ୍ ଫର୍ଟିଲାଇଜର୍ସ ଲିମିଟେଡ ଏବଂ ଫର୍ଟିଲାଇଜର୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ ମିଳିତ ଭାବେ ଏହି ତାଳଚେର ସାର କାରଖାନା ପୁନଃରୁଦ୍ଧାର କାମ କରିବା ୨୦୧୮ ସେପ୍ଟେମ୍ବର ୨୨ରେ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସି ଶୁଭ ଦେଇଥିଲେ । ଆଉ ସେହି ସମୟରେ ଏହି ସାର କାରଖାନାକୁ ୩ ଭିତରେ ସେସ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ୩୬ ମାସ ଭିତରେ ଏହାର କାମ ଶେଷ ହୋଇ ଏଠାରୁ ଉତ୍ପାଦନ ଆରମ୍ଭ ହେବ ବୋଲି କହିବା ସହ ଠିକ୍ ୩ ବର୍ଷ ପରେ ଏଠାକୁ ପୁଣି ଆସି ଏହାର ଲୋକାର୍ପଣ କରିବେ ବୋଲି କହିଥିଲେ । ଆଉ ପ୍ରଧାନମନ୍ତ୍ରୀଙ୍କ ଏଭଳି ଦୃଧୋକତି ପରେ ଜିଲ୍ଲାରେ ଖୁସିର ଲହରୀ ଖେଳି ଯାଇଥିଲା । ଲୋକଙ୍କ ମନରେ ନୂଆଁ ଆଶା ସଂଚାର ହେବା ସହ ଏହି ସାର କାରଖାନା ଖୋଲିବା ପରେ ଏହି ଅଞ୍ଚଳର ଅର୍ଥନୈତିକ ବିକାଶ ହେବ ବୋଲି ସମସ୍ତେ ଚିନ୍ତା କରିଥିଲେ । ହେଲେ ଏହାଭିତରେ ୩୬ ମାସର କଣ୍ଟ ସରି ଯାଇଛି । ଆଉ ପ୍ରଧାନମନ୍ତ୍ରୀ କହିଥିବା କଥା ପୂରଣ କରି ପାରିଲେ ନାହିଁ ବୋଲି ଆଜି ଚର୍ଚ୍ଚା ଯୋଡ଼ା ଧରିଛି । ପ୍ରଧାନମନ୍ତ୍ରୀ ଶୁଭ ଦେଇ ଯିବା ପରେ ପରେ ପୁରୁଣା କାରଖାନାକୁ ସ୍କ୍ରାପରେ ବିକ୍ରି କରା ଯାଇ ସାରିଛି । ଆଉ ତା ପରଠାରୁ ଭିତ୍ତିଭୂମି ପ୍ରସ୍ତୁତ କରାଯାଇ ନିର୍ମାଣ କାମ ଚାଲିଛି । କରାଖାନାର ସୁରକ୍ଷା ପାଇଁ ସୁରକ୍ଷା ୱାଚ୍ ଟାୱାର ନିର୍ମାଣ ସରିଥିବା ବେଳେ ଅନେକ ସ୍ଥାନରେ ମାଟି ସମତୁଲ ଓ ପାଚେରୀ ନିର୍ମାଣ ଶେଷ ହୋଇଥିବା ଜଣା ପଡିଛି ଏହା ସହ ପ୍ରକଳ୍ପ ତିଆରି ନିମନ୍ତେ ପାଣି ଓ ବିଜୁଳିର ବ୍ୟବସ୍ଥା, ପ୍ରଶାସନିକ ବିଲଡିଙ୍ଗ ନିର୍ମାଣ ସରିଛି । ଯାହାକି କାରଖାନା ଚାଲିବାର ମାତ୍ର ୫ କିମ୍ବା ୧୦ ପ୍ରତିଶତ କାମ ସରିଛି ବୋଲି କୁହା ଯାଉଛି । କାରଖାନାର ପୁନଃରୁଦ୍ଧାର ପାଇଁ ଏକ ଚାଇନା କଂପାନୀ କାମ କରୁଥିଲା କୋଭିଡ ପାଇଁ ବାହାରୁ ସେହି କମ୍ପାନୀର ଅଧିକାରୀମାନେ ନ ଆସିବାରୁ ଆଉ କରୋନାର କରାଲ ରୂପ ଯୋଗୁଁ କାମ ଧିମା ହୋଇଥିଲା ବୋଲି କମ୍ପାନୀ ପକ୍ଷରୁ କୁହା ଯାଉଛି । ଆଉ ୨୦୨୪ମସିହାରୁ ଏହି କାରଖାନାରୁ ଉତ୍ପାଦନ ଆରମ୍ଭ ହେବ ବୋଲି  କମ୍ପାନୀ କହୁଥିବା ଜଣା ପଡିଛି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page